ଏଜେଣ୍ଡା ସେଟ୍ ପରେ ଓଡ଼ିଶାରେ ମୋଦି କରିବେ ହମଲା

ନୂଆଦିଲ୍ଲୀ/ଭୁବନେଶ୍ୱର: ଆଉ ପାଞ୍ଚ ଦିନ ପରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ। ମେ 6 ତାରିଖରେ ଦକ୍ଷିଣ ଓଡ଼ିଶାରେ ମୋଦି କରିବେ ପ୍ରଚାର। ବ୍ରହ୍ମପୁର ଓ ନବରଙ୍ଗପୁରରେ ଜନସମାବେଶକୁ କରିବେ ସମ୍ବୋଧନ। ମଇଦାନକୁ ଆସିବା ପୂର୍ବରୁ ମୋଦି ସେଟ୍ କରିସାରିଛନ୍ତି ଏଜେଣ୍ଡା। ଓଡ଼ିଆ ଅସ୍ମିତା ପ୍ରସଙ୍ଗରେ ହେବ ଆଟାକ୍ । ବିଜେଡି ଉପରେ କରିବେ ଜୋରଦାର ଆକ୍ରମଣ। ଅମାପ ସମ୍ପଦ ସତ୍ତ୍ବେ ଓଡ଼ିଶା କାହିଁକି ହୋଇ ରହିଛି ଗରିବଙ୍କ ରାଜ୍ୟ, ସେ ନେଇ ଚିନ୍ତା ପ୍ରକଟ କରିଛନ୍ତି ପ୍ରଧାନମନ୍ତ୍ରୀ । ଏଥର କେବଳ 4 ଶହ ପାର ନୁହେଁ, ଓଡ଼ିଶାରେ ସତ୍ତା ପରିବର୍ତ୍ତନର ଆହ୍ବାନ ଦେବେ ପିଏମ୍ ମୋଦି।
24 ମହାଲଢେଇ ପାଇଁ ଏଜେଣ୍ଡା ସେଟ୍ କରିବା ପରେ ପ୍ରଚାର ପାଇଁ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସନ୍ତା 6 ତାରିଖରେ ବ୍ରହ୍ମପୁରରେ ଦିନ ୧୦ରେ ଜନସଭାକୁ କରିବେ ସମ୍ବୋଧନ। ପରେ ୧୨ଟା ୩୦ରେ ନବରଙ୍ଗପୁରରେ ସାଧାରଣ ସଭାରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଗସ୍ତ ପରେ ଆସୁଛନ୍ତି PM ମୋଦି । ମୋଦିଙ୍କ ଓଡ଼ିଶା ଗସ୍ତ ନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର । ପୂର୍ବରୁ ଜାତୀୟ ଗଣମାଧ୍ୟମରେ ସାକ୍ଷାତକାର ବେଳେ ଓଡ଼ିଶା ଲଢେଇ ନେଇ ଏଜେଣ୍ଡା ସ୍ପଷ୍ଟ କରିଥିଲେ ମୋଦି । ଓଡ଼ିଶାର ଭାଷା, ସ୍ବାଭିମାନ, ଗୌରବ ନେଇ ପ୍ରଧାନମନ୍ତ୍ରୀ ଦେଇଥିଲେ ବଡ଼ ବୟାନ। କହିଥିଲେ ସଂକଟରେ ଓଡ଼ିଶାର ଅସ୍ମିତା, ବିପଦରେ ଓଡ଼ିଆ ଭାଷା । ତା ସହିତ ଓଡ଼ିଶାର ଓଡ଼ିଶାର ଦୁଃସ୍ଥିତି ନେଇ ପିଏମ ଚିନ୍ତା ପ୍କକଟ କରିଥିଲେ। ପୂର୍ବରୁ ନପୁର ସଭାରେ ନବୀନ ସରକାରକୁ ଓପାଡି ଫିଙ୍ଗିବାକୁ ଆହ୍ବାନ କରିଥିଲେ ଶାହା।
ବ୍ରହ୍ମପୁର ଆସନ ହେଉଛି ନବୀନ ଓ ପାଣ୍ଡିଆନଙ୍କ ପାଇଁ ସମ୍ମାନର ପ୍ରଶ୍ନ। ଏ ଆସନରୁ ବିଜେପି ପ୍ରାର୍ଥୀ କରିଛି ପ୍ରଦୀପ ପାଣିଗ୍ରାହୀଙ୍କୁ । ପ୍ରଦୀପ ପାଣିଗ୍ରାହୀ ଥିଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି । ଜନବିରୋଧୀ କହି ତାଙ୍କୁ ବିଜେଡି ବହିଷ୍କାର କଲା । ହେଲେ ଭୈରବ କେ ପାଣ୍ଡିଆନଙ୍କୁ କାର୍ତ୍ତିକ କାର୍ତ୍ତିକ ସମ୍ବୋଧନ କରିବାରୁ ପ୍ରଦୀପଙ୍କୁ ଦଳରୁ ବାହାର କରାଯାଇଥିବା ଚର୍ଚ୍ଚା ହୁଏ । ଏବେ ନବୀନଙ୍କ ପାଇଁ ଯେତିକି ନୁହେଁ ତାଠାରୁ ବେଶୀ ପାଣ୍ଡିଆନଙ୍କ ପାଇଁ ବ୍ରହ୍ମପୁର ବେଶୀ ଗୁରୁତ୍ବପୂର୍ଣ୍ଣ। ବ୍ରହ୍ମପୁରରୁ ହିଁ ମୋଦି ଫୁଙ୍କିବେ ବିଜୟର ମନ୍ତ୍ର।
2019 ନିର୍ବାଚନରେ ବିଜେଡିକୁ କଡା ଟକ୍କର ଦେଇଥିଲା ବିଜେପି। ଲୋକସଭାରେ ବିଜେଡି 12 ଆସନ ଜିତିଥିବା ବେଳେ ବିଜେପି ଜିତିଥିଲା 8 ଆସନ। ତେବେ ଭୋଟ ବ୍ୟବଧାନ ଥିଲା ମାତ୍ର 10 ଲକ୍ଷ। ବିଜେଡି 42 ପ୍ରତିଶତ ଭୋଟ ପାଇଥିବା ବେଳେ ବିଜେପି ପାଇଥିଲା 38 ପ୍ରତିଶତ ଭୋଟ, କଂଗ୍ରେସ ହାତକୁ ଯାଇଥିଲା 13.4 ପ୍ରତିଶତ ଭୋଟ । 2024ରେ କଂଗ୍ରେସର ଭୋଟ ପ୍ରତିଶତ କମିପାରେ, ଯାହାର ଫାଇଦା ନେଇପାରେ ବିଜେପି। ଗୋଟେ ପଟେ ମୋଦି ସୁନାମୀ, ଆଉ ସେପଟେ ନବୀନଙ୍କ କମୁଥିବା ଲୋକପ୍ରିୟତା, ତା ଭିତରେ ଦଳର ଅନ୍ତକନ୍ଦଳ, ଯାହା ବିଜେଡିର ଚିନ୍ତା ବଢାଇଛି । ନବୀନଙ୍କ ସରକାର ଓ ଦଳ ଉପରୁ ନିୟନ୍ତ୍ରଣ ଖସୁଥିୁବା ବେଳେ ରିମୋଟ୍ ପାଣ୍ଡିଆନଙ୍କ ହାତରେ।
📱 Get Argus News App
✨ ଅଧିକ ପଢନ୍ତୁ ଓଡ଼ିଶା ଖବର