Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ICICI ବ୍ୟାଙ୍କ ସହ ମିଶି କ୍ରେଡିଟ୍ କାର୍ଡ ଲଞ୍ଚ କଲା ଆଦାନୀ ଗ୍ରୁପ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ICICI ବ୍ୟାଙ୍କ ସହ ମିଶି କ୍ରେଡିଟ୍ କାର୍ଡ ଲଞ୍ଚ କଲା ଆଦାନୀ ଗ୍ରୁପ

ଅର୍ଗସ ବ୍ୟୁରୋ : ଫିନଟେକ୍ କ୍ଷେତ୍ରରେ ଆଦାନୀ ଗ୍ରୁପର ଏଣ୍ଟ୍ରି ।  ଆଦାନୀ ୱାନ୍ ପକ୍ଷରୁ ସୁପର୍ ଆପରେ  ଲଞ୍ଚ ହେଲା କୋ-ବ୍ରାଣ୍ଡେଡ୍ କ୍ରେଡିଟ୍ କାର୍ଡ । ICICI ବ୍ୟାଙ୍କ ସହ ମିଶି କ୍ରେଡିଟ୍ କାର୍ଡ ଲଞ୍ଚ କଲା ଆଦାନୀ ଗ୍ରୁପ ।  ଏହା ଆଦାନୀ ଗ୍ରୁପ ପକ୍ଷରୁ ପ୍ରଥମ ଫାଇନାନ୍ସିଆଲ ସର୍ଭିସ କ୍ଷେତ୍ରରେ ପ୍ରଥମ ଭେଞ୍ଚର। ଏହି କୋ-ବ୍ରାଣ୍ଡେଡ୍ କାର୍ଡରେ ଏୟାରପୋର୍ଟରେ ଅନେକ ଫାଇଦା ମିଳିବ। ଏହି ଅବସରରେ ଆଦାନୀ ଗ୍ରୁପ ନିର୍ଦ୍ଦେଶକ ଜିତ୍ ଆଦାନୀ କହିଛନ୍ତି, ଦେଶରେ ଫିନଟେକ୍ କ୍ରାନ୍ତି ଆର୍ଥିକ ସେବାକୁ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଡେମୋକ୍ରାଟିକରେ ପରିଣତ କରିଦେଇଛି।

ଅଧିକ ପଢନ୍ତୁ : ଗୋପାଳପୁର ବନ୍ଦରକୁ ହାତକୁ ନେଲା ଆଦାନୀ

 ଯଦିଓ ଦେଶରେ ମାତ୍ର ୩ ପ୍ରତିଶତ ଲୋକ ଆର୍ଥିକ ସେବାର ବ୍ୟବହାର କରୁଛନ୍ତି ତେବେ  ଦେଶର ଫିନଟେକ୍ ସିଷ୍ଟମ ବିଶ୍ବର ତୃତୀୟ ବୃହତ୍ତମ ଇକୋସିଷ୍ଟମ। ଏହି କ୍ରେଡିଟ୍ କାର୍ଡ ଲଞ୍ଚର ପ୍ରାଥମିକ ଲକ୍ଷ୍ୟ ଫାଇନାନ୍ସିଆଲ ସର୍ଭିସକୁ ସୁପର୍ ଆପରେ ଆଣିବା ହେବ। ଆଇସିଆଇସିଆଇ ବ୍ୟାଙ୍କ ସହ ଏହି ଭାଗିଦାରୀର ଉଦ୍ଦେଶ୍ୟ ଗ୍ରାହକଙ୍କୁ ଭଲ ସୁବିଧା ପ୍ରଦାନ କରିବା । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Adani Group launches credit card in association with ICICI Bank | Argus News