Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ନିର୍ବାଚନ ବିଗୁଲ ପରେ ଖୋଲୁଛି ନେତାଙ୍କ ଟଙ୍କା ପେଡ଼ି

National

ନିର୍ବାଚନ ବିଗୁଲ ପରେ ଖୋଲୁଛି ନେତାଙ୍କ ଟଙ୍କା ପେଡ଼ି

Jitendra Dash
Browse all articles by Jitendra Dash
·2 years ago·2 min read
ନିର୍ବାଚନ ବିଗୁଲ ପରେ ଖୋଲୁଛି ନେତାଙ୍କ ଟଙ୍କା ପେଡ଼ି

ଅର୍ଗସ ବ୍ୟୁରୋ : ବାଜି ସାରିଛି ୨୦୨୪ ସାଧାରଣ ନିର୍ବାଚନ ବିଗୁଲ । ଅଷ୍ଟାଦଶ ଲୋକସଭା ଲାଗି ପ୍ରାର୍ଥୀ ଚୟନ କାମ ୧୯ ଏପ୍ରିଲରୁ ଜୁନ୍ ମଧ୍ୟରେ କରାଯିବ । ଜୁନ୍ ୪ ତରିଖରେ ହେବ ଭୋଟ ଗଣନା । ନିର୍ବାଚନ ତାରିଖ ଘୋଷଣା ହେବା ପରେ ଦେଶରେ ଆଦର୍ଶ ଆଚରଣ ସଂହିତା ଲାଗୁ ହୋଇସାରିଛି । ଏହା ସହିତ ନିର୍ବାଚନ ଘୋଷଣା ହେବା ପରେ ସମସ୍ତ ରାଜନୈତିକ ଦଳର ପ୍ରସ୍ତୁତି ଜୋରଦାର ହୋଇଯାଏ । ଭୋଟରଙ୍କୁ ଆକୃଷ୍ଟ କରିବା କାମ ଆରମ୍ଭ ହୋଇଯାଏ ।
 
ହେଲେ ନିର୍ବାଚନ ସମୟରେ ପ୍ରତିଦିନ କୋଟି କୋଟି ଟଙ୍କା ଜବତ କରାଯାଇଥାଏ । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେ ନିର୍ବାଚନ ସମୟରେ ଅବୈଧ ଭାବରେ କିମ୍ବା ନିୟମ ବିରୋଧରେ ବ୍ୟବହାର କରାଯାଉଥିବା ନଗଦ ଅର୍ଥ ଓ ମଦ ପୁଳାପୁଳା ମାତ୍ରାରେ ଜବତ କରାଯାଏ । ତେବେ ପ୍ରଶ୍ନ ଉଠୁଛି, ନିର୍ବାଚନ ସମୟରେ ଜବତ କରାଯାଉଥିବା କୋଟି କୋଟି ଟଙ୍କା ଓ ମଦ କ’ଣ ହୋଇଥାଏ ? ତେବେ ଏହି ଟଙ୍କା ସବୁ କେଉଁଠିକୁ ଯାଏ ? 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ନିର୍ବାଚନରେ ଅଧିକାଂଶ କଳାଧନର ଉପଯୋଗ କରାଯାଏ । ନିର୍ବାଚନ ଆୟୋଗ ନିର୍ବାଚନ ଲଢିବା ପାଇଁ ପଇସା ଖର୍ଚ୍ଚ କରିବାର ଯେଉଁ ସୀମା ଧାର୍ଯ୍ୟ କରିଥାନ୍ତି ତାହାଠାରୁ ବହୁଗୁଣ ଅଧିକ ଅର୍ଥ ପ୍ରାର୍ଥୀ ଖର୍ଚ୍ଚ କରିଥାନ୍ତି । ନିର୍ବାଚନରେ କଳାଧନକୁ ସେହି କାମରେ ଉପଯୋଗ କରାଯାଏ ଯାହାର କୌଣସି ହିସାବ ଦିଆଯାଏ ନାହିଁ । ଏହି କାରଣରୁ ଦଳ ଓ ପ୍ରାର୍ଥୀଙ୍କ ପାଖରେ ଅଲଗା ଅଲଗା ସ୍ଥାନରୁ ବହୁମାତ୍ରାରେ ଟଙ୍କା ଆସି ପହଞ୍ଚିଥାଏ । ପୋଲିସ କିନ୍ତୁ ଏଥିପାଇଁ ପ୍ରସ୍ତୁତ ରହିଥାଏ । ପୋଲିସ ସନ୍ଦିଗ୍ଧ ବାହାନ ଓ ଲୋକଙ୍କୁ ଚେକିଂ ଓ ପଚରାଉଚୁରା କରିଥାଏ । 

ଏହା ବ୍ୟତିତ ପୋଲିସକୁ ଏହାର ସୂତ୍ରରୁ ମଧ୍ୟ ଏ ବିଷୟରେ ଜଣାପଡିଯାଏ । ପରେ ପୋଲିସ ଚଢାଉ କରି ଟଙ୍କା ଓ ମଦ ଜବତ କରିଥାଏ । ତେବେ ପୋଲିସ ନିର୍ବାଚନ ସମୟରେ ଯେଉଁ କ୍ୟାସ୍ ଜବତ କରିଥାଏ ତାକୁ ଆୟକର ବିଭାଗକୁ ଦେଇଥାଏ । ପୋଲିସ ଯେଉଁ ବ୍ୟକ୍ତିଙ୍କ ଠାରୁ କ୍ୟାସ୍ ଜବତ କରିଥାଏ ପରବର୍ତ୍ତୀ ସମୟରେ ସେହି ବ୍ୟକ୍ତି ଏହାକୁ ଦାବୀ ବି କରିପାରେ । କିନ୍ତୁ ଏଥିପାଇଁ ତାଙ୍କୁ ସେହି ଅର୍ଥ ତାଙ୍କର ଓ ତାହା ଅବୈଧ ରୂପରେ ରୋଜଗାର କରାଯାଇନାହିଁ ବୋଲି ପ୍ରମାଣ ଦେବାକୁ ପଡିଥାଏ । କିନ୍ତୁ ଜବତ କରାଯାଇଥିବା ପଇସା ଉପରେ ଯଦି କେହି ଦାବୀଦାର ନ ଆସନ୍ତି ତେବେ ତାକୁ ସରକାରଙ୍କ ରାଜସ୍ୱରେ ସାମିଲ କରିଦିଆଯାଏ ।
 

Painting
Sponsored
After the election, the leader's money collection is opened | Argus News