Videos
|
National

Agniveer / ବୀମା, ୧୦ ଲକ୍ଷର ପ୍ୟାକେଜ୍ ଓ ୫୦% ସଂରକ୍ଷଣ… ପୂର୍ବତନ ଅଗ୍ନିବୀରଙ୍କୁ ସରକାର ଦେବେ ଏସବୁ ସୁବିଧା

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ବୀମା, ୧୦ ଲକ୍ଷର ପ୍ୟାକେଜ୍ ଓ ୫୦% ସଂରକ୍ଷଣ… ପୂର୍ବତନ ଅଗ୍ନିବୀରଙ୍କୁ ସରକାର ଦେବେ ଏସବୁ ସୁବିଧା
₹10 Lakh Package, ₹48 Lakh Insurance & Jobs

Key Points

ଅଗ୍ନିବୀର ଭାବେ ସେବା ଯୋଗାଇ ସାରିବା ପରେ ଅଗ୍ନିବୀରଙ୍କୁ ସେବାନିଧି ପ୍ୟାକେଜ୍‌, ଅନ୍ୟ ସରକାରୀ ନିଯୁକ୍ତିରଂ ସଂରକ୍ଷଣ ମିଳିବ । ସେବା ସମୟରେ ଜୀବନ ବୀମା ଏବଂ ଦକ୍ଷତା ପ୍ରମାଣପତ୍ର ମିଳିବ ।
ନୂଆଦିଲ୍ଲୀ: ଭାରତୀୟ ସେନାରେ ଅଗ୍ନିବୀର ଭାବେ ୪ ବର୍ଷ କାମ କରିବା ପରେ ଯୁବକମାନଙ୍କ ଆଗାମୀ ଭବିଷ୍ୟତ କ’ଣ ହେବ ? ଯେଉଁମାନେ ସେନାରେ ନିୟମିତ ଚାକିରି ପାଇଁ ଚୟନ ହେବେ ନାହିଁ, ସେମାନେ ଅନ୍ୟ କେଉଁଠି ଚାକିରି କରିପାରିବେ ? ଏହି ପ୍ରଶ୍ନର ଉତ୍ତର ପାଇଁ ସରକାର ଅଗ୍ନିବୀରଙ୍କ ନିମନ୍ତେ ଆର୍ଥିକ ସହାୟତା ଓ ଅନ୍ୟ ସରକାରୀ ଚାକିରିରେ ସୁଯୋଗର ବ୍ୟବସ୍ଥା କରିଛନ୍ତି ।

ଅଗ୍ନିବୀର ଭାବେ ସେବା ଯୋଗାଇ ସାରିବା ପରେ ଅଗ୍ନିବୀରଙ୍କୁ ସେବାନିଧି ପ୍ୟାକେଜ୍‌, ଅନ୍ୟ ସରକାରୀ ନିଯୁକ୍ତିରଂ ସଂରକ୍ଷଣ ମିଳିବ । ସେବା ସମୟରେ ଜୀବନ ବୀମା ଏବଂ ଦକ୍ଷତା ପ୍ରମାଣପତ୍ର ମିଳିବ । ଏହା ସହ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ ଓ ଆସାମ ରାଇଫଲ୍ସର ନିର୍ଦ୍ଦିଷ୍ଟ ପଦବୀରେ ପୂର୍ବତନ ଅଗ୍ନିବୀରଙ୍କ ପାଇଁ ସଂରକ୍ଷଣ ରହିଛି ।

ଏଥିସହ ପଢ଼ନ୍ତୁ: ଆଣ୍ଟି-ହାଇଜ୍ୟାକିଂ ଓ UAPA ଆକ୍ଟରେ ଏତଲା ରୁଜୁ କଲା NIA 

ସେବା ଶେଷରେ ମିଳିବ ସେବାନିଧି ପ୍ୟାକେଜ୍‌

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଗ୍ନିପଥ ଯୋଜନାରେ ୪ ବର୍ଷର ସେବା ପୂରଣ କରିବା ପରେ ଅଗ୍ନିବୀରଙ୍କୁ ଏକକାଳୀନ ସେବାନିଧି ରାଶି ଦିଆଯିବ । ଏହି ରାଶି ପ୍ରାୟ ୧୦.୦୪ ଲକ୍ଷ ଟଙ୍କା । ଏଥିରେ ଅଗ୍ନିବୀରଙ୍କ ନିଜ ଯୋଗଦାନ ସହ ସରକାରଙ୍କ ସମାନ ଯୋଗଦାନ ଓ ସୁଧ ସାମିଲ ରହିଛି । ଏହି ରାଶି ଆୟକରମୁକ୍ତ ଅଟେ ।

ଜୀବନ ବୀମା

ଏଥିସହ ସେବା ଅବଧିରେ ଅଗ୍ନିବୀରଙ୍କୁ ୪୮ ଲକ୍ଷ ଟଙ୍କାର ଜୀବନ ବୀମା କଭର୍‌ ମିଳିଥାଏ । ସେବା ଶେଷ ପରେ ସେମାନଙ୍କୁ ଦକ୍ଷତା ପ୍ରମାଣପତ୍ର ମଧ୍ୟ ଦିଆଯାଏ । ଯାହା ଅନ୍ୟ ଚାକିରି ପାଇଁ ଆବେଦନ କରିବାରେ ପ୍ରାଥମିକତା ପ୍ରଦାନ କରିବ ।

କେନ୍ଦ୍ରୀୟ ସୁରକ୍ଷା ବଳରେ ୫୦% ସଂରକ୍ଷଣ

BSF, CRPF, CISF, ITBP ଏବଂ ଆସାମ ରାଇଫଲ୍ସର କନଷ୍ଟେବଳ (ଜେନେରାଲ୍ ଡ୍ୟୁଟି) ଓ ରାଇଫଲମ୍ୟାନ୍‌ ପଦବୀରେ ପୂର୍ବତନ ଅଗ୍ନିବୀରଙ୍କ ପାଇଁ ୫୦ ପ୍ରତିଶତ ପଦ ସଂରକ୍ଷିତ ରଖାଯାଇଛି ।

ଏଥିସହ ପଢ଼ନ୍ତୁ: ବିମାନ ଯାତ୍ରୀଙ୍କ ପାଖରୁ ମିଳିଲା ୪.୫ କୋଟି ମୂଲ୍ୟର ଗଞ୍ଜେଇ; ବ୍ୟାଙ୍କକ୍ ରୁ ଆସିଥିଲେ ଦିଲ୍ଲୀ

ଏହି ନିଯୁକ୍ତିରେ ପୂର୍ବତନ ଅଗ୍ନିବୀରଙ୍କୁ ବୟସ ସୀମାରେ ୩ ବର୍ଷର ଛାଡ଼ ମିଳିବ । ପ୍ରଥମ ବ୍ୟାଚ୍‌ର ପୂର୍ବତନ ଅଗ୍ନିବୀରଙ୍କ ପାଇଁ ଅତିରିକ୍ତ ୫ ବର୍ଷର ବୟସ ଛାଡ଼ ବ୍ୟବସ୍ଥା ରହିଛି । ଏହା ସହ ସେମାନଙ୍କୁ ଶାରୀରିକ ମାନଦଣ୍ଡ ପରୀକ୍ଷା (PST), ଶାରୀରିକ ଦକ୍ଷତା ପରୀକ୍ଷା (PET) ଓ ଲିଖିତ ପରୀକ୍ଷାରୁ ଛାଡ଼ ଦିଆଯିବ ।

ରାଜ୍ୟ ସରକାରଙ୍କ ଚାକିରିରେ ମଧ୍ୟ ସୁଯୋଗ

କେତେକ ରାଜ୍ୟ ସରକାର ପୋଲିସ ଓ ଅନ୍ୟ ବିଭାଗରେ ପୂର୍ବତନ ଅଗ୍ନିବୀରଙ୍କ ପାଇଁ ସଂରକ୍ଷଣ ଏବଂ ବୟସ ସୀମାରେ ଛାଡ଼ ଘୋଷଣା କରିଛନ୍ତି । ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ହରିୟାଣା, ରାଜସ୍ଥାନ ଓ ମଧ୍ୟପ୍ରଦେଶ ସମେତ ଏକାଧିକ ରାଜ୍ୟ ସରକାର ପୋଲିସ ଓ ଅନ୍ୟ ବିଭାଗରେ ପୂର୍ବତନ ଅଗ୍ନିବୀରଙ୍କ ପାଇଁ ୧୦ରୁ ୨୦ ପ୍ରତିଶତ ପଦ ସଂରକ୍ଷଣ କରିଛନ୍ତି ।