AI in Education / CBSEର ନୂଆ ପ୍ରୟାସ, ଏବେ ସ୍କୁଲ୍ରେ AI ପଢ଼ିବେ ପିଲା
·5 months ago·2 min read

Key Points
CBSE ର ବଡ଼ ପଦକ୍ଷେପ
ଏବେ ପିଲାମାନେ ଶିଖିବେ AI
NCERT କରିବ ମାତୃଭାଷାରେ AI ପୁସ୍ତକ ପ୍ରସ୍ତୁତ

କେନ୍ଦ୍ର ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ପକ୍ଷରୁ କମ୍ପ୍ୟୁଟେସନାଲ୍ ଥିଙ୍କିଂ ଏବଂ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ପାଠ୍ୟକ୍ରମର ଆନୁଷ୍ଠାନିକ ଶୁଭାରମ୍ଭ ହୋଇଛି । ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ତୃତୀୟରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଏହି ପାଠ୍ୟକ୍ରମର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଏହି ପାଠ୍ୟକ୍ରମ ଶିକ୍ଷାର୍ଥୀମାନଙ୍କୁ କମ୍ପ୍ୟୁଟେସନାଲ୍ ଥିଙ୍କିଂ ଏବଂ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ(AI) ବିଷୟରେ ଜ୍ଞାନ ଦେବ । ଏହା ଶିକ୍ଷାର୍ଥୀମାନଙ୍କର ସମସ୍ୟାର ସମାଧାନ ଏବଂ ଯୁକ୍ତି କ୍ରମତା ବୃଦ୍ଧି କରିବାରେ ସାହାଯ୍ୟ କରିବ ।
ଏହି ଅବସରରେ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଆଜିର ଦିନରେ ଅନେକ ସ୍ଥାନରେ ନୂତନ ଶିକ୍ଷା ବର୍ଷ ଆରମ୍ଭ ହୁଏ । ଆଉ ଆଜିର ଦିନରେ CBSE ପକ୍ଷରୁ ପ୍ରସ୍ତୁତ ହୋଇଥିବା AI ଶିକ୍ଷକ ହ୍ୟାଣ୍ଡ ବୁକ୍ ଏବଂ ଷ୍ଟୁଡେଣ୍ଟ Text Book ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ଏହି ପୁସ୍ତକଗୁଡ଼ିକୁ ମାତୃଭାଷାରେ ଶୀଘ୍ର ପ୍ରସ୍ତୁତ କରିବାକୁ NCERT କୁ ଅନୁରୋଧ କରାଯାଇଛି ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି ।
ସେହିପର ସେ ଆହୁରି କହିଛନ୍ତି, ଆମର ଟାର୍ଗେଟ ଥିଲା ଚଳିତ ଶିକ୍ଷା ବର୍ଷରୁ ପିଲାଙ୍କୁ AI ବିଷୟରେ ଶିକ୍ଷା ଦେବା । ଏହା ଏବେ CBSE ଏହାକୁ କରି ଦେଖାଇଛି । “AI in Education” ଓ “AI for Education” — ଏହି ଦୁଇଟି ଲକ୍ଷ୍ୟକୁ ଧ୍ୟାନରେ ରଖି CBSE ଏହି ପଦକ୍ଷେପ ନେଇଛି । AI କୁ ନେଇ ଅନେକ ଭ୍ରମ ରହିଛି, ଯେପରିକି ଏହା ଚାକିରି କମେଇଦେବ । କିନ୍ତୁ ପ୍ରକୃତରେ AI ନୂତନ ପ୍ରଯୁକ୍ତି ଓ ନିଯୁକ୍ତିର ସୃଷ୍ଟି କରୁଛି । ଭାରତକୁ AI ସୁପର ପାୱାର କରିବା ପାଇଁ ପିଲାଙ୍କୁ ଏହି ଶିକ୍ଷା ଦେବାକୁ ପଡ଼ିବ ବୋଲି ସେ କହିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହି ପାଠ୍ୟକ୍ରମର ଶୁଭାରମ୍ଭ କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଜୟନ୍ତ ଚୌଧୁରୀ, କେନ୍ଦ୍ର ଗଣ ଶିକ୍ଷା ସଚିବ ସଞ୍ଜୟ କୁମାର, NCERT ନିର୍ଦ୍ଦେଶକ ପ୍ରଫେସର ଦୀନେଶ ପ୍ରସାଦ ସକଲାନି, ସଂସ୍ଥା ଓ ପ୍ରଶିକ୍ଷଣ ଶିକ୍ଷା ମନ୍ତ୍ରାଳୟ ଯୁଗ୍ମ ସଚିବ ପ୍ରାଚୀ ପାଣ୍ଡେ, ଉଚ୍ଚ ଶିକ୍ଷା ସଚିବ ଡକ୍ଟର ବିନୀତ ଯୋଶୀ ଓ CBSE ବୋର୍ଡର ଅନେକ ଅଧିକାରୀ, ଶିକ୍ଷକ ଏବଂ ଶିକ୍ଷାର୍ଥୀ ଉପସ୍ଥିତ ଥିଲେ ।
Related Topics
Explore more stories