Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆଦାନୀଙ୍କ ଅପହରଣ କାହାଣୀ, ମୃତ୍ୟୁକୁ ୧୫ ଫୁଟ ଦୂରରୁ ଦେଖିଥିଲେ ଆଦାନୀ

Swayangprajna Mishra
Browse all articles by Swayangprajna Mishra
·2 years ago·2 min read
ଆଦାନୀଙ୍କ ଅପହରଣ କାହାଣୀ, ମୃତ୍ୟୁକୁ ୧୫ ଫୁଟ ଦୂରରୁ ଦେଖିଥିଲେ ଆଦାନୀ

Key Points

  • ଦିନେ ଆଦାନୀ ହୋଇଥିଲେ ଅପହରଣ
  • ମୃତ୍ୟୁକୁ ମାତ୍ର ୧୫ ଫୁଟ ଦୂରରୁ ଦେଖିଥିଲେ 
  • ନିଜେ ବର୍ଣ୍ଣନା କଲେ କଳାରାତିର କଳାକାହାଣୀ

ଅର୍ଗସ ବ୍ୟୁରୋ : ସବୁ ସଫଳ ବ୍ୟକ୍ତିତ୍ବଙ୍କ ଜୀବନ ପଛରେ ରହିଥାଏ ଅନେକ ସଂଘର୍ଷମୟ କାହାଣୀ ଥାଏ । ହେଲେ ଆମେ କେବଳ ତାଙ୍କ ସଫଳତାକୁ ଦେଖିଥାନ୍ତି, ପରଦା ପଛର କାହାଣୀ ଜାଣିନଥାନ୍ତି । କିନ୍ତୁ ସେମାନଙ୍କ ଜୀବନରେ ବି ରହିଛି ଅନେକ ଅକୁହା କଥା , ଅନେକ ଲୋମଟାଙ୍କୁରା ଘଟଣା  । ଗୌତମ ଆଦାନୀ । ଆଦାନୀ ଗ୍ରୁପର ଚେୟାରମ୍ୟାନ । ଏସିଆର ଦ୍ବିତୀୟ ଧନୀବ୍ୟକ୍ତି । ନିଜର ଅଦମ୍ୟ ପରିଶ୍ରମ ବଳରେ ଏକ ବିଶାଳ ସାମ୍ରାଜ୍ୟର ଅଧିକାରୀ ହୋଇପାରିଛନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଆଦାନୀଙ୍କୁ ଦିନେ ଅପହରଣ କରାଯାଇଥିଲା । ସେ ନିଜେ ମୃତ୍ୟୁର ସାମ୍ନା କରିଥିବା କଥା ମଧ୍ୟ କହିଛନ୍ତି । ଅନେକ ଲୋକ ତାଙ୍କ ବିଜନେସ ସଫଳ କାହାଣୀ ଶୁଣିଛନ୍ତି, ହେଲେ ତାଙ୍କ ଅପହରଣ କାହାଣୀ ଅନେକ ଜଣଙ୍କୁ ଜଣା ନଥିବା ସେ କହିଛନ୍ତି । 

ଅଧିକ ପଢନ୍ତୁ : ICICI ବ୍ୟାଙ୍କ ସହ ମିଶି କ୍ରେଡିଟ୍ କାର୍ଡ ଲଞ୍ଚ କଲା ଆଦାନୀ ଗ୍ରୁପ

କଲେଜର ପାଠପଢା ଅଧାରୁ ଛାଡିଥିବା ଆଦାନୀ ହୀରା ବ୍ୟବସାୟରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ଏହାପରେ ତାଙ୍କ ଜୀବନରେ ଅନେକ ଉତଥାନ ସହ ପତନ ଆସିଥିଲା ଏବଂ ଅନେକ ବ୍ୟବସାୟରେ ମଧ୍ୟ ସେ ହାତ ଦେଇଥିଲେ । ସେଦିନ ଥିଲା ୧୯୯୭ ମସିହା । ସେତେବେଳେ ସେ ସଫଳତାର ପ୍ରଥମ ସିଡି ଚଢୁଥିଲେ । ଦିନେ ରାତିରେ ସେ ନିଜର ଘନିଷ୍ଠ ଶାନ୍ତିଲାଲ ପଟେଲଙ୍କ ସହ ଅହମ୍ମଦାବାଦର କଳାବତୀ କ୍ଲବରୁ ବାହାରୁଥିଲେ । ହଠାତ ସେହି ସମୟରେ ଏକ ସ୍କୁଟର ତାଙ୍କ ଗାଡି ଆଗକୁ ଆସିଥିଲା ଏବଂ ପରେ ପରେ ଏକ ଭ୍ୟାନ ଆସି ତାଙ୍କ ଗାଡି ଆଗରେ ଅଟକିଥିଲା । ଏଥିରୁ କିଛିଲୋକ ବାହାରି ତାଙ୍କୁ ବନ୍ଧୁକ ଦେଖାଇ ଅପହରଣ କରି ନେଇଥିଲେ । ୬ କୋଟି ପାଇବା ପାଇଁ ଆଦାନୀଙ୍କୁ ଅପହରଣ କରିଥିଲେ । କିନ୍ତୁ ପରେ ସେ ତାଙ୍କୁ ଛାଡି ଦେଇଥିଲେ । 
 ଏ ଘଟଣା ପରେ ଆଉ ଏକ ଘଟଣା ମଧ୍ୟ ତାଙ୍କ ସହ ଘଟିଥିଲା । ୨୬ ନଭେମ୍ବର ୨୦୦୮ରେ ମୁମ୍ବାଇରେ ହୋଇଥିବା ଆତଙ୍କୀ ଆକ୍ରମଣ ସମୟରେ ତାଜ ହୋଟେଲରେ ଜଣେ ସାଥୀଙ୍କ ସହ ଡିନର ପାଇଁ ଆସିଥିଲେ । ସେ ବାହାରକୁ ବାହାରିବା ସମୟରେ ପ୍ରବଳ ଜୋରରେ ବାହାରେ ଗୁଳିଚାଳନା ଚାଲିଥଇଲା । ସେଥିପାଇଁ ସେ ସୁରକ୍ଷାକର୍ମୀଙ୍କ ସହ ସେ ପୁରା ରାତି ତାଜ ହୋଟଲରେ ଅଟକି ଥିଲେ । ପରଦିନ ବାହାରକୁ ବାହାରିଥିଲେ । ମୃତ୍ୟୁକୁ ମାତ୍ର ୧୫ ଫୁଟ ଦୂରରୁ ଦେଖିଥିବା କୁହନ୍ତି ଆଦାନୀ ।ଆଦାନୀଙ୍କ ମତରେ ଯାହା ଯେତେବେଳେ ହବାରେ ଥିବେ ନିଶ୍ଚିତ ହେବ । ତେଣୁ ତାକୁ ନଭାବି ଭୁଲିଯିବା ଦରକାର । ଜୀବନରେ ଅନେକ ସଂଘର୍ଷ ନିଜର ଅଦମ୍ୟ ପରିଶ୍ରମ ଏବଂ ଏକାଗ୍ରତା ଯୋଗୁଁ ସେ ଏପରି ଏକ ନିଜର ବିଶାଳ ସାମ୍ରାଜ୍ୟ ବନାଇ  ପାରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Adani's kidnapping story , Adani saw death from a distance of 15 feet | Argus News