କିଛିସମୟ ପରେ ରାଜଧାନୀରେ ପ୍ରଧାନମନ୍ତ୍ରୀଙ୍କ ସୁପର ସୋ

ଭୁବନେଶ୍ୱର: କିଛିସମୟ ପରେ ରାଜଧାନୀରେ ପ୍ରଧାନମନ୍ତ୍ରୀଙ୍କ ସୁପର ସୋ। ଗେରୁଆମୟ ଭୁବନେଶ୍ବର। ଜନପଥ ହୋଇଛି ଲୋକାରଣ୍ୟ। ରାମମନ୍ଦିରରୁ ବାଣିବିହାର ଯାଏ ପିଏମଙ୍କ ରୋଡ ଶୋ ଦେଖିବାକୁ ରାଜଧାନୀବାସୀଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା... କାଲି ଫୁଲବାଣୀ, ବଲାଙ୍ଗିର, ବରଗଡ଼ରେ ପିଏମ୍ କରିବେ ପ୍ରଚାର। ପ୍ରଥମ ଗସ୍ତରେ ବିଜେଡିକୁ କରିଥିଲେ। ଜୋରଦାର ପ୍ରହାର। ପୁଣି ମୋଦି ଧମାକା ଉପରେ ସାରା ରାଜ୍ୟର ନଜର।
ରାଜଧାନୀରେ ପ୍ରଧାନମନ୍ତ୍ରୀଙ୍କ ରୋଡ୍ ଶୋ ପାଇଁ ବିଜେପି ପକ୍ଷରୁ ଜୋରଦାର ପ୍ରସ୍ତୁତି। ଉତ୍ସାହିତ ଗେରୁଆ ଶିବିର। ଭୁବନେଶ୍ବରବାସୀଙ୍କ ମଧ୍ୟରେ ପିଏମଙ୍କ ରୋଡ୍ ଶୋକୁ ନେଇ ପ୍ରବଳ ଉତ୍କଣ୍ଠା। ଆଜି ରାତି 8 ଟାରେ ଭୁବନେଶ୍ବରରେ ପହଞ୍ଚିବା ପରେ ରାମମନ୍ଦିର ଛକରୁ ବାଣିବାହର ଛକ ଯାଏ ପିଏମ କରିବେ ରୋଡ୍ ଶୋ। ନିଜ ପ୍ରିୟ ନେତାଙ୍କର ଟିକିଏ ଝଲକ ପାଇବା ଲାଗି ଏବେଠାରୁ ଜନପଥର ଉଭୟ ପାର୍ଶ୍ବରେ ଲାଗିଲାଣି ଜନଗହଳି।
ଚଳିତ ସପ୍ତାହରେ ଏହା ପ୍ରଧାନମନ୍ତ୍ରୀଙ୍କର ଦ୍ବିତୀୟ ଓଡ଼ିଶା ଗସ୍ତ। ସୋମବାର ପ୍ରଥମ ନିର୍ବାଚନୀ ଗସ୍ତରେ ଆସି ବ୍ରହ୍ମପୁର ଓ ନବରଙ୍ଗପୁରରେ ଜନସମାବେଶକୁ କରିଥିଲେ ସମ୍ବୋଧନ। 25 ବର୍ଷର ବିଜେଡି ସରକାରକୁ ପାପୀ କହି କରିଥିଲେ ଯୋରଦାର ପ୍ରହାର। ଜୁନ 4 ବିଜେଡି ସରକାରର ଏକ୍ସପାରୀ ଡେଟ୍ କହି ସିଧାସିଧା କରିଥିଲେ ହମଲା ଏବଂ ଜୁନ୍ 10ରେ ଓଡ଼ିଶାରେ ବିଜେପି ସରକାରର ଶପଥ ଗ୍ରହଣ ସମାରୋହକୁ ଲୋକଙ୍କୁ କରିଥିଲେ ଆମନ୍ତ୍ରଣ।
📱 Get Argus News App
✨ଅଧିକ ପଢନ୍ତୁ ଭାରତ ଖବର