Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ମମତାଙ୍କ ଧମକ ପରେ ଦେଶବ୍ୟାପୀ ପ୍ରତିବାଦର ସ୍ୱର

National

ମମତାଙ୍କ ଧମକ ପରେ ଦେଶବ୍ୟାପୀ ପ୍ରତିବାଦର ସ୍ୱର

Banajyotshna Ray
Browse all articles by Banajyotshna Ray
·1 year ago·2 min read
ମମତାଙ୍କ ଧମକ ପରେ ଦେଶବ୍ୟାପୀ ପ୍ରତିବାଦର ସ୍ୱର
  • ଦୋଷ ଘୋଡ଼ାଇବାକୁ ଆକ୍ରାମକ ମମତା ବାନାର୍ଜୀ 
  • ସାରା ଦେଶରେ ନିଆଁ ଜଳିବ ବୋଲି ଧମକ 
  • ମମତାଙ୍କ ଧମକ ପରେ ଦେଶବ୍ୟାପୀ ପ୍ରତିବାଦର ସ୍ବର 
  • ଧରା ପଡ଼ିଛି ଦିଦିଙ୍କ ଦୋମୁହାଁ ଚରିତ୍ର 
  • ଡାକ୍ତରୀ ଛାତ୍ରୀ ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୁକ୍ତଙ୍କୁ ସୁରକ୍ଷା ଦେଇଥିଲା ମମତା ସରକାର 
  • ନିଜ ଦୋଷ ଲୁଚାଇବାକୁ ମମତାଙ୍କ ଆକ୍ରମଣାତ୍ମକ ଆଭିମୁଖ୍ୟ

ଅର୍ଗସ ବ୍ୟୁରୋ:  କୋଲକାତା ଲଜ୍ଜାକୁ ନେଇ ସାରା ଦେଶରେ ପ୍ରତିବାଦର ସ୍ବର ଉଠୁଥିଲାବେଳେ ସାମ୍ନାକୁ ଆସିଛି ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦୋମୁହାଁ ଚରିତ୍ର । ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବଦଳରେ ସାରା ଦେଶରେ ହିଂସା ସୃଷ୍ଟି ପାଇଁ  ଦେଇଛନ୍ତି ଧମକ। ଟିଏମସିର ଛାତ୍ର ସଂଗଠନକୁ ଉତ୍ତେଜକ ଭାଷଣ ମାଧ୍ୟମରେ ଉସୁକାଇଛନ୍ତି ମମତା ବାନାର୍ଜୀ । ଆସାମ, ବିହାର, ଝାଡ଼ଖଣ୍ଡ, ଓଡ଼ିଶା ଓ ଦିଲ୍ଲୀରେ ନିଆଁ ଜଳିବ ବୋଲି ଦେଇଛନ୍ତି ଧମକ। ମମତାଙ୍କ ହିଂସା ସୃଷ୍ଟିକାରୀ ଭାଷଣକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା। ମମତାଙ୍କୁ କଡ଼ା ଭାଷାରେ ଭର୍ତ୍ସନା କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ। ଏକ୍ସରେ ହିମନ୍ତ ବିଶ୍ବଶର୍ମା ଲେଖିଛନ୍ତି ନାଲି ଆଖି ଦେଖାନ୍ତୁ ନାହିଁ ଦିଦି। ନିଜ ଅସଫଳତାର ରାଜନୀତିରେ ଭାରତକୁ ଜଳାଇବାକୁ ଉଦ୍ୟମ ନ କରନ୍ତୁ । ସେପଟେ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି । ରାଜ୍ୟର ସୁରକ୍ଷା ଓ ଏକତା ପ୍ରତି ବିପଦ ସୃଷ୍ଟି କରୁଥିବାରୁ ମମତା ତୁରନ୍ତ ଇସ୍ତଫା ଦେବାକୁ ଦାବି ହୋଇଛି।

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ମମତାଙ୍କ ବୟାନକୁ କରିଛନ୍ତି କଡ଼ା ନିନ୍ଦା। ପଶ୍ଚିମବଂଗକୁ ଅରାଜକତା, ହିଂସା ଓ କୁଶାସନର ଗଡ଼ ବନାଇ ଦେଇଛନ୍ତି ମମତା ବାନାର୍ଜୀ । ବିଜେପି ଶାସିତ ରାଜ୍ୟରେ ଅପରାଧୀଙ୍କୁ ନିସ୍ତାର ନାହିଁ, ସେମାନଙ୍କ ଉପରେ ବୁଲଡୋଜର ଚଳାଯାଉଛି। ପଶ୍ଚିମବଂଗରେ ଦାଦାଗିରି ବେଶୀଦିନ ଚାଲିବ ନାହିଁ। ଜଣେ ମୁଖ୍ୟମନ୍ତ୍ରୀ ଭାବେ ମମତାଙ୍କ ଏଭଳି ନକରାତ୍ମକ, ବିଭାଜନକାରୀ ମନ୍ତବ୍ୟ ସାରା ଦେଶ ପାଇଁ ବିପଦ ବୋଲି କହିଛନ୍ତି ଧର୍ମେନ୍ଦ୍ର। ସେପଟେ 
କୋଲକାତା ଲଜ୍ଜା ଘଟଣା ନେଇ କ୍ଷୋଭ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

କହିଛନ୍ତି ବାସ୍ ବହୁତ ହୋଇଗଲା। ଏଭଳି ବର୍ବରୋଚିତ ଓ ଭୟାନକ ଘଟଣା ବ୍ୟଥିତ କରିଛି । ଏବେ ଯୌନ ପିପାସୁଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାର ସମୟ । ମମତାଙ୍କ ଉତ୍ତେଜକ ଓ ହିଂସା ସୃଷ୍ଟିକାରୀ ଭାଷଣକୁ ନେଇ ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ଆଇନଜୀବୀ ବିନୀତ ଜିନ୍ଦଲ । କଂଗ୍ରେସ ବି ମମତାଙ୍କୁ ଟାର୍ଗେଟ କରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Sponsored
After Mamata's threat, the voice of protest across the country | Argus News