Videos
|
Odisha

RBI Data Centre / 'ମାଇନ୍ସରୁ ମାଇକ୍ରୋଚିପ୍ସ, ନୂଆ ଭବିଷ୍ୟତ ଲେଖୁଛି ଓଡ଼ିଶା': ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Sushanta Sahoo
Browse all articles by Sushanta Sahoo
·1 hour ago·3 min read
'ମାଇନ୍ସରୁ ମାଇକ୍ରୋଚିପ୍ସ, ନୂଆ ଭବିଷ୍ୟତ ଲେଖୁଛି ଓଡ଼ିଶା': ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
PM Modi's Big Vision for Odisha

Key Points

'ଜୟ ଜଗନ୍ନାଥ'ରୁ ଅଭିଭାଷଣ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, "ମହାପ୍ରଭୁଙ୍କ ଆଶୀର୍ବାଦରେ ଭୁବନେଶ୍ଵର ନୂଆ ଭାରତକୁ ଏକ ନୂଆ ସଂସ୍ଥା ଦେଇଛି । ଏଠି RBIର ଡାଟା ସେଣ୍ଟର ସହ ସାଇବର ସିକ୍ୟୁରିଟି ଟ୍ରେନିଂ ଇନଷ୍ଟିଚ୍ୟୁଟ୍ ଓଡ଼ିଶା ଓ ଦେଶର ଲୋକଙ୍କ ପାଇଁ ହିତକାରୀ ହେବ ।
ଭୁବନେଶ୍ଵର: RBIର ଡାଟା ସେଣ୍ଟର ଉଦଘାଟନ କରି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ । 'ଜୟ ଜଗନ୍ନାଥ'ରୁ ଅଭିଭାଷଣ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, "ମହାପ୍ରଭୁଙ୍କ ଆଶୀର୍ବାଦରେ ଭୁବନେଶ୍ଵର ନୂଆ ଭାରତକୁ ଏକ ନୂଆ ସଂସ୍ଥା ଦେଇଛି । ଏଠି RBIର ଡାଟା ସେଣ୍ଟର ସହ ସାଇବର ସିକ୍ୟୁରିଟି ଟ୍ରେନିଂ ଇନଷ୍ଟିଚ୍ୟୁଟ୍ ଓଡ଼ିଶା ଓ ଦେଶର ଲୋକଙ୍କ ପାଇଁ ହିତକାରୀ ହେବ ।"

ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଛନ୍ତି, "ସରକାରଙ୍କ ଫୋକସ୍ ବିକାଶର ପ୍ରାଥମିକତା । ବିକାଶ ଯେଭଳି ସମାଜର ଅନ୍ତିମ ଲୋକ ପର୍ଯ୍ୟନ୍ତ ପହଞ୍ଚିବ ତାହାକୁ ଆମେ ପ୍ରାଥମିକତା ଦେଉଛୁ । ସ୍ଵାଧୀନତା ପରେ ଦେଶର ବଡ଼ ସହରର ବିକାଶ ସହ ବଡ଼ ସଂସ୍ଥା ଗଢ଼ା ହୋଇଛି । କିନ୍ତୁ, ଦେଶର ଏକ ବଡ଼ ଭୂଖଣ୍ଡ ଭିତ୍ତିଭୂମି ପାଇଁ ଅପେକ୍ଷାରତ ଥିଲା ।"

ଏଥିସହ ପଢ଼ନ୍ତୁ: ଜଟଣୀରେ RBI ଡାଟା ସେଣ୍ଟରର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି; ଜାଣନ୍ତୁ କିଭଳି ମିଳିବ ଲାଭ ? 

ଛୋଟ ସହର ଓ ଅନ୍ୟ ଅଞ୍ଚଳରେ ଏହାର ସୁବିଧା ନଥିଲା । ଚିକିତ୍ସା ପାଇଁ ବହୁତ ଦୂରକୁ ଯାତ୍ରା କରିବାକୁ ପଡ଼ୁଥିଲା । ଅନେକ ଗାଁରେ ସଡ଼କ, ବିଦ୍ୟୁତ୍‍ ପାଣି ଭଳି ମୌଳିକ ସୁବିଧା ପହଞ୍ଚାଇବା ଆହ୍ଵାନପୂର୍ଣ୍ଣ ଥିଲା । ଆମେ ସେହି ବିଚାରଧାରାକୁ ବଦଳାଇବାକୁ ପ୍ରୟାସ କରି ଲୋକଙ୍କ ସହ ଯୋଡ଼ି ହୋଇଥିଲୁ । ଆମ ପାଇଁ ବିକାଶର ଅର୍ଥ ଭାରତର ସନ୍ତୁଳିତ ବିକାଶ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଯେଉଁଥିରେ ଗାଁ, ଛୋଟ ସହରକୁ ପ୍ରାଥମିକତା ଦିଆଯାଉଛି । ଗରିବ ପରିବାରକୁ ସମ୍ମାନ ସହ ଜୀବନ ଜିଇଁବାର ସୁବିଧା ଦେବା । ପ୍ରତ୍ୟେକ ନାଗରିକଙ୍କୁ ବିଶ୍ଵାସ ଦେବା ସେମାନେ ବିକାଶ ଯାତ୍ରାରେ ପଛରେ ନାହାନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ।

୨୦୧୪ ସୁଦ୍ଧା ଦେଶର ଅର୍ଦ୍ଧାଧିକ ଜନସଂଖ୍ୟା ବ୍ୟାଙ୍କିଂ ବ୍ୟବସ୍ଥାରୁ ବାହାରେ ଥିଲେ । ବ୍ୟାଙ୍କ ଲୋନ୍ ମଧ୍ୟବିତ୍ତଙ୍କ ପାଇଁ ସ୍ଵପ୍ନ ଥିଲା । ଗରିବ, ଚାଷୀ, ଭୂମିହୀନ ଋଣ ବାବଦରେ ଭାବି ପାରୁନଥିଲେ । ଏବେ ଭାରତରେ ଡିଜିଟାଲ୍ ବ୍ୟାଙ୍କିଂ ୨୪ ଘଣ୍ଟା ସେବା ସହ ଯୋଡ଼ି ପାରିଛି ।

କଂଗ୍ରେସକୁ ଟାର୍ଗେଟ୍

୨୦୧୪ ପୂର୍ବରୁ ଏକ ଭିନ୍ନ ଫୋନ୍ ବ୍ୟାଙ୍କିଂ ଦୁନିଆ ଥିଲା । ସେତେବେଳେ କଂଗ୍ରେସର କିଛି ଲୋକଙ୍କୁ ଫୋନ୍ ବ୍ୟାଙ୍କିଂ ମାଧ୍ୟମରେ ହଜାର କୋଟି କୋଟି ବ୍ୟାଙ୍କ ଋଣ ଦିଆ ଯାଉଥିଲା । ସେତେବେଳେ ଜଣେ ଗରିବ ଲୋକ ବ୍ୟାଙ୍କ ଖାତା ଖୋଲିବା ଲାଗି ଗ୍ୟାରେଣ୍ଟର ଆବଶ୍ୟକତା ଥିଲା । ସେତେବେଳେ କଂଗ୍ରେସର ଫୋନ୍ ବ୍ୟାଙ୍କିଂ ସ୍କିମ୍ ଧନୀଙ୍କ ପାଇଁ ହଜାର ହଜାର କୋଟି କୋଟି ଟଙ୍କା ସବୁବେଳେ ଉପଲବ୍ଧ ଥିଲା । ଯେଉଁଥିପାଇଁ ଭାରତର ବ୍ୟାଙ୍କିଂ ବ୍ୟବସ୍ଥା ଧ୍ଵଂସ ମୁହଁରେ ପହଞ୍ଚିଥିଲା ।


ଡିଜିଟାଲ୍ ଇଣ୍ଡିଆର ଇକୋସିଷ୍ଟମ ଏବେ ବ୍ୟାଙ୍କିଂକୁ ସବୁ ନାଗରିକଙ୍କ ପାଖରେ ପହଞ୍ଚାଇଛି । ଆଜି ଭାରତର ବ୍ୟାଙ୍କିଂ ବ୍ୟବସ୍ଥା ଦୁନିଆର ଅନ୍ୟତମ ସଶକ୍ତ ବ୍ୟାଙ୍କି ସିଷ୍ଟମ ମଧ୍ୟରୁ ଅନ୍ୟତମ । ପୂର୍ବରୁ ଫୋନ୍ ବ୍ୟାଙ୍କିଂ କେବଳ ଦିଲ୍ଲୀର ଖାସ୍ ପରିବାର ପାଖରେ ସୀମିତ ଥିଲା, ଏବେ ଡିଜିଟାଲ୍ ବ୍ୟାଙ୍କିଂ ଯୋଗୁଁ ଦେଶର ସବୁ ପରିବାର ଲାଭ ପାଉଛନ୍ତି ।

ମାଇନ୍ସରୁ ମାଇକ୍ରୋଚିପ୍ସ

ପୂର୍ବ ଭାରତ ବିକଶିତ ଭାରତର ସଶକ୍ତ ଅଭିବୃଦ୍ଧି ଇଞ୍ଜିନ୍ । ଓଡ଼ିଶାରେ ଡବଲ୍ ଇଞ୍ଜିନ୍ ସରକାର ହେବା ପରେ ବିକାଶକୁ ନୂଆ ଗତି ମିଳିଛି । ଓଡ଼ିଶାର ଅର୍ଥ ବ୍ୟବସ୍ଥା ପ୍ରାକୃତିକ ସମ୍ବଳ ସହ ଟେକ୍ନୋଲୋଜିରେ ସଶକ୍ତ ହେଉଛି । ଖଣିଜ ଆଧାରିତ ଶିଳ୍ପର ସମ୍ପ୍ରସାରଣ ହେଉଛି । ଓଡ଼ିଶା ମାଇନ୍ସରୁ ମାଇକ୍ରୋଚିପ୍ସ ପର୍ଯ୍ୟନ୍ତ ନୂଆ ଭବିଷ୍ୟତ ଲେଖିବାକୁ ଯାଉଛି ।

ଏଥିସହ ପଢ଼ନ୍ତୁ: ଘଣ୍ଟା ପ୍ରତି ୫ କି.ମି. ବେଗରେ ଗତି କରୁଛି ଗଭୀର ଅବପାତ; ୨୬ ସକାଳେ ବାତ୍ୟା 

ଡାଟା ସେଣ୍ଟର ଫର୍ ଆଡଭାନ୍ସ କମ୍ପ୍ୟୁଟିଂରେ ନୂଆ ସମ୍ଭାବନା ସୃଷ୍ଟି ହୋଇଛି । ଓଡ଼ିଶାର ଯୁବକଙ୍କ ପାଇଁ ନୂଆ ଦ୍ଵାର ଖୋଲୁଛି । ଓଡ଼ିଶାର ଯୁବବର୍ଗଙ୍କୁ ଭରସା ଦେଉଛୁ, ଯୁବପିଢ଼ି ଦେଖିଥିବା ସ୍ଵପ୍ନ ନିଶ୍ଚିତ ପୂରଣ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: