Agniveer Service Extension / ଅଗ୍ନିବୀରଙ୍କୁ ମୋଦି ସରକାରଙ୍କ ଦୀପାବଳି ଭେଟି… ୨ ବର୍ଷ ବଢ଼ିଲା ସେବା ଅବଧି, ଧନ୍ୟବାଦ ଜଣାଇଲେ ସାଂସଦ

Key Points
ଅବଶିଷ୍ଟ ୭୫% ଅଗ୍ନିବୀରଙ୍କୁ ମିଳିବ ଆଉ ୨ ବର୍ଷର ଅତିରିକ୍ତ ସେବା ସୁଯୋଗ
ଦୁଇ ବର୍ଷ ପରେ ନିୟମିତ ସେନାରେ ସାମିଲ ହେବାକୁ ମିଳିବ ସୁଯୋଗ
ଯୋଗ୍ୟତା, ମେଧା ଓ କାର୍ଯ୍ୟଦକ୍ଷତା ଆଧାରରେ ହେବ ଚୟନ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଅଗ୍ନିବୀରଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ ଏହି ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ଏପରି ଏକ ସମୟରେ ଆସିଛି, ଯେତେବେଳେ ପ୍ରାୟ ୧୮୦୦୦ ଅଗ୍ନିବୀର ନିଜର କାର୍ଯ୍ୟକାଳ ଶେଷ କରି ସେବାରୁ ଅବସର ନେବାକୁ ଯାଉଥିଲେ।CDS ଜେନେରାଲ ରାଜା ସୁବ୍ରମଣି କହିଛନ୍ତି ଯେ, ସମସ୍ତ ଅଗ୍ନିବୀରଙ୍କୁ ସଶସ୍ତ୍ର ବାହିନୀରେ ନିଜର ସେବା ଜାରି ରଖିବାର ସୁଯୋଗ ଦିଆଯିବ। ତେବେ ଏହା ସେମାନଙ୍କ କାର୍ଯ୍ୟଦକ୍ଷତା ଓ ମୂଲ୍ୟାଙ୍କନ ଉପରେ ନିର୍ଭର କରିବ।
अग्निवीरों के साहस, समर्पण और सैन्य सेवा के अनुभव को और अधिक अवसर प्रदान करने की दिशा में केंद्र सरकार का महत्वपूर्ण निर्णय! माननीय प्रधानमंत्री श्री @narendramodi जी की अध्यक्षता में केंद्रीय मंत्रिमंडल द्वारा #Agnipath योजना' के अंतर्गत अग्निवीरों को 2 वर्ष के अतिरिक्त सेवा अवसर (Second Tour of Duty) को मंजूरी दी गई है। यह निर्णय भारतीय सशस्त्र सेनाओं को अधिक युवा, सक्षम, तकनीक-संपन्न और भविष्य की सुरक्षा चुनौतियों के लिए तैयार बनाने के संकल्प को और मजबूती प्रदान करेगा। इसके अतिरिक्त, 4/6 वर्ष की सेवा अवधि पूरी होने के बाद नियमित सैनिक के रूप में भर्ती होने के इच्छुक अग्निवीरों को भी निर्धारित चयन प्रक्रिया के आधार पर अवसर मिलेगा। इस दूरदर्शी निर्णय के लिए आदरणीय प्रधानमंत्री जी और माननीय रक्षामंत्री श्री @rajnathsingh जी का हार्दिक आभार! #CabinetDecisions
— Dharmendra Pradhan (@dpradhanbjp) November 4, 2026
ସିଡିଏସ୍ କହିଛନ୍ତି, ଆଜିର ଦିନ ଭାରତୀୟ ପ୍ରତିରକ୍ଷା ବଳ ଓ ଆମର ଅଗ୍ନିବୀରଙ୍କ ପାଇଁ ଖୁବ ଗୁରୁତ୍ବପୂର୍ଣ୍ଣ। କ୍ୟାବିନେଟ ସମସ୍ତ ଅଗ୍ନିବୀରଙ୍କୁ ଭାରତୀୟ ପ୍ରତିରକ୍ଷା ବାହିନୀରେ ଯୋଗଦେବା ପାଇଁ ପଥ ଖୋଲି ଦେଇଛି। ୧୪ ଜୁନ୍ ୨୦୨୨ ରେ ଆରମ୍ଭ ହୋଇଥିଲା ଅଗ୍ନିପଥ ଯୋଜନା। ଏହି ଯୋଜନା ଅନୁଯାୟୀ ଅଗ୍ନିବୀରମାନଙ୍କୁ ଚାରି ବର୍ଷ ପାଇଁ ସେନାରେ ନିଯୁକ୍ତି ଦିଆଯାଉଥିଲା। ଚାରି ବର୍ଷ ପରେ ସେମାନଙ୍କ ମଧ୍ୟରୁ ମେଧା ଓ ଯୋଗ୍ୟତା ଆଧାରରେ ୨୫ ପ୍ରତିଶତଙ୍କୁ ନିୟମିତ ସେନାରେ ରଖିବାର ବ୍ୟବସ୍ଥା ରହିଥିଲା। ଅବଶିଷ୍ଟ ୭୫ ପ୍ରତିଶତ ଅଗ୍ନିବୀରଙ୍କୁ ସେବାରୁ ଫେରିବାକୁ ପଡ଼ୁଥିଲା। କିନ୍ତୁ ନୂଆ ନିଷ୍ପତ୍ତି ଅନୁଯାୟୀ, ଏହି ୭୫ ପ୍ରତିଶତ ଅଗ୍ନିବୀରଙ୍କୁ ଆଉ ୨ ବର୍ଷର ଅତିରିକ୍ତ ସେବା ଅବଧି ମିଳିବ। ଏହି ଦୁଇ ବର୍ଷ ଶେଷ ହେବା ପରେ ଯେଉଁ ଅଗ୍ନିବୀରମାନେ ନିୟମିତ ସେନାରେ ରହିବାକୁ ଇଚ୍ଛୁକ ଥିବେ, ସେମାନଙ୍କୁ ନିର୍ଦ୍ଧାରିତ ଚୟନ ମାନଦଣ୍ଡ ଆଧାରରେ ନିଯୁକ୍ତି ସୁଯୋଗ ମିଳିବ।
ଏଥି ସହ ପଢନ୍ତୁ: 'ମାଇନ୍ସରୁ ମାଇକ୍ରୋଚିପ୍ସ, ନୂଆ ଭବିଷ୍ୟତ ଲେଖୁଛି ଓଡ଼ିଶା': ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
CDS କହିଛନ୍ତି, ଅଗ୍ନିପଥ ଯୋଜନା ଆରମ୍ଭ ହେବା ପରଠାରୁ ଅଗ୍ନିବୀରଙ୍କ କାର୍ଯ୍ୟଦକ୍ଷତାର ନିରନ୍ତର ମୂଲ୍ୟାଙ୍କନ କରାଯାଉଛି। ପ୍ରଥମ ବ୍ୟାଚ୍ ଅଗ୍ନିବୀରମାନେ ଏବେ ୪ ବର୍ଷର କାର୍ଯ୍ୟକାଳ ପୂରଣ କରିବାକୁ ଯାଉଛନ୍ତି। ଏହି ୪ ବର୍ଷ ମଧ୍ୟରେ ସେମାନଙ୍କ କାର୍ଯ୍ୟକୁ ନେଇ ସକାରାତ୍ମକ ମତାମତ ମିଳିଛି। ତେଣୁ ଅଗ୍ନିବୀରଙ୍କୁ ଅଧିକ ସମୟ ସେନାରେ ସେବା କରିବା ଏବଂ ନିୟମିତ ସୈନିକ ହେବାର ସୁଯୋଗ ଦେବାକୁ ସରକାର ଏହି ପଦକ୍ଷେପ ନେଇଛନ୍ତି।
୧. ଯୋଗ୍ୟତା ଓ ମେଧା ଆଧାରରେ ୨୫ ପ୍ରତିଶତ ଅଗ୍ନିବୀରଙ୍କୁ ନିୟମିତ ସେନାରେ ସାମିଲ କରାଯିବ।
୨. ଅବଶିଷ୍ଟ ୭୫ ପ୍ରତିଶତ ଅଗ୍ନିବୀରଙ୍କୁ ଆଉ ଦୁଇ ବର୍ଷର ଅତିରିକ୍ତ ସେବା ଅବଧି ଦିଆଯିବ।
୩. ଦୁଇ ବର୍ଷର ଅତିରିକ୍ତ ସେବା ପରେ ଇଚ୍ଛୁକ ଅଗ୍ନିବୀରଙ୍କୁ ନିର୍ଦ୍ଧାରିତ ଚୟନ ପ୍ରକ୍ରିୟାରେ ଭାଗ ନେବାକୁ ସୁଯୋଗ ମିଳିବ।
୪. ଚୟନ ମାନଦଣ୍ଡ ପୂରଣ କରୁଥିବା ଅଗ୍ନିବୀରଙ୍କୁ ସଶସ୍ତ୍ର ବାହିନୀରେ ନିୟମିତ ଭାବେ ସାମିଲ ହେବାର ସୁଯୋଗ ମିଳିବ।
ଅଗ୍ନିବୀରମାନଙ୍କ ସାହସ, ନିଷ୍ଠା ଏବଂ ସାମରିକ ସେବା ଅଭିଜ୍ଞତାକୁ ଉପଯୋଗ କରିବା ପାଇଁ ଅଧିକ ସୁଯୋଗ ଯୋଗାଇଦେବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିବାରୁ ଧନ୍ୟବାଦ ଜଣାଇଛନ୍ତି ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ।
"ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ଅଧ୍ୟକ୍ଷତାରେ, କେନ୍ଦ୍ର କ୍ୟାବିନେଟ୍ ‘ଅଗ୍ନିପଥ’ ଯୋଜନା ଅଧୀନରେ ଅଗ୍ନିବୀରମାନଙ୍କ ପାଇଁ ଏକ ଦ୍ୱିତୀୟ କାର୍ଯ୍ୟକାଳ (ଅତିରିକ୍ତ ୨ ବର୍ଷର ସେବା ସୁଯୋଗ)କୁ ମଞ୍ଜୁରୀ ପ୍ରଦାନ କରିଛି। ଏହି ନିଷ୍ପତ୍ତି ଭାରତୀୟ ସଶସ୍ତ୍ର ବାହିନୀକୁ ଅଧିକ ଯୁବ, ସକ୍ଷମ, ପ୍ରଯୁକ୍ତିବିଦ୍ୟା-ଭିତ୍ତିକ ଏବଂ ଭବିଷ୍ୟତର ସୁରକ୍ଷା ଆହ୍ୱାନ ପାଇଁ ପ୍ରସ୍ତୁତ କରିବାର ସଂକଳ୍ପକୁ ଆହୁରି ସୁଦୃଢ଼ କରିବ। ଏହା ବ୍ୟତୀତ, ଯେଉଁ ଅଗ୍ନିବୀରମାନେ ନିଜର ୪ କିମ୍ବା ୬ ବର୍ଷର ସେବା ଅବଧି ସମାପ୍ତ କରିବା ପରେ ନିୟମିତ ସୈନିକ ଭାବରେ ଯୋଗ ଦେବାକୁ ଚାହିଁବେ, ସେମାନଙ୍କୁ ମଧ୍ୟ ନିର୍ଦ୍ଧାରିତ ଚୟନ ପ୍ରକ୍ରିୟା ଆଧାରରେ ସୁଯୋଗ ମିଳିବ।"
"ଏହି ଦୂରଦୃଷ୍ଟିସମ୍ପନ୍ନ ନିଷ୍ପତ୍ତି ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ଏବଂ ମାନ୍ୟବର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ଜୀଙ୍କୁ ହୃଦୟରୁ ଧନ୍ୟବାଦ।"
📱 Get Argus News App
✨Related Topics
Explore more stories