Videos
|
National

ସଂସ୍କୃତି, ସଭ୍ୟତା ଓ ସ୍ୱାଭିମାନର ରକ୍ଷା ପାଇଁ ବୀର ସାହିବଜାଦାଙ୍କ ବଳିଦାନ ବିଶ୍ୱ ପାଇଁ ପ୍ରେରଣା

Jitendra Dash
Browse all articles by Jitendra Dash
·2 years ago·2 min read
ସଂସ୍କୃତି, ସଭ୍ୟତା ଓ ସ୍ୱାଭିମାନର ରକ୍ଷା ପାଇଁ ବୀର ସାହିବଜାଦାଙ୍କ ବଳିଦାନ ବିଶ୍ୱ ପାଇଁ ପ୍ରେରଣା

ଅର୍ଗସ ବ୍ୟୁରୋ : 'ବୀର ବାଲ ଦିବସ' ଅବସରରେ ମଙ୍ଗଳବାର ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ ହୋଇଛନ୍ତି ।  

ଶ୍ରୀ ପ୍ରଧାନ କହିଛନ୍ତି ବୀର ବାଲ୍ ଦିବସ ଭାରତୀୟତାର ରକ୍ଷା ପାଇଁ କିଛି କରିବାର ସଂକଳ୍ପର ପ୍ରତୀକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସଂସ୍କୃତି, ସଭ୍ୟତା ଓ ସ୍ୱାଭିମାନର ରକ୍ଷା ପାଇଁ ଭାରତର ବୀର ସାହିବଜାଦାଙ୍କ ବଳିଦାନ କେବଳ ଭାରତ ପାଇଁ ନୁହେଁ ବରଂ ସମଗ୍ର ବିଶ୍ୱ ପାଇଁ ପ୍ରେରଣା । ଆଜିର ବୀର ବାଲ୍ ଦିବସ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ଅଭିଭାଷଣ ଆମ ସମସ୍ତଙ୍କୁ, ବିଶେଷ ଭାବରେ ଦେଶର ଯୁବପିଢ଼ିଙ୍କୁ ଆମ ଦେଶର ଐତିହ୍ୟକୁ ନେଇ ଗର୍ବ କରିବା ପାଇଁ ପ୍ରେରଣା ଯୋଗାଇବ ।

ଅଧିକ ପଢନ୍ତୁ ଭାରତ ଖବର

ଯୁବା ସାମର୍ଥ୍ୟକୁ ଦେଶରେ ପୁନଃ ପରିଚିତ କରାଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ସେ କହିଛନ୍ତି ଭାରତ ହେଉଛି ନଚିକେତା, ଅଭିମନ୍ୟୁ, ଏକଲବ୍ୟ, ଧ୍ରୁବ, ଖୁଦିରାମ ବୋଷ, ବାଜି ରାଉତ, କନକଲତା ବରୁଆ, ରାଣୀ ଗାଇଦିନଲ୍ୟୁଙ୍କ ଭଳି ଯୁବପିଢ଼ିଙ୍କ ଦେଶ । ଏହି ମାନେ ବାଲ୍ୟକାଳରେ ମାତୃଭୂମି ପାଇଁ ସବୁ କିଛି ତ୍ୟାଗ କରିବା ପୂର୍ବରୁ ନିଜ କଥା ଚିନ୍ତା କରିନଥିଲେ । ଏହି ବୀରମାନଙ୍କ ବଳିଦାନ ଦେଶ ପାଇଁ ପ୍ରେରଣା । ଆମର ଅମୃତପିଢି ଆମ ଦେଶର ବୃହତ ଯୁବ ପରମ୍ପରାରୁ ପ୍ରେରଣା ନେବେ ଏବଂ ଗୋଟିଏ ସମୟର ମୂଲ୍ୟକୁ ଅପଚୟ ନକରି ବିକଶିତ ଭାରତ ସଂକଳ୍ପ ପୂରଣ କରିବା ପାଇଁ ଅଗ୍ରସର ହେବେ ବୋଲି ସେ କହିଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହି ଶୁଭଦିନରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ନୂଆଦିଲ୍ଲୀ ସ୍ଥିତ ଗୁରୁଦ୍ୱାର ଶ୍ରୀ ବଙ୍ଗଳା ସାହିବ ଜୀଙ୍କ ଦର୍ଶନ କରିବା ସହ ଦେଶରେ ଶାନ୍ତି ଓ ସମୃଦ୍ଧି ପାଇଁ ପ୍ରାର୍ଥନା କରିଥିଲେ । ଏହି ଅବସରରେ ଶ୍ରୀ ପ୍ରଧାନ ଗୁରୁଦ୍ୱାରରେ ଲଙ୍ଗର ସେବା କରି ସୋଭାଗ୍ୟଶାଳୀ ବୋଲି କହିଥିଲେ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସହ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ, କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ପ୍ରମୁଖ ସାମିଲ ହୋଇଥିଲେ।

Addressing a programme on Veer Baal Diwas. | Argus News