Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ରାଜସ୍ଥାନର ପ୍ରଚାର ମୈଦାନରୁ କଲେ ଟାର୍ଗେଟ୍

National

ରାଜସ୍ଥାନର ପ୍ରଚାର ମୈଦାନରୁ କଲେ ଟାର୍ଗେଟ୍

Jitendra Dash
Browse all articles by Jitendra Dash
·2 years ago·1 min read
ରାଜସ୍ଥାନର ପ୍ରଚାର ମୈଦାନରୁ କଲେ ଟାର୍ଗେଟ୍

ଅର୍ଗସ ବ୍ୟୁରୋ : ରାଜସ୍ଥାନରେ କଂଗ୍ରେସ ଉପରେ ବର୍ଷିଲେ ପିଏମ ମୋଦି । ପ୍ରଚାର ମୈଦାନରେ କଂଗ୍ରେସ ଶାସନରେ ଦୁର୍ନୀତିର କଲେ ପର୍ଦ୍ଦାଫାସ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ରାଜସ୍ଥାନରେ ନିର୍ବାଚନୀ ପ୍ରଚାର ସମୟରେ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି । କଂଗ୍ରେସ ଜନସାଧାରଣଙ୍କ ପାଇଁ କାମ କରିନାହିଁ ବରଂ କେବଳ ତାଙ୍କ ପରିବାର ପାଇଁ କାମ କରିଛି । 

ଆମେ ନିରନ୍ତର ଲୋକଙ୍କ ପାଇଁ କାର୍ଯ୍ୟ କରୁଛୁ । ରାଜସ୍ଥାନର ଚୁରୁରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ତିନ୍‌ ତଲାକ ଯୋଗୁ ମୁସଲମାନ ଝିଅମାନଙ୍କ ମୁଣ୍ଡରେ ଖଣ୍ଡା ଝୁଲୁଥିଲା । ଏହାକୁ ହଟାଇ ମୋଦି ପ୍ରତ୍ୟେକ ମୁସଲମାନ ପରିବାରକୁ ସୁରକ୍ଷା ଦେଇଛନ୍ତି । ଜଣେ ମୁସଲମାନ ପରିବାରର ପିତା ଭାବିଥିଲେ ଯେ ସେ ବିବାହ କରି ନିଜ ଝିଅକୁ ପଠାଇଛନ୍ତି, କିନ୍ତୁ ଦୁଇରୁ ତିନି ସନ୍ତାନ ଜନ୍ମ କରିବା ପରେ ଝିଅକୁ ତିନ୍‌ ତଲାକ ଦିଆଯାଇ ଫେରାଇ ଦିଆଯାଉଥିଲା । 

ଅଧିକ ପଢନ୍ତୁ ଭାରତ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମା’, ଝିଅ ଏବଂ ଭାଇ ସମସ୍ତେ ଚିନ୍ତିତ ଥିଲେ। ମୋଦି ସମସ୍ତ ମୁସଲମାନ ପରିବାରର ଜୀବନ ରକ୍ଷା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ କଂଗ୍ରେସ ଉପରେ ଆକ୍ରମଣ କରି କହିଛନ୍ତି,ଲୁଟ ଓ ଘୋଟାଲା ଯୋଗୁ ଦେଶର ଅର୍ଥନୀତି ବିପର୍ଯ୍ୟସ୍ତ ହୋଇପଡିଛି । ଏହାପୂର୍ବରୁ ସରକାରରେ ବସିଥିବା ଲୋକମାନେ ଗରିବ ଲୋକଙ୍କ ଟଙ୍କା ଖାଉଥିଲେ । ୧୦ ବର୍ଷ ପୂର୍ବେ ଦେଶରେ ଅରାଜକତା ପରିସ୍ଥିତି ସୃଷ୍ଟି ହୋଇଥିଲ । ଆମ ସରକାର ଏହା ଠିକ କରିଛନ୍ତି ।

Argus Whatsapp Channel Mobile Top
Sponsored
Modi at Rajasthan rally | Argus News