Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Viral Video / ଆଗ୍ରାରେ ଦୁଇ ପତ୍ନୀଙ୍କ ସହ କରୱା ଚୌଥ ବ୍ରତ ରଖି ସ୍ୱାମୀଙ୍କ ଭିଡ଼ିଓ ଭାଇରାଲ

Rashmita Mishra
Browse all articles by Rashmita Mishra
·9 months ago·2 min read
ଆଗ୍ରାରେ ଦୁଇ ପତ୍ନୀଙ୍କ ସହ କରୱା ଚୌଥ ବ୍ରତ ରଖି ସ୍ୱାମୀଙ୍କ ଭିଡ଼ିଓ ଭାଇରାଲ

Key Points

ଦୁଇ ପତ୍ନୀ ସହ କରୱା ଚୌଥ ବ୍ରତ ରଖିଲେ ସ୍ୱାମୀ

ଦୁଇ ପତ୍ନୀ, ଗୋଟିଏ ସ୍ୱାମୀ, ଏକାଠି ବ୍ରତ

ସୋସିଆଲ ମିଡ଼ିଆରେ ଭିଡିଓ ଭାଇରାଲ

ୟୁପି ଆଗ୍ରାରୁ ଏମିତି ଏକ ଦୃଶ୍ୟ ସାମ୍ନାକୁ ଆସିଛି ଯାହା ଦେଖି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ବ୍ୟକ୍ତିଙ୍କର ଦୁଇ ଜଣ ପତ୍ନୀ ରଖିଥିଲେ କରୱା ଚୌଥ ବ୍ରତ। ସ୍ୱାମୀ ଜଣକ ଦୁହିଁଙ୍କୁ ପାଣି ପିଆଇ ସେମାନଙ୍କର ବ୍ରତ ସମାପ୍ତ କରିଥିଲେ। ସେହି ବ୍ୟକ୍ତିଙ୍କ କହିବାନୁସାରେ , ସେମାନେ ତିନି ଜଣଙ୍କ ମଧ୍ୟରେ ବହୁତ ପ୍ରେମ ଓ ଭଲ ପାଇବା ଅଛି ଏବଂ ଯେଉଁଠି ସ୍ନେହ ପ୍ରେମ ଅଛି ସେଠାରେ ବିବାଦ ହୋଇ ନଥାଏ। ଏହି ଘଟଣାର ଏକ ଭିଡ଼ିଓ ମଧ୍ୟ ସୋସିଆଲ ମିଡ଼ିଆରେ ମଧ୍ୟ ଭାଇରାଲ ହେଉଛି।


ଏହି ମାମଲା ଏତ୍ମାଦୌଲା ଥାନା ଅଞ୍ଚଳର ନଗଲା ବିହାରୀ ଗାଁର। ଏଠାରେ ରହୁଥିବା ରାମବାବୁ ନିଷାଦ ଦୁଇଟି ବିବାହ କରିଛନ୍ତି। ଦୁଇ ପତ୍ନୀ ଏକାଠି ଗୋଟିଏ ହିଁ ଘରେ ରୁହନ୍ତି। ୧୦ ଅକ୍ଟୋବର ଅର୍ଥାତ୍‌ କରୱା ଚୌଥ ଦିନ ରାମବାବୁଙ୍କ ଦୁଇ ପତ୍ନୀ ସ୍ୱାମୀଙ୍କ ଦୀର୍ଘ ଆୟୁଷ କାମନା କରି ବ୍ରତ ରଖି ଥିଲେ। ସନ୍ଧ୍ୟାକୁ ଉଭୟ ଚନ୍ଦ୍ରମାକୁ ଦେଖିବା ପରେ ସ୍ୱାମୀଙ୍କ ହାତରୁ ପାଣି ପିଇବା ପରେ ବ୍ରତ ଭାଙ୍ଗି ଥିଲେ। ସ୍ୱାମୀଙ୍କ କହିବାନୁସାରେ, ଜୀବନସାଥୀର ସମର୍ଥନ ଥିଲେ, ତ ସବୁ ସମ୍ଭବ। ଅନ୍ୟପଟେ ଏହାର ଭିଡ଼ିଓ ଓ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଏହାସହ ଏହି ମାମଲା ଚର୍ଚ୍ଚାର ବିଷୟ ପାଲଟିଛି। ଏହାକୁ ନେଇ ଲୋକେ ବିଭିନ୍ନ ପ୍ରକାରର କମେଣ୍ଟ କରୁଛନ୍ତି।


ଅଧିକ ପଢ଼ନ୍ତୁ: ଦିଲ୍ଲୀରେ ଶୀତ ଆରମ୍ଭ ସହିତ ପ୍ରଦୂଷଣର ବୃଦ୍ଧି, ଅନେକ ଅଞ୍ଚଳରେ AQI ୩୦୦ ଅତିକ୍ରମ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଭାଇରାଲ ଭିଡ଼ିଓରେ ବ୍ୟକ୍ତି ଜଣଙ୍କ ନୀଳ ରଙ୍ଗର ସାର୍ଟରେ ନଜର ଆସୁଛନ୍ତି। ସେଠାରେ ଦୁଇ ପତ୍ନୀ ଏକା ପରି ଶାଢୀ ପିନ୍ଧିଛନ୍ତି ଏବଂ ସ୍ୱାମୀଙ୍କୁ ମାଳା ପିନ୍ଧାଉଛନ୍ତି। ଏହାପରେ ଯୁବକ ମଧ୍ୟ ଉଭୟଙ୍କୁ ମାଳା ପିନ୍ଧାଇବାର ନଜର ଆସୁଛି। ଯୁବକ ଜଣଙ୍କ ଦୁଇ ପତ୍ନୀଙ୍କ ସହ ପରିବାରର ବୟସ୍କଙ୍କ ପାଦ ଛୁଇଁ ଆଶୀର୍ବାଦ ନେଉଛନ୍ତି। ସୂଚନା ଆଧାରରେ ସ୍ୱାମୀ ଓ ଦୁଇ ପତ୍ନୀଙ୍କ ଏକ ଭିଡ଼ିଓ ୨୦୨୩ରେ ମଧ୍ୟ କରୱା ଚୌଥ ଦିନ ଭାଇରାଲ ହେଉଥିଲା।


ଏପଟେ, ଗୋଣ୍ଡା ଜିଲ୍ଲାର କର୍ନଲଗଞ୍ଜ କୋତବାଲୀ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟି ଥିଲା। ଗୁରୁବାର କରୱାଚୌଥ ପୂର୍ବରୁ ପତ୍ନୀଙ୍କୁ ବିଦାୟ ଦେବା ପୂର୍ବରୁ ଶ୍ୱଶୂର ଘର ଯାଇଥିବା ଜଣେ ଯୁବକ ନିଜର ବେକରୁ ଛୁରୀରେ କାଟି ଆହତ କରି ଥିଲେ। ପୁଲିସ ସୂତ୍ରାନୁସାରେ କୁହାଯାଇଛି ଯେ, ବାଲପୁର ପୁଲିସ ଥାନାର ସୋନହରା ଦକ୍ଷିଣୀ ପଣ୍ଡିତ ପୁରୱା ଗାଁରେ ମୁକେଶ ତାଙ୍କ ପତ୍ନୀ ଶିବକନ୍ୟାଙ୍କୁ ନେବା ପାଇଁ ଶ୍ୱଶୂର ଘର ଯାଇ ଥିଲେ। ଶ୍ୱଶୂର ରାମଶ୍ୱେର କରୱା ଚୌଥ ପରେ ହିଁ ଝିଅକୁ ବିଦା କରିବା କଥା କହିଥିଲେ, ଏଥିରେ ବିରକ୍ତ ହୋଇ ମୁକେଶ ପାଖରେ ରଖି ଥିବା ଛୁରୀରେ ନିଜର ବେକ କାଟି ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ।


ଅଧିକ ପଢ଼ନ୍ତୁ ଭାରତ ଖବର...

Sponsored
Viral Video | Man Keeps Karwa Chauth Fast with Two Wives in Agra, Video Goes Viral | Argus News