Videos
|
National

Women Helpline Number / ମହିଳାମାନେ ଭୁଲନ୍ତୁ ନାହିଁ ଏହି ୨ଟି ନମ୍ବର, ବିପଦ ବେଳେ ଆସିବ କାମ

Santosh Kumar Sahoo
Browse all articles by Santosh Kumar Sahoo
·Published on: 28 Nov 2026, 17:10:28 IST·2 min read
ମହିଳାମାନେ ଭୁଲନ୍ତୁ ନାହିଁ ଏହି ୨ଟି ନମ୍ବର, ବିପଦ ବେଳେ ଆସିବ କାମ
Emergency Number

Key Points

ଦିଲ୍ଲୀ ମହିଳାଙ୍କ ପାଇଁ ଜରୁରୀ ସୂଚନା
ଏହି ୨ଟି ନମ୍ବର ଭୁଲନ୍ତୁ ନାହିଁ
୧୮୧ ଓ ୧୧୨ ନମ୍ବର ସେଭ୍ କରିବାକୁ ରେଖା ଗୁପ୍ତାଙ୍କ ଅପିଲ୍
ଦିଲ୍ଲୀର ମହିଳାଙ୍କ ସୁରକ୍ଷା ଏବଂ ଜରୁରୀକାଳୀନ ସହାୟତାକୁ ନେଇ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ରାଜଧାନୀବାସୀଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଅପିଲ୍ କରିଛନ୍ତି । ସେ ସମସ୍ତଙ୍କୁ ନିଜ ମୋବାଇଲ୍ ଫୋନ୍‌ରେ ଦୁଇଟି ଜରୁରୀ ହେଲ୍ପଲାଇନ୍ ନମ୍ବର ସେଭ୍ କରି ରଖିବାକୁ ପରାମର୍ଶ ଦେଇଛନ୍ତି । ଏହି ଦୁଇଟି ନମ୍ବର ହେଉଛି ମହିଳା ହେଲ୍ପଲାଇନ୍ ୧୮୧ ଏବଂ ଜରୁରୀକାଳୀନ ହେଲ୍ପଲାଇନ୍ ନମ୍ବର ୧୧୨ ।

ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ନିଜ ପୋଷ୍ଟରେ କହିଛନ୍ତି ଯେ, ଏହି ଦୁଇଟି ନମ୍ବରକୁ କେବଳ ମନେ ରଖିଲେ ହେବ ନାହିଁ, ବରଂ ଭଲ ଭାବରେ ମନେ ରଖିବା ଆବଶ୍ୟକ । ଏହା ସହିତ ନିଜ ଫୋନ୍‌ରେ ନମ୍ବର ଦୁଇଟି ସେଭ୍ କରିବା ସହ ପରିବାର ସଦସ୍ୟ ଏବଂ ପରିଚିତ ଲୋକଙ୍କ ସହ ମଧ୍ୟ ସେୟାର କରିବାକୁ ସେ ଅନୁରୋଧ କରିଛନ୍ତି ।

ମହିଳାଙ୍କ ପାଇଁ ୧୮୧ ହେଲ୍ପଲାଇନ୍

ମୁଖ୍ୟମନ୍ତ୍ରୀ ୧୮୧ ନମ୍ବରର ଗୁରୁତ୍ୱ ବିଷୟରେ ମଧ୍ୟ ଜଣାଇଛନ୍ତି । ଏହା ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ହେଲ୍ପଲାଇନ୍ ନମ୍ବର । ମହିଳାମାନେ ଯେକୌଣସି ଆବଶ୍ୟକତା ସମୟରେ ଏହି ନମ୍ବରକୁ କଲ୍ କରି ସହାୟତା ମାଗିପାରିବେ । ବିଶେଷକରି ମହିଳା ସୁରକ୍ଷା ସହ ଜଡ଼ିତ ଘଟଣାରେ ଏହି ହେଲ୍ପଲାଇନ୍ ଗୁରୁତ୍ୱପୂର୍ଣ୍ଣ ସହାୟତା ଯୋଗାଇଥାଏ ।

ଜରୁରୀ ସମୟରେ ୧୧୨ ନମ୍ବରରେ କରନ୍ତୁ କଲ୍

ସେହିପରି ୧୧୨ ହେଉଛି ଦେଶର ସାଧାରଣ ଜରୁରୀକାଳୀନ ହେଲ୍ପଲାଇନ୍ ନମ୍ବର । କୌଣସି ଜରୁରୀ ପରିସ୍ଥିତିରେ ଏହି ନମ୍ବରକୁ କଲ୍ କରି ପୋଲିସ, ଅଗ୍ନିଶମ ବାହିନୀ ଏବଂ ସ୍ୱାସ୍ଥ୍ୟ ସେବା ଭଳି ଜରୁରୀ ସହାୟତା ପାଇପାରିବେ । ତେଣୁ ଏହି ନମ୍ବରକୁ ମଧ୍ୟ ପ୍ରତ୍ୟେକ ବ୍ୟକ୍ତି ମନେ ରଖିବା ଆବଶ୍ୟକ ।

ପଢନ୍ତୁ ଏହି ଖବର: ରେଲୱେର ବଡ଼ ନିଷ୍ପତ୍ତି; ଡିସେମ୍ବରରୁ ଫେବ୍ରୁଆରୀ ପର୍ଯ୍ୟନ୍ତ ବାତିଲ୍ ହେଲା ଏସବୁ ଟ୍ରେନ୍

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପରିବାର ଓ ପରିଚିତଙ୍କ ସହ ସେୟାର କରନ୍ତୁ

ମହିଳା ସୁରକ୍ଷା ପ୍ରତି ନିଜର ପ୍ରତିବଦ୍ଧତା ଦୋହରାଇ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କହିଛନ୍ତି ଯେ, ଏହି ଦୁଇଟି ହେଲ୍ପଲାଇନ୍ ନମ୍ବର କେବଳ ନିଜ ମୋବାଇଲ୍‌ରେ ସୀମିତ ରଖନ୍ତୁ ନାହିଁ । ପରିବାରର ସଦସ୍ୟ, ବନ୍ଧୁ ଏବଂ ପରିଚିତଙ୍କୁ ମଧ୍ୟ ଏହି ନମ୍ବର ବିଷୟରେ ଜଣାନ୍ତୁ । ଯାହାଦ୍ୱାରା ଆବଶ୍ୟକ ସମୟରେ ଲୋକମାନେ ତୁରନ୍ତ ସହାୟତା ପାଇପାରିବେ ।