ପ୍ରୟାଗରାଜରେ ଅଘଟଣ , ସିଲିଣ୍ଡର ଫାଟି ଲାଗିଲା ନିଆଁ

ଅର୍ଗସ ବ୍ୟୁରୋ : ପ୍ରୟାଗରାଜରେ ଅଘଟଣ । ଶାସ୍ତ୍ରୀ ବ୍ରିଜ୍ ସେକ୍ଟର-19 ଅଞ୍ଚଳରେ ଥିବା କ୍ୟାମ୍ପରେ ଲାଗିଥିଲା ନିଆଁ । ପ୍ରାଥମିକ ଅନୁସନ୍ଧାନ ରିପୋର୍ଟ ଅନୁସାରେ ସିଲିଣ୍ଡର ଫାଟିବା ଯୋଗୁ ଘଟିଥିଲା ଅଗ୍ନିକାଣ୍ଡ । NDRF, SDRF ଏବଂ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଛନ୍ତି । ଶ୍ରଦ୍ଧାଳୁଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଅଗ୍ନିକାଣ୍ଡ ପରେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ପ୍ରୟାଗ ମହାକୁମ୍ଭ ମେଲା ଅଞ୍ଚଳରେ ଅଗ୍ନିକାଣ୍ଡ ସମ୍ପର୍କରେ ସିଏମ୍ ଙ୍କ ସହ କଥା ହୋଇଥିଲେ। ଘଟଣାରେ କୌଣସି ମୃତାହତ ହୋଇନଥିବା ଜଣାପଡ଼ିଛି । ଆଖପାଖର ସମସ୍ତ ଅଞ୍ଚଳ ଖାଲି କରାଯାଇଛି । ଦିନିଆ ମହାକୁମ୍ଭରେ ଅଗ୍ନିକାଣ୍ଡ ପରି ଅଘଟଣ ଓ ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ହୋଇଛି ବ୍ୟାପକ ବ୍ୟବସ୍ଥା । ଅଗ୍ନିକାଣ୍ଡ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।