୨୧ ଦିନର ଅନ୍ତରୀଣ ଜାମିନ ଅବଧି ଶେଷ ପରେ ପୁଣି ଜେଲ୍ ଗଲେ କେଜ୍ରିୱାଲ
·2 years ago

ଅର୍ଗସ ବ୍ୟୁରୋ : ପୁଣି ଜେଲ୍ ଗଲେ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ୍ । ଦୀର୍ଘ ୨୧ ଦିନର ଅନ୍ତରୀଣ ଜାମିନ ଅବଧି ଶେଷ ହେବା ପରେ ଆଜି ତିହାର ଜେଲ୍ ଯାଇଛନ୍ତି କେଜ୍ରିଓ୍ବାଲ୍ । ଏହାପୂର୍ବରୁ କେଜ୍ରିୱାଲ ନିଜ ବାସଭବନରୁ ବାହାରି ରାଜଘାଟ ଯାଇଥିଲେ । ସେଠାରେ ମହାତ୍ମା ଗାନ୍ଧୀଙ୍କ ସମାଧିରେ ପୁଷ୍ପ ଅର୍ପଣ କରିଥିଲେ ।
ଅଧିକ ପଢନ୍ତୁ : କେଜରିଓ୍ବାଲଙ୍କ ଜାମିନ ୭ ଦିନ ବୃଦ୍ଧି ଆବେଦନକୁ ତୁରନ୍ତ ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ
କେଜ୍ରିୱାଲଙ୍କୁ ଛାଡ଼ିବାକୁ ତାଙ୍କ ଧର୍ମପତ୍ନୀ ଏବଂ ଝିଅ ସାଙ୍ଗରେ ଯାଇଥିଲେ । ମେ ୧୦ରେ ସୁପ୍ରିମକୋର୍ଟ ଲୋକସଭା ନିର୍ବାଚନର ପ୍ରଚାର ପାଇଁ କେଜ୍ରିଓ୍ବାଲଙ୍କୁ ସର୍ତ୍ତମୂଳକ ଜାମିନ ଦେଇଥିଲେ । ଯାହାର ଅବଧି ଶେଷ ହୋଇଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: