Videos
|
National

Actress Reveals / ଗ୍ଲାମର ଦୁନିଆର କଳା ସତ ଖୋଲିଲେ ଏହି ଅଭିନେତ୍ରୀ, ଡାଇରେକ୍ଯର କହିଲେ କମ୍ପ୍ରମାଇଜ୍ କର ନହେଲେ...

Bikash Mohanty
Browse all articles by Bikash Mohanty
·2 hours ago·2 min read
ଗ୍ଲାମର ଦୁନିଆର କଳା ସତ ଖୋଲିଲେ ଏହି ଅଭିନେତ୍ରୀ, ଡାଇରେକ୍ଯର କହିଲେ କମ୍ପ୍ରମାଇଜ୍  କର ନହେଲେ...
NITI

Key Points

ଗ୍ଲାମର ଦୁନିଆର କଳାସତ। ଖୋଲିଲେ ନୀତି
ଫିଲ୍ମ ପାଇବାକୁ ହେଲେ କରିବାକୁ ପଡ଼ିବ କମ୍ପ୍ରମାଇଜ୍।
ନହେଲେ ମିଳିବନି ଫିଲ୍ମ।

ଗ୍ଲାମର ଦୁନିଆର ଖୋଲିଲେ କଳାସତ। ଫିଲ୍ମ ପାଇବାକୁ ହେଲେ କରିବାକୁ ପଡ଼ିବ କମ୍ପ୍ରମାଇଜ୍। ନହେଲେ ମିଳିବନି ଫିଲ୍ମ। ନାଁ ନନେଇ ଜଣେ ନିର୍ଦ୍ଦେଶକଙ୍କ ବିଷୟରେ ଅଭିଯୋଗ କରିଛନ୍ତି ନୀତି।
ଗ୍ଲାମର ଦୁନିଆର ଚାକଚକ୍ୟ ପଛରେ ଲୁଚି ରହିଛି ଅନେକ ଅକୁହା କାହାଣୀ। ପରଦାରେ ନିଜ ଅଭିନୟ ଓ ସୌନ୍ଦର୍ଯ୍ୟରେ ଦର୍ଶକଙ୍କ ମନ ଜିଣୁଥିବା ଅଭିନେତ୍ରୀମାନେ ବେଳେବେଳେ କ୍ୟାରିୟର ଗଢ଼ିବା ବାଟରେ ଅସ୍ୱାଭାବିକ ପରିସ୍ଥିତିର ସାମ୍ନା କରନ୍ତି। ଏବେ ଟେଲିଭିଜନ ଜଗତର ଲୋକପ୍ରିୟ ଅଭିନେତ୍ରୀ ନୀତି ଟେଲରଙ୍କ ଏକ ପୁରୁଣା ଅନୁଭୂତି ଚର୍ଚ୍ଚାକୁ ଆସିଛି। ଜଣେ ଦକ୍ଷିଣ ଭାରତୀୟ ନିର୍ଦ୍ଦେଶକ ତାଙ୍କୁ ଏକ ଫିଲ୍ମରେ ଅଭିନୟ କରିବା ବଦଳରେ ଅଶ୍ଳୀଳ ପ୍ରସ୍ତାବ ଦେଇଥିବା ନୀତି ଦାବି କରିଥିଲେ।

ଫିଲ୍ମ ଅଫର୍‌ ସହ ଆସିଥିଲା କମ୍ପ୍ରମାଇଜ ପ୍ରସ୍ତାବ!

ଦିନେ ଗୋଟିଏ ଫିଲ୍ମର ନିର୍ଦ୍ଦେଶକ ପରେ ତାଙ୍କୁ ଅନ୍ୟ ଏକ ପ୍ରୋଜେକ୍ଟ ପାଇଁ ଫୋନ୍ କରିଥିଲେ। କିନ୍ତୁ ଫିଲ୍ମରେ ଭୂମିକା ଦେବା ପୂର୍ବରୁ ନିର୍ଦ୍ଦେଶକ ଯେଉଁ ସର୍ତ୍ତ ରଖିଥିଲେ, ତାହା ଶୁଣି ନୀତି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ନିର୍ଦ୍ଦେଶକ ତାଙ୍କୁ କହିଥିଲେ ଯେ ଯଦି ଫିଲ୍ମରେ  ଚାନ୍ସ ପାଇବାକୁ ହେଲେ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ପଡ଼ିବ। ଏକ ସାକ୍ଷାତକାରରେ ନୀତି ଟେଲର ନିଜ ସହ ଘଟିଥିବା ଏହି ଅନୁଭୂତି ବିଷୟରେ କହିଥିଲେ।

ଫୋନ୍ କାଟିଲେ, ନମ୍ବର ବ୍ଲକ୍ କଲେ

ଏଭଳି ପ୍ରସ୍ତାବ ଶୁଣି ସେ କିଛି ସମୟ ପାଇଁ ସ୍ତବ୍ଧ ହୋଇଯାଇଥିଲେ। କିପରି ପ୍ରତିକ୍ରିୟା ଦେବେ, ତାହା ମଧ୍ୟ ବୁଝିପାରିନଥିଲେ। ଶେଷରେ ସେ ତୁରନ୍ତ ଫୋନ୍ କାଟି ଦେଇଥିଲେ, ନିର୍ଦ୍ଦେଶକଙ୍କ ନମ୍ବର ବ୍ଲକ୍ କରିଥିଲେ ଏବଂ ଏହି ଘଟଣା ବିଷୟରେ ନିଜ ମା’ଙ୍କୁ ଜଣାଇଥିଲେ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ବିଦେଶିନୀଙ୍କୁ ବିବାହ କରିବେ ଏହି ନେତା, ରୋମାଣ୍ଟିକ୍ ଫଟୋ ହେଲା ଭାଇରାଲ୍

ସେହି ନିର୍ଦ୍ଦେଶକଙ୍କୁ ସେ ଅନ୍ୟ ମହିଳାଙ୍କ ସହ ଦେଖିଥିଲେ। କିନ୍ତୁ ଦିନେ ନିଜକୁ ମଧ୍ୟ ଏଭଳି ପରିସ୍ଥିତିର ସାମ୍ନା କରିବାକୁ ପଡ଼ିବ ବୋଲି ସେ କଳ୍ପନା କରିନଥିଲେ। ଏହି ଘଟଣା ପରେ ସେ ସେହି ପ୍ରୋଜେକ୍ଟରେ କାମ କରିନଥିଲେ।

ଟିଭି ଦୁନିଆରେ ନୀତିଙ୍କ ଭିନ୍ନ ପରିଚୟ

ନୀତି ଟେଲର ଟେଲିଭିଜନ ଜଗତର ଜଣେ ପରିଚିତ ଚେହେରା। ‘କୈସି ୟେ ୟାରିୟାଁ’, ‘ଗୁଲାମ’ ଏବଂ ‘ଇଶ୍କବାଜ’ ଭଳି ଶୋ’ରେ ଅଭିନୟ କରି ସେ ଦର୍ଶକଙ୍କ ମଧ୍ୟରେ ନିଜର ପରିଚୟ ସୃଷ୍ଟି କରିଛନ୍ତି।  ଗ୍ଲାମର ଜଗତରେ ସଫଳତା ପାଇବା ପାଇଁ ପ୍ରତିଭା, ପରିଶ୍ରମ ଓ ଧୈର୍ଯ୍ୟ ଯେତିକି ଜରୁରୀ, ସେତିକି ଜରୁରୀ ନିଜ ସମ୍ମାନ ଓ ସୀମାର ସୁରକ୍ଷା। ନୀତିଙ୍କ ଏହି ଅନୁଭୂତି ଫିଲ୍ମ ଇଣ୍ଡଷ୍ଟ୍ରିରେ କାଷ୍ଟିଂ କାଉଚ୍‌ ଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ ପୁଣିଥରେ ଚର୍ଚ୍ଚାର ପରିସରକୁ ଆଣିଛି।