Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Diwali Bonous / କର୍ମଚାରୀ ଅସନ୍ତୁଷ୍ଟ ହେଲେ, ସଂସ୍ଥାକୁ ହୋଇଥାଏ ବଡ଼ କ୍ଷତି !

Satyendu Sekhar Mishra
Browse all articles by Satyendu Sekhar Mishra
·8 months ago·3 min read
କର୍ମଚାରୀ ଅସନ୍ତୁଷ୍ଟ ହେଲେ, ସଂସ୍ଥାକୁ ହୋଇଥାଏ ବଡ଼ କ୍ଷତି !

Key Points

କାହାଠାରୁ ବି ଟଙ୍କା ରଖିଲେ ନାହିଁ ।
ଯାହାଫଳରେ ହଜାର ହଜାର ଗାଡ଼ି ଟୋଲ୍ ନଦେଇ ଆରମ୍‌ରେ ଚାଲିଗଲେ ।

ଦୀପାବଳି ଅବସରରେ ଅନେକ କମ୍ପାନୀ ସେମାନଙ୍କ କର୍ମଚାରୀଙ୍କୁ ବୋନସ୍ ବାଣ୍ଟିଥାନ୍ତି। ଅନେକ ସ୍ଥାନରେ ଉପହାର ମଧ୍ୟ ପ୍ରଦାନ କରାଯାଏ । ହେଲେ ଆପଣ କେବେ ଏମିତି କର୍ମଚାରୀଙ୍କ ବିଷୟରେ ଶୁଣିଛନ୍ତି କି, ଯିଏ ବୋନସ୍ ନମିଳିବାରୁ କମ୍ପାନୀର ଲକ୍ଷ ଲକ୍ଷ ଟଙ୍କା କ୍ଷତି କରିଦେଲେ ? ଏଥର ଦୀପାବଳିରେ ଏମିତି କିଛି ଖବର ସାମ୍ନାକୁ ଆସିଛି । ଆଗ୍ରାରେ ଏଭଳି ଘଟଣା ଘଟିଛି। ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେର ଫତେହାବାଦ ଟୋଲ୍ ପ୍ଲାଜାରେ, କର୍ମଚାରୀମାନେ ଦୀପାବଳି ବୋନସରେ ନପାଇବାରୁ, ଅସନ୍ତୁଷ୍ଟ ହୋଇ ଟୋଲ୍‌ ପ୍ଲାଜାର ସବୁ ଗୋଟ୍‌ ଖୋଲିଦେଲେ । କାହାଠାରୁ ବି ଟଙ୍କା ରଖିଲେ ନାହିଁ । ଯାହାଫଳରେ ହଜାର ହଜାର ଗାଡ଼ି ଟୋଲ୍ ନଦେଇ ଆରମ୍‌ରେ ଚାଲିଗଲେ । ପରିସ୍ଥିତି ଏତେ ବିଗିଡ଼ି ଯାଇଥିଲା ଯେ ଶେଷରେ ପୋଲିସକୁ ହସ୍ତକ୍ଷେପ ନେବାକୁ ପଡିଥିଲା।

ଫତେହାବାଦ ଟୋଲ୍ ପ୍ଲାଜା ବର୍ତ୍ତମାନ ଶ୍ରୀ ସାଇନ୍ ଆଣ୍ଡ୍ ଡେଟାର କମ୍ପାନୀ ଦ୍ୱାରା ପରିଚାଳିତ ହେଉଛି। ଟୋଲ୍ ପ୍ଲାଜାର ୨୧ ଜଣ କର୍ମଚାରୀ ଚଳିତ ବର୍ଷ ଦୀପାବଳିରେ ମାତ୍ର ୧୧୦୦ ଟଙ୍କା ବୋନସ୍ ପାଇଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ। ସେମାନେ କହିଥିଲେ ଯେ ଗତ ବର୍ଷ ୫୦୦୦ ଟଙ୍କା ବୋନସ୍ ମିଳିଥିଲା । ଅଧିକ ବୋନସ୍ ଦାବି କରି କର୍ମଚାରୀମାନେ ମିଳିତ ଭାବରେ କାର୍ଯ୍ୟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ। ଯାହାଫଳରେ ସବୁ ଟୋଲ୍ ଗେଟ୍ ଖୋଲିଦେଇଥିଲେ ଏବଂ ଫ୍ରିରେ ଯାନବାହାନ ଯାଆ ଆସ କରିଥିଲା।.

ଏହାସହ ପଢ଼ନ୍ତୁ:- ଡାକ୍ତର ନା ରୋଡ୍ ସାଇଡ୍ ରୋମିଓ, କ୍ଲିନିକ୍‌ରେ ଯୁବତୀଙ୍କୁ ଏକା ପାଇ...

୧୦ ପ୍ରତିଶତ ଦରମା ବୃଦ୍ଧି ପାଇଁ ଦେଇଥିଲେ ପ୍ରତିଶ୍ରୁତି

ଏହି ବର୍ଷ ମାର୍ଚ୍ଚ ମାସରେ କମ୍ପାନୀ ଟୋଲ୍ ପରିଚାଳନା ଦାୟିତ୍ୱ ନେଇଥିଲା। ଏବେ ଟୋଲ୍ ଅଧିକାରୀମାନେ କର୍ମଚାରୀମାନଙ୍କୁ ପ୍ରତିଶ୍ରୁତି ଦେଲେ ଯେ ସେମାନେ ସମସ୍ତଙ୍କର ଦରମା ୧୦ ପ୍ରତିଶତ ବୃଦ୍ଧି କରିବେ। ଏହି ପ୍ରତିଶ୍ରୁତି ପରେ, କର୍ମଚାରୀମାନେ ପୁଣି କାମ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ। ଦୁଇ ଘଣ୍ଟା ବ୍ୟାଘାତ ପରେ ଟୋଲ୍ କାର୍ଯ୍ୟ ପୁଣି ଆରମ୍ଭ ହୋଇଥିଲା। ହେଲେ ସେହି ଦୁଇ ଘଣ୍ଟା ମଧ୍ୟରେ ହଜାର ହଜାର ଯାନବାହାନ ବିନା ଦେୟ ଦେଇ ଚାଲିଯାଇଥିଲା, ଯାହା ଫଳରେ କମ୍ପାନୀର ଲକ୍ଷ ଲକ୍ଷ ଟଙ୍କା କ୍ଷତି ହୋଇଛି।

ତେବେ ଏହି ଘଟଣାର ଏକ ଭିଡିଓ ମଧ୍ୟ ଭାଇରାଲ ହେଉଛି । ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ଶହଶହ ଗାଡ଼ି ଏହି ଟୋଲ ପ୍ଲାଜାରେ ଅତିକ୍ରମ କରୁଛନ୍ତି। କିନ୍ତୁ ସେମାନଙ୍କୁ ଯିବା ଆସିବା ପାଇଁ କୌଣସି ଟଙ୍କା ଦେବାକୁ ପଡ଼ୁନାହିଁ। ବିନା ଟୋଲ ଫି’ରେ ଗାଡ଼ିଗୁଡ଼ିକ ଯାତାୟାତ କରିବା ଯୋଗୁ କେନ୍ଦ୍ର ସରକାରଙ୍କୁ ଲକ୍ଷାଧିକ ଟଙ୍କାର କ୍ଷତି ସହିବାକୁ ପଡ଼ିଛି। ଗାଡ଼ି ଗୁଡ଼ିକ ଅନାୟସରେ ଟୋଲ ପ୍ଲାଜା ଅତିକ୍ରମ କରୁଥିବା ବେଳେ କର୍ମଚାରୀମାନେ ଧାରଣାରେ ବସିଥିବା ଦେଖାଯାଉଛି।

ଜଣେ କର୍ମଚାରୀ କହିଛନ୍ତି, “ମୁଁ ଏହି କମ୍ପାନୀ ସହ ବର୍ଷେ ହେଲା କାମ କରୁଛି। କିନ୍ତୁ ସେମାନେ ଆମକୁ ବୋନସ ଦେଇ ନାହାନ୍ତି। ଆମେ କଠିନ ପରିଶ୍ରମ କରୁଥିଲେ ହେଁ ସେମାନେ ଆମକୁ ଠିକଣା ସମୟରେ ଦରମା ମଧ୍ୟ ଦେଉନାହାନ୍ତି। ଏବେ ସେମାନେ ଆମ ବଦଳରେ ଅନ୍ୟ କର୍ମଚାରୀ ରଖିବେ, କିନ୍ତୁ ଆମକୁ ବୋନସ ଦେବେ ନାହିଁ ବୋଲି ଧମକ ଦେଉଛନ୍ତି।”

ଏହାସହ ପଢ଼ନ୍ତୁ:- ଧର୍ମ ସଂକଟରେ ଦଳ, RJD ନେତା କରିବେ ଲଣ୍ଠନ ଚିହ୍ନ ବିରୋଧରେ ପ୍ରଚାର..!

ସେମାନଙ୍କ ମଧ୍ୟରୁ କିଛି ଅଭିଯୋଗ କରିଛନ୍ତି ଯେ ସେମାନଙ୍କ ଦୀପାବଳି ବୋନସ ବ୍ୟାଙ୍କ ଆକାଉଣ୍ଟରେ ପୈଠ ହୋଇଯିବ ବୋଲି କମ୍ପାନୀ ପକ୍ଷରୁ ଗତ ସପ୍ତାହରେ କୁହାଯାଇଥିଲା। କିନ୍ତୁ କମ୍ପାନୀ ସେମିତି କିଛି ବି ପଦକ୍ଷେପ ନେଇ ନଥିବା ସେମାନେ ଅଭିଯୋଗ କରିଛନ୍ତି।

ଏହାର ପ୍ରତିବାଦରେ ରବିବାର ରାତିରେ କର୍ମଚାରୀମାନେ ଟୋଲ ବୁଥ(Toll Plaza)ର ବୁମ ବାରିୟରକୁ ଖୋଲି ଦେଇଥିଲେ। ସେମାନେ ଧାରଣାରେ ପ୍ରାୟ ୧୦ ଘଣ୍ଟା ବସିଥିଲେ। କମ୍ପାନୀ ପକ୍ଷରୁ ବୋନସ ପ୍ରତିଶ୍ରୁତି ମିଳିବା ପରେ ସେମାନଙ୍କ ଧାରଣା ପ୍ରତ୍ୟାହୃତ ହୋଇଥିଲା।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Diwali Bonous | Agra-Lucknow Expressway toll staff let everyone through without payment to protest low Diwali | Argus News