Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ବିବାହ ପରେ ବିଧବା ବେଶରେ ଶାଶୂଘର ଯାଏ ଝିଅ

Swayangprajna Mishra
Browse all articles by Swayangprajna Mishra
·2 years ago·2 min read
ବିବାହ ପରେ ବିଧବା ବେଶରେ ଶାଶୂଘର ଯାଏ ଝିଅ

Key Points

  • ନିଆରା ପରମ୍ପରା
  • ବିବାହ ପରେ ବିଧବା ଭଳି ଶାଶୂଘର ଯାଏ ଝିଅ
  • ବାପା ମା' ଝିଅକୁ କରାନ୍ତି ବିଧବା 

 ଅର୍ଗସ ବ୍ୟୁରୋ : ବାହାଘର ସରିଲେ ଝିଅ ସଜବାଜ ହୋଇ ଶାଶୂଘର ଯାଏ । କାନ୍ଦବୋବାଳି ପଡ଼େ, ବରକନ୍ୟା ବିଦା ହୁଅନ୍ତି । ହେଲେ କେବେ ଭାବିଛନ୍ତି କି ? ବାହାଘର ପରେ ଝିଅକୁ ବିଧବା କରି ଶାଶୂଘର ପଠାଇବା କଥା ? କଥାଟା ଶୁଣିବାକୁ ଯେତିକି ଆଶ୍ଚର୍ଯ୍ୟ ଲାଗୁଛି, ପରମ୍ପରା ସେତିକି ଭୟାନକ ମଧ୍ୟ । ହେଲେ ଏମିତି କାହିଁକି ହୁଏ ? ତା' ପଛରେ ରହିଛି ବିଶେଷ କିମ୍ବଦନ୍ତୀ ।
ବିବାହକୁ ନେଇ ବିଭିନ୍ନ ଜାତିର ଭିନ୍ନ ଭିନ୍ନ ପରମ୍ପରା । କେଉଁଠି ବିବାହ ବେଳେ କଳା ରଙ୍ଗର ପୋଷାକ ପିନ୍ଧାଯାଏ, ତ କେଉଁଠି ଧଳା ରଙ୍ଗର । ହେଲେ ଆମ ଧର୍ମରେ ସାଧଆରଣତଃ ବିବାହ ବେଳେ ନାଲି ରଙ୍ଗର ଯୋଡା ପିନ୍ଧାଯାଏ । ନୂଆ ବୋହୂ ନାଲି ରଙ୍ଗର ଶାଢିରେ ସଜେଇ ହୋଇ ବିବାହ କରେ ଏବଂ ଶାଶୂ ଘରକୁ ଯାଏ । ହେଲେ ଏପରି ଏକ ଗାଁ ଯେଉଁଠି ବିବାହ ପରେ ବିଧବା ବେଶରେ ଶାଶୂଘରକୁ ଯାଏ ନୂଆ କନିଆଁ ।

ଅଧିକ ପଢନ୍ତୁ : ବାପା-ମା କରାଇଲେ ପିଲାଙ୍କର 'ଭୂତ ବିବାହ'

 ମଧ୍ୟପ୍ରଦେଶର ମଣ୍ଡଳ ଭୀମଦୋଙ୍ଗ୍ରୀ ଗାଁରେ ଆଦିବାସୀ ସମାଜର ଲୋକେ ବାସ କରନ୍ତି । ଏହି ଗାଁରେ ବିବାହ ସମସ୍ତ ରୀତିନୀତିରେ ସରିବା ପରେ ବିଦାୟ ସମୟ ଆସିଲେ ଝିଅକୁ ଧଳା ରଙ୍ଗର ଶାଢି ପିନ୍ଧାଯାଏ । ଏହି ସମୟରେ ଅନ୍ୟମାନେ ବି ଧଳା ରଙ୍ଗର ପୋଷାକ ପିନ୍ଧନ୍ତି । ଏହା ପଛରେ ରହିଛି ବିଶେଷ କାରଣ । ଏହି ଗାଁର ଲୋକେ ଗୋଷ୍ଠୀ ଧର୍ମକୁ ଅନୁସରଣ କରନ୍ତି । ସେଥିପାଇଁ ଏମାନେ ଧଳା ରଙ୍ଗକୁ ଶାନ୍ତିର ପ୍ରତୀକ ବୋଲି ବିବେଚନା କରନ୍ତି । ସେମାନଙ୍କ ମତରେ ଧଳା ରଙ୍ଗକୁ ସମସ୍ତ ଶୁଭକାର୍ଯ୍ୟ ପାଇଁ ବ୍ୟବହାର କରାଯାଏ । ଏକ ନୂଆ ଜୀବନ ନବଦମ୍ପତ୍ତି ଆରମ୍ଭ କରୁଥିବାରୁ କନିଆଁ ଧଳା ଲୁଗା ପିନ୍ଧିବା ଦରକାର ବୋଲି ସେମାନେ କୁହନ୍ତି । କେବଳ ସେତିକି ନୁହେଁ ବିବାହକୁ ନେଇ ସାମନଙ୍କ ସମ୍ପ୍ରଦାୟରେ ଆଉ ଏକ ନିୟମ ମଧ୍ୟ ରହିଛି । ବିବାହ ସମୟରେ ନବଦମ୍ପତ୍ତି ବୁଲୁଥିବା ୭ ଫେରାରୁ ୪ ଫେରା କନିଆଁ ଘର ବିବାହ ବେଦିରେ ବୁଲାଯିବା ବେଳେ ବାକି ୩ ଫେରା ପୁଅ ବା ବର ଘରେ ବୁଲାଯାଏ । ତେବେ ବିବାହ ସହ ଏହି ଗାଁ ରେ ମଦ ନିଷେଧ , ଟଙ୍କା ରୋଜଗାରକୁ ନେଇ ଭିନ୍ନ ଭିନ୍ନ ନିୟମ ରହିଥିବା ଦେଖିବାକୁ ମିଳିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

 

Sponsored
After marriage, a girl goes to her mother-in-law's house as a widow | Argus News