Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଭଡା ଘରେ ୬ ଘଣ୍ଟାର ରେଡ୍‍ , ରାଜୁକୁ ନେଇ ଫେରିଲା କମିଶନରେଟ ପୋଲିସ ସ୍କ୍ବାର୍ଡ

Swayangprajna Mishra
Browse all articles by Swayangprajna Mishra
·1 year ago·2 min read
ଭଡା ଘରେ ୬ ଘଣ୍ଟାର ରେଡ୍‍ , ରାଜୁକୁ ନେଇ ଫେରିଲା କମିଶନରେଟ ପୋଲିସ ସ୍କ୍ବାର୍ଡ

ଅର୍ଗସ ବ୍ୟୁରୋ :  ସରିଲା ରାଜୁ ମଣ୍ଡଳର ରାଞ୍ଚି ସ୍ଥିତ ଭଡ଼ା ଘରେ ରେଡ୍। 6 ଘଣ୍ଟାର ରେଡ୍ ପରେ ରାଜୁକୁ ନେଇ ଭୁବନେଶ୍ବର ଫେରୁଛି କମିସନରେଟ ପୋଲିସର ସ୍ପେଶାଲ ସ୍କ୍ବାର୍ଡ। ରାଜୁ ମଣ୍ଡଳ କୁ ୫ ଦିନିଆ ରିମାଣ୍ଡରେ ଆଣି ତୃତୀୟ ନମ୍ବର ସିମ ବକ୍ସ ସେ-ଟପ୍ କୁ ରାଞ୍ଚି ସ୍ଥିତ ନମକୁମ ଥାନା ଅନ୍ତର୍ଗତ ମୌଲାନା ଆଜାଦ କଲୋନୀ 15ନମ୍ବର ଗଳିରେ ଥିବା ହାଜି ସୋହେଲ ମଲିକ ଘରୁ ଜବତ କରିଛି କମିସନରେଟ ପୋଲିସର ସ୍ପେଶାଲ ସ୍କ୍ବାର୍ଡ।  ଭୁବନେଶ୍ୱରରୁ ରାଜୁ ମଣ୍ଡଳକୁ ନେଇ ପୋଲିସ ଏହି ଘରେ ପହଂଚିଥିବା ବେଳେ ସ୍ଥାନୀୟ ପୋଲିସ ସହାୟତାରେ 6ଘଣ୍ଟା ଧରି କରିଥିଲା ଛାନବିନ । ଘରେ ଭିତରୁ ମିଳିଛି 5ଟି ଆକ୍ଟିଭ ସିମ ବକ୍ସ, ଯେଉଁଥିରେ ବ୍ୟବହାର ହୋଇଥିଲା 219ଟି ଆକ୍ଟିଭ ସିମ୍, 40ଟି ଅବ୍ୟବହୃତ ସିମ୍ । ଏଥିସହ ଗୋଟିଏ ଇନୋଭୋଟର ବ୍ୟାଟେରୀ, ମୋଡେମ, ଦୁଇଟି ରାଉଟର ଓ ଗୋଟିଏ ସ୍ମାର୍ଟ ସୁଇଚ ଜବତ କରାଯାଇଛି ।

ଅଧିକ ପଢନ୍ତୁ : ଓଡ଼ିଶାରେ ଅପରାଧ, ବାଂଲାଦେଶରୁ ଅପରେଟ୍‌ !

କମିସନରେଟ ପୋଲିସର ସ୍ପେଶାଲ ସ୍କ୍ବାର୍ଡ ସହ ଝାଡ଼ଖଣ୍ଡ ପୋଲିସର ସାଇବର ସେଲ, କ୍ରାଇମବ୍ରାଞ୍ଚ, ସ୍ପେଶାଲ ବ୍ରାଞ୍ଚର ଅଫିସରମାନେ ରେଡରେ ସାମିଲ ହୋଇଥିଲେ । ଯେଉଁଠି ଝାଡ଼ଖଣ୍ଡ ପୋଲିସ ମଧ୍ୟ ରାଜୁ ମଣ୍ଡଳକୁ ପଚରାଉଚରା କରିଛି । ପଚରା ଉଚରା ସମୟରେ ଜଣାପଡିଛି କି ରାଜୁ ମଣ୍ଡଳ ଗତ 6ମାସ ତଳେ ଏହି ଘରକୁ 7ହଜାର 500ଟଙ୍କାରେ ଭଡା ସୂତ୍ରରେ ନେଇ ସିମ ବକ୍ସ ସେ-ଟପ୍ କରିଥିଲା । ସପ୍ତାହରେ ଥରେ ଆସି ମେଟନାନ୍ସ ଦେଖିବା ସହ ଅବ୍ୟବହୃତ ସିମ ବଦଳାଉ ଥିଲା । ହେଣ୍ଡଲର ଆସାଦୂର ଜମାନ ଏହି ସିମ ବକ୍ସ ଆଣି ବାଂଲାଦେଶରୁ ପଶ୍ଚିମବଙ୍ଗରେ ଆଣି ରାଜୁ ମଣ୍ଡଳକୁ ଦେଇଥିଲା । ରାଜୁ ମଣ୍ଡଳ ଟ୍ରେନରେ ରାଞ୍ଚିକୁ ସିମ ବକ୍ସ ଆଣି ଆସାଦୂର ନିର୍ଦେଶରେ ଇଂସ୍ଟଲ କରିଥିଲା । ଆସଦୂର ରାଜୁକୁ ହାୱାଲାରେ ଟଙ୍କା ଦେଉଥିଲା । ସବୁ ସିମ କାର୍ଡଗୁଡିକ ପଶ୍ଚିମବଙ୍ଗର ପ୍ରି ଆକ୍ଟିଭେଟେଡ଼ ଏୟାରଟେଲ ସିମ୍ । କୋର୍ଡ ୱାର୍ଡରେ ଏହି ସିମ ଗୁଡିକ ଆଣୁଥିଲା ରାଜୁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
After a 6-hour raid on the rented house, the commissionerate police squad returned with Raju | Argus News