|
logo
Live

Argus News - ପଦ୍ମଶ୍ରୀ ପରେ ଶ୍ରେଷ୍ଠ ସାଂସଦ ପୁରସ୍କାର ଦରକାର,କହିଲେ ଆଗାମୀ ସମୟରେ...

National

ପଦ୍ମଶ୍ରୀ ପରେ ଶ୍ରେଷ୍ଠ ସାଂସଦ ପୁରସ୍କାର ଦରକାର,କହିଲେ ଆଗାମୀ ସମୟରେ...

Arpita Mohanty
Browse all articles by Arpita Mohanty
·1 year ago·2 min read
ପଦ୍ମଶ୍ରୀ ପରେ ଶ୍ରେଷ୍ଠ ସାଂସଦ ପୁରସ୍କାର ଦରକାର,କହିଲେ ଆଗାମୀ ସମୟରେ...

ଅର୍ଗସ ବ୍ୟୁରୋ: ବଲିଉଡର ଉଜ୍ଜ୍ୱଳ ତଥା ପ୍ରତିଭାଶାଳୀ ଅଭିନେତ୍ରୀମାନଙ୍କ ମଧ୍ୟରେ କଙ୍ଗନା ରାଣାୱତଙ୍କ ନାମ ଗଣାଯାଏ, ତାଙ୍କ ଫିଲ୍ମ କ୍ୟାରିୟରରେ ତାଙ୍କୁ ଜାତୀୟ ସିନେମା ପୁରସ୍କାର ଏବଂ ପଦ୍ମଶ୍ରୀ ଭଳି ସମ୍ମାନଜନକ ପୁରସ୍କାରରେ ପୁରସ୍କୃତ କରାଯାଇଛି। କିନ୍ତୁ ଏବେ ତାଙ୍କୁ ରାଜନୀତିରେ ବି ଶ୍ରେଷ୍ଠ ହେବାର ଇଛା ଅଛି। ପଦ୍ମଶ୍ରୀ ପରେ ତାଙ୍କୁ ଏବେ ଶ୍ରେଷ୍ଠ ସାଂସଦ ପୁରସ୍କାର ଦରକାର। ଆମେ କହୁଛୁ ବଲିଉଡର ଧାକଡ଼ କୁଇନ୍ କଙ୍ଗନା ରାଣାୱତଙ୍କ ବିଷୟରେ। ଚଳଚ୍ଚିତ୍ରରେ ଧମାଲ ମଚାଇବା ପରେ ଏବେ ସିଏ ରାଜନୀତିରେ ପ୍ରବେଶ କରିଛନ୍ତି ଆଉ ରାଜନୀତିରେ ଶ୍ରେଷ୍ଠ ହେବାକୁ ଚାହୁଁଛନ୍ତି। ଭାରତୀୟ ଜନତା ପାର୍ଟି ଏଥର ହିମାଚଳ ପ୍ରଦେଶ ମଣ୍ଡିରୁ ଲୋକସଭା ସିଟ୍ ପାଇଁ ତାଙ୍କୁ ଟିକେଟ୍ ଦେଇଛି ଆଉ ଏଥର ନିର୍ବାଚନରେ ​​ସେ ବିଜୟର ପତାକା ଉତ୍ତୋଳନ କରିବେ ବୋଲି ଆଶା କରିଛନ୍ତି।

ସେ କହିଛନ୍ତି - ମତେ ଲାଗୁଛି ମୁଁ ଯାହା ବି ପୁରସ୍କାର ପାଇଛି, ତାହା ଜାତୀୟ ପୁରସ୍କାର ହେଉ କିମ୍ବା ପଦ୍ମଶ୍ରୀ ପୁରସ୍କାର ହେଉ କିନ୍ତୁ ଯଦି ଆଗାମୀ ସମୟରେ ମତେ 'MP Of The Year' ପୁରଷ୍କାର ଦିଆଯାଉଛି ତାହେଲେ ମତେ ବହୁତ ଖୁସି ଲାଗିବ। ଆମ ଦଳ କିମ୍ବା ପ୍ରତିଶ୍ରୁତିରେ ପିଏମ ମୋଦିଙ୍କ ଗ୍ୟାରେଣ୍ଟି ବହୁତ ଗମ୍ଭୀରତାର ସହ ନିଆଯାଉଛି। ଅନ୍ୟ ଦଳଗୁଡିକରେ ଆମ ଭଳି କଠୋର ପ୍ରୋଟୋକଲ୍ ନାହିଁ ବୋଲି ମୁଁ ଭାବୁଛି।

କଙ୍ଗନାଙ୍କ ଫିଲ୍ମ ବିଷୟରେ କହିବାକୁ ଗଲେ ଖୁବ୍ ଶୀଘ୍ର ସିଏ ଏମର୍ଜେନ୍ସିରେ ନଜର ଆସିବେ। ଏହାପୂର୍ବରୁ ଏହି ଚଳଚ୍ଚିତ୍ରଟି ୧୪ ଜୁନ୍ ୨୦୨୪ରେ ରିଲିଜ୍ ହେବାକୁ ଯାଉଥିଲା କିନ୍ତୁ ନିର୍ବାଚନକୁ ନଜରରେ ରଖି କଙ୍ଗନା ନିଜ ଫିଲ୍ମର ରିଲିଜ ତାରିଖ ସ୍ଥଗିତ ରଖିବାକୁ ଘୋଷଣା କରିଥିଲେ। କଙ୍ଗନାଙ୍କ ଦଳ ଇନଷ୍ଟାଗ୍ରାମରେ ସେୟାର କରି ଲେଖିଛନ୍ତି - ଆମର ହୃଦୟ ପ୍ରେମରେ ପରିପୂର୍ଣ୍ଣ,ଆଜିର ସମୟରେ କଙ୍ଗନା ରାନାୱତ ଯେଉଁ ପ୍ରକାର ପ୍ରେମ ପାଇଛନ୍ତି ତାହା ଦେଖିବା ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଆନନ୍ଦଦାୟକ। ବର୍ତ୍ତମାନ ସିଏ ନିଜ ଦେଶର ସେବା କରିବାରେ ବ୍ୟସ୍ତ ଅଛନ୍ତି। ଦେଶ ପ୍ରତି ତାଙ୍କର ପ୍ରତିବଦ୍ଧତା ଏହି ସମୟରେ ପ୍ରାଥମିକତା ଅଟେ । ଏଭଳି ପରିସ୍ଥିତିରେ ଆମର ଚଳଚ୍ଚିତ୍ର 'ଏମର୍ଜେନ୍ସି' ରିଲିଜକୁ ସ୍ଥଗିତ ରଖାଯାଇଛି। ଆମେ ପ୍ରତିଶୃତି ଦେଉଛୁ ଯେ ଫିଲ୍ମର ନୂଆ ରିଲିଜ୍ ତାରିଖ ସହିତ ଆମେ ପୁଣିଥରେ ଆପଣଙ୍କ ସାମ୍ନାକୁ ଆସିବୁ ଏବଂ ଆପଣଙ୍କୁ ନିରାଶ କରିବୁ ନାହିଁ। ତୁମେ ସମସ୍ତେ ଆମକୁ ଯେମିତି ସମର୍ଥନ କରୁଛ ସେମିତି କରିଚାଲ। 
ଆପଣଙ୍କୁ ଜଣାଇଦେବୁ ଯେ କଙ୍ଗନାଙ୍କ ଏମର୍ଜେନ୍ସି ଚଳଚ୍ଚିତ୍ର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଉପରେ ଆଧାରିତ। କଙ୍ଗନା ନିଜେ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି। ଏବେ ଦେଖିବାକୁ ବାକି ରହିଲା ଏହି ଫିଲ୍ମ କେବେ ରିଲିଜ୍ ହେଉଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର

Sponsored
ପଦ୍ମଶ୍ରୀ ପରେ ଶ୍ରେଷ୍ଠ ସାଂସଦ ପୁରସ୍କାର ଦରକାର,କହିଲେ ଆଗାମୀ ସମୟରେ... | Argus News