Flydubai Attack / ଆଣ୍ଟି-ହାଇଜ୍ୟାକିଂ ଓ UAPA ଆକ୍ଟରେ ଏତଲା ରୁଜୁ କଲା NIA
·1 hour ago·2 min read

Key Points
ଦୁବାଇରୁ ତେଲଅଭିବ ଯାଉଥିବା ଫ୍ଲାଏଦୁବାଇ ବିମାନ ମାମଲାରେ NIAର ଏତଲା । ମାମଲାରେ ଆଣ୍ଟିଂ-ହାଇଜ୍ୟାକିଂ ଆକ୍ଟ ଏବଂ UAPAର ଗମ୍ଭୀର ଧାରା ଲଗାଇଛି NIA ।
ନୂଆଦିଲ୍ଲୀ: ଫ୍ଲାଏଦୁବାଇ ଉଡ଼ାଣରେ ଭାରତୀୟ ପାଇଲଟ୍ କ୍ୟାପଟେନ୍ ସ୍ମିତ୍ ମଚ୍ଛାରଙ୍କ ଉପରେ ଆକ୍ରମଣ ଓ ବିମାନ ହାଇଜ୍ୟାକ କିମ୍ବା କ୍ରାଶ୍ ଉଦ୍ୟମ ମାମଲାରେ NIA ଏତଲା ରୁଜୁ କରିଛି । NIA ଏହି ମାମଲାରେ ଆଣ୍ଟିଂ-ହାଇଜ୍ୟାକିଂ ଆକ୍ଟ ଏବଂ UAPAର ଗମ୍ଭୀର ଧାରା ଲଗାଇଛି ।
ଏଜେନ୍ସି ଅନୁସାରେ, ଏହି ମାମଲା ଆନ୍ତର୍ଜାତୀୟ ବେସାମରିକ ଉଡ଼ାଣ ସୁରକ୍ଷା ସହ ଜଡ଼ିତ । ଏହା ଯୋଗୁଁ ଭାରତୀୟ ନାଗରିକ ଓ ଭାରତୀୟ ପାଇଲଟ୍ ପ୍ରଭାବିତ ହୋଇଛନ୍ତି ।
ଏଥିସହ ପଢ଼ନ୍ତୁ: କ୍ୟାପଟେନ ସ୍ମିଥ୍ ମଚ୍ଛାରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ପୁରସ୍କାର: ଆମେରିକା ମଧ୍ୟ କରିବ ପୁରସ୍କୃତ
କେଉଁ ଧାରାରେ ହେଲା ଏତଲା ?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୨୦୨୬ ଅକ୍ଟୋବର ୯ ତାରିଖରେ NIA ଏହାକୁ RC-34/2026/NIA/DLIରେ ରୁଜୁ କରିଛି । ଯେଉଁଥିରେ ଆଣ୍ଟିଂ-ହାଇଜ୍ୟାକିଂ ଆକ୍ଟ-୨୦୧୬ର ଧାରା ୩, UAPAର ଧାରା ୧୫ (୧) (a) ଓ UAPAର ଧାରା ୧୬ରେ ମାମଲା ରୁଜୁ କରାଯାଇଛି ।
ପୂରା ମାମଲା କ'ଣ ?
ଗତ ସେପ୍ଟେମ୍ବର ୩୦ ତାରିଖରେ ଫ୍ଲାଏଦୁବାଇର ବିମାନ FZ-୧୦୭୩ ଦୁବାଇରୁ ସକାଳ ୭ଟା ୫ ମିନିଟରେ ଉଡ଼ାଣ ଭରିଥିଲା । ବିମାନରେ ୧୭୪ ଯାତ୍ରୀଙ୍କ ସହ ୬ ଜଣ କ୍ରିଉ ସଦସ୍ୟ ଥିଲେ । ବିମାନକୁ ଭାରତୀୟ ପାଇଲଟ୍ କ୍ଯାପଟେନ୍ ସ୍ମିତ୍ ମଚ୍ଛା ଓ ଓମାନି ଫାର୍ଷ୍ଟ ଅଫିସର ଉଡ଼ାଉ ଥିଲେ । ସୂଚନା ଅନୁସାରେ, ସକାଳ ୯ଟା ୨୧ରେ ଜୋର୍ଡାନ-ସାଉଦି ଆରବ ସୀମା ନିକଟରେ ବିମାନ ହଠାତ୍ ତଳକୁ ଖସିବା ସହ ସାଉଦି ଆରବ ବାୟୁସୀମା ଆଡ଼କୁ ଗତି କରିଥିଲା ।
ପାଇଲଟଙ୍କ ଉପରେ ଆକ୍ରମଣ
ଯାତ୍ରୀ ଓ କ୍ରିଉ ସଦସ୍ୟଙ୍କ ଅନୁସାରେ, ଫାର୍ଷ୍ଟ ଅଫିସର ବିମାନକୁ ହାଇଜ୍ୟାକ କିମ୍ବା କ୍ରାଶ୍ କରିବା ଉଦ୍ଦେଶ୍ୟରେ କ୍ୟାପଟେନ୍ ସ୍ମିତ୍ ମଚ୍ଛାରଙ୍କ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ସ୍ମିତ୍ ମଚ୍ଛାରଙ୍କ ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗିଥିଲା । ଯାତ୍ରୀ ଓ କ୍ରିଉ ସଦସ୍ୟ ମିଳିତ ଭାବେ ଓମାନର କୋ-ପାଇଲଟକୁ କାବୁ କରି ନେଇଥିଲେ ।
ଉକ୍ତ ବିମାନରେ ଯାତ୍ରା କରୁଥିବା ଅନ୍ୟ ଅଫ୍ ଡ୍ୟୁଟି ପାଇଲଟ୍ ବିମାନର କଣ୍ଟ୍ରୋଲ୍ ସମ୍ଭାଳିବା ସହ ସକାଳ ୧୦ଟା ୪୫ ମିନିଟ୍ରେ ସାଉଦି ଆରବର ତାବୁକ ସ୍ଥିତ ପ୍ରାନ୍ସ ସୁଲତାନ ବିନ ଅବ୍ଦୁଲଅଜୀଜ ଏୟାରପୋର୍ଟରେ ସୁରକ୍ଷିତ ଅବତରଣ କରାଇଥିଲେ । ସାଉଦିଆରବର ଅଧିକାରୀ ଓମାନର କୋ-ପାଇଲଟକୁ ତୁରନ୍ତ ହେପାଜତକୁ ନେଇଥିଲେ ।

ଏଥିସହ ପଢ଼ନ୍ତୁ: ଆତ୍ମଘାତୀ ଆକ୍ରମଣକାରୀ ଥିଲା ଓମାନି କୋ-ପାଇଲଟ୍; ନେବାକୁ ଚାହୁଁଥିଲା ଗାଜା 'ପ୍ରତିଶୋଧ'
ତଦନ୍ତ ପାଇଁ NIA କାହିଁକି ?
କେନ୍ଦ୍ର ସରକାର ଏହି ଘଟଣାକୁ ହାଇଜ୍ୟାକିଂ କିମ୍ବା ବିମାନ କ୍ରାଶ୍ ସମ୍ଭାବ୍ୟ ପ୍ରୟାସ ଭାବେ ଦେଖୁଛନ୍ତି । ସରକାରଙ୍କ ଅନୁସାରେ, ଏହି ମାମଲା ଆନ୍ତର୍ଜାତୀୟ ବେସାମରିକ ଉଡ଼ାଣ ସୁରକ୍ଷା ସହ ଜଡ଼ିତ । ଯେଉଁଥିରେ ଭାରତୀୟ ନାଗରିକ ଓ ପାଇଲଟ୍ ପ୍ରଭାବିତ ହୋଇଛନ୍ତି । ଏହା ରାଷ୍ଟ୍ରୀୟ ଓ ଆନ୍ତର୍ଜାତୀୟ ସୁରକ୍ଷା ଉପରେ ପ୍ରଭାବ ପକାଇପାରେ । ତେଣୁ ମାମଲାର ତଦନ୍ତ ଦାୟିତ୍ଵ NIAକୁ ଦିଆଯାଇଛି ।

Related Topics
Explore more stories