Sara Reveals / ୪୭ ଦିନ ଘରେ ବନ୍ଦୀ! ଶ୍ୱଶୁର ଘରେ ଏମିତି ନିର୍ଯାତନା ସହିଥିଲେ ଅଭିନେତ୍ରୀ ସାରା !
·41 mins ago·2 min read

Key Points
ବଡ଼ ଖୁଲାସା କଲେ ସାରା ଗୁରପାଲ
ଶ୍ୱଶୁର ଘରେ ନିର୍ଯାତନାର ଶିକାର ହୋଇଥିଲେ
୪୭ ଦିନ ତାଙ୍କୁ ଘରେ ବନ୍ଦୀ କରି ରଖା ଯାଇଥିଲା
ପଞ୍ଜାବୀ ଅଭିନେତ୍ରୀ ତଥା ଗାୟିକା ସାରା ଗୁରପାଲ

ମୁମ୍ବାଇ: ପଞ୍ଜାବୀ ମନୋରଞ୍ଜନ ଜଗତର ଜଣାଶୁଣା ଚେହେରା ହେଉଛନ୍ତି ଅଭିନେତ୍ରୀ ତଥା ଗାୟିକା ସାରା ଗୁରପାଲ। ନିକଟରେ ରିଆଲିଟି ଶୋ' 'ରାଇଜ୍ ଆଣ୍ଡ ଫଲ୍'ରେ ନଜର ଆସିଥିବା ସାରା ଏବେ ନିଜ ବୈବାହିକ ଜୀବନକୁ ନେଇ କରିଥିବା ଖୁଲାସା ପାଇଁ ଚର୍ଚ୍ଚାରେ ଅଛନ୍ତି। ବିବାହ ପରେ ଶ୍ୱଶୁର ଘରେ ତାଙ୍କୁ ଅକଥନୀୟ ନିର୍ଯାତନା ସହିବାକୁ ପଡ଼ିଥିବା ସେ କହିଛନ୍ତି। ଏପରିକି ୪୭ ଦିନ ପର୍ଯ୍ୟନ୍ତ ତାଙ୍କୁ ଘରେ ବନ୍ଦୀ କରି ରଖାଯାଇଥିଲା।
ଏକ ସାକ୍ଷାତକାରରେ ସାରା ନିଜ ଜୀବନର ଏହି କଷ୍ଟଦାୟକ ଅନୁଭୂତି ବଖାଣିଛନ୍ତି। କ୍ୟାରିୟରର ଶୀର୍ଷ ସମୟରେ ସେ ବିବାହ କରିଥିଲେ। ତାଙ୍କ କହିବା ଅନୁସାରେ, ବିବାହ ପୂର୍ବରୁ ସ୍ୱାମୀ ଏବଂ ତାଙ୍କ ପରିବାର ଭଲ ଥିବା ଭାବି ସେ ବିବାହ ପାଇଁ ରାଜି ହୋଇଥିଲେ। କିନ୍ତୁ ବିବାହ ପରେ ପରିସ୍ଥିତି ବଦଳିଯାଇଥିଲା। ସାରା କହିଛନ୍ତି, ବିବାହ ପରେ ତାଙ୍କୁ ୪୭ ଦିନ ଧରି ଘରୁ ବାହାରିବାକୁ ଦିଆଯାଇନଥିଲା। ଏହା ଏକ କୋର୍ଟ ମ୍ୟାରେଜ୍ ଥିଲା ଏବଂ ଆମେରିକା ଭିସା ପାଇଁ ଆବେଦନ କରିବାକୁ ପଡ଼ିବ ବୋଲି ସେ ବିବାହ କରିଥିଲେ। କିନ୍ତୁ ଭିସା ମିଳିବା ପରେ ତାଙ୍କ ସ୍ୱାମୀଙ୍କ ବ୍ୟବହାର ବଦଳିଯାଇଥିଲା। ତାଙ୍କୁ କାମ କରିବାକୁ ବାରଣ କରାଯାଉଥିଲା। ଏପରିକି ସଙ୍ଗୀତ ଭିଡିଓରେ ଅଭିନୟ କରିବା କିମ୍ବା କ୍ୟାମେରା ସାମ୍ନାକୁ ଆସିବାକୁ ମଧ୍ୟ ମନା କରାଯାଇଥିଲା।
ପଢନ୍ତୁ ଏହି ଖବର: ମିସ୍ ୟୁନିଭର୍ସ ମଞ୍ଚରେ ଭାରତୀୟ ସୁନ୍ଦରୀଙ୍କ ଜଲୱା ! ପ୍ରାକୃତିକ ସୌନ୍ଦର୍ଯ୍ୟକୁ ପୋଷାକରେ ଦେଖାଇଲେ
ତାଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ମଧ୍ୟ ଡିଲିଟ୍ କରିଦିଆଯାଇଥିଲା। ଏହି କାରଣରୁ ସେ ପ୍ରାୟ ଗୋଟିଏ ବର୍ଷ ସୋସିଆଲ ମିଡିଆଠାରୁ ଦୂରେଇ ରହିଥିଲେ। କେବଳ ମାନସିକ ନୁହେଁ, ଶାରୀରିକ ନିର୍ଯାତନାର ମଧ୍ୟ ଶିକାର ହୋଇଥିବା ସାରା ଅଭିଯୋଗ କରିଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତାଙ୍କ କହିବା ଅନୁସାରେ, ଥରେ ତାଙ୍କ ପୂର୍ବତନ ସ୍ୱାମୀଙ୍କ ଭାଇ ତାଙ୍କ ଉପରେ ଆକ୍ରମଣ କରିଥିଲେ। ସେହି ସମୟରେ ତାଙ୍କ ସ୍ୱାମୀ ଉପସ୍ଥିତ ଥାଇ ମଧ୍ୟ ଘଟଣାକୁ ଦେଖୁଥିଲେ। ତାଙ୍କ ଶାଶୁ ମଧ୍ୟ ଆକ୍ରମଣ ରୋକିବା ପରିବର୍ତ୍ତେ ପୁଅର ହାତ ଧରିଥିବା ସେ ଦାବି କରିଛନ୍ତି।
ପରିସ୍ଥିତି ଅସହ୍ୟ ହେବାରୁ ସାରା ପୋଲିସକୁ ଫୋନ୍ କରିଥିଲେ। ତାଙ୍କ ଜୀବନର ଏହି ଅନୁଭୂତି ଏବେ ପୁଣି ଚର୍ଚ୍ଚାକୁ ଆସିଛି। ଗ୍ଲାମର ଦୁନିଆ ପଛରେ ଲୁଚି ରହିଥିବା ତାଙ୍କ ସଂଘର୍ଷର କାହାଣୀ ଶୁଣି ଅନେକ ଭାବପ୍ରବଣ ହୋଇପଡ଼ିଛନ୍ତି।
Related Topics
Explore more stories