AI Warning / ମଣିଷ ସମାଜକୁ ମହଙ୍ଗା ପଡ଼ିବ AI ! ବରିଷ୍ଠ ଗବେଷକଙ୍କ ଚେତାବନୀ
·1 hour ago·3 min read

Key Points
ଆଗାମୀ ୧୦ ବର୍ଷରେ ମଣିଷ ଜାତି ଉପରେ ମାଡ଼ିଆସୁଛି ବଡ଼ ବିପଦ !
AI କମ୍ପାନୀ 'ଆନ୍ଥ୍ରୋପିକ୍'ର ବରିଷ୍ଠ ଗବେଷକ ଇଭାନ୍ ହ୍ୟୁବିଙ୍ଗରଙ୍କ ଚେତାବନୀ
ସୁରକ୍ଷାକୁ ଅଣଦେଖା କରାଯାଉଥିବା ଅଭିଯୋଗରେ ଜାକବ୍ କୋକ୍ସନଙ୍କ ଇସ୍ତଫା

ନୂଆଦିଲ୍ଲୀ: ସାବଧାନ ! ଯେଉଁ କୃତ୍ରିମ ବୁଦ୍ଧିମତ୍ତା ବା AIକୁ ଆମେ ଆମର ସୁବିଧା ପାଇଁ ବ୍ୟବହାର କରୁଛୁ, ସେହି AI ହିଁ ଦିନେ ସମ୍ପୂର୍ଣ୍ଣ ମାନବ ଜାତିର ବିନାଶର କାରଣ ସାଜିପାରେ ! ଏହା କୌଣସି ସାଇନ୍ସ ଫିକ୍ସନ୍ ଫିଲ୍ମର କାହାଣୀ ନୁହେଁ, ବରଂ ବିଶ୍ୱର ସବୁଠାରୁ ଆଗଧାଡ଼ିର AI କମ୍ପାନୀ 'ଆନ୍ଥ୍ରୋପିକ'ର ଜଣେ ବରିଷ୍ଠ ଗବେଷକ ଦେଇଛନ୍ତି ଏହି ସାଙ୍ଘାତିକ ଚେତାବନୀ । ଆଗାମୀ ଗୋଟିଏ ଦଶନ୍ଧି ଅର୍ଥାତ ୧୦ ବର୍ଷ ମଧ୍ୟରେ ମଣିଷକୁ ମାରିଦେଇପାରେ AI ।
'ଆନ୍ଥ୍ରୋପିକ୍'ର ଆଲାଇନ୍ମେଣ୍ଟ ସାଇନ୍ସ ମୁଖ୍ୟ ଇଭାନ୍ ହ୍ୟୁବିଙ୍ଗର୍ ଙ୍କ କହିବା କଥା ହେଲା "ଆଗାମୀ ୧୦ ବର୍ଷ ମଧ୍ୟରେ AI ମଣିଷ ଜାତିକୁ ଧ୍ୱଂସ କରିଦେବାର ୧୦%ରୁ ଅଧିକ ସମ୍ଭାବନା ରହିଛି । ସୁପର ଇଣ୍ଟେଲିଜେନ୍ସ'କୁ ନିୟନ୍ତ୍ରଣ କରିବା ପାଇଁ ଆମ ପାଖରେ ଏପର୍ଯ୍ୟନ୍ତ କୌଣସି ପକ୍କା ଯୋଜନା ନାହିଁ ।"
ସେହିପରି ସୁରକ୍ଷାକୁ ଅଣଦେଖା କରାଯାଉଥିବା ଅଭିଯୋଗ ଆଣି ଆନ୍ଥ୍ରୋପିକ୍ ଓ ଓପନ୍ AIର ଗବେଷକ ଜାକୋବ୍ କୋକ୍ସନ୍ ଇସ୍ତଫା ଦେଇଛନ୍ତି । ତାଙ୍କ କହିବା ହେଲା-"କମ୍ପାନୀଗୁଡ଼ିକ ମାନବ ସଭ୍ୟତାକୁ ବାଜିରେ ଲଗାଉଛନ୍ତି । AIର ବିକାଶ ଯେଉଁ ଦ୍ରୁତ ଗତିରେ ହେଉଛି, ତାକୁ ନିୟନ୍ତ୍ରଣ ଓ ମନିଟର୍ କରିବାର କ୍ଷମତା ମଣିଷ ପାଖରେ କମିବାରେ ଲାଗିଛି ।"
ସବୁଠାରୁ ବଡ଼ ଚିନ୍ତାର ବିଷୟ ହେଉଛି, AI କମ୍ପାନୀଗୁଡ଼ିକ ଭିତରେ ଚାଲିଥିବା ଅନ୍ଧ ପ୍ରତିଯୋଗିତା । ଆମେ ନବନାଇଲେ ଅନ୍ୟ କମ୍ପାନୀ ବନାଇ ଦେବ । ଏହି ଭୟରେ ସେମାନେ ସୁରକ୍ଷା ବ୍ୟବସ୍ଥାକୁ ପଛରେ ପକାଇ, ସୁପର ଇଣ୍ଟେଲିଜେନ୍ସ ତିଆରି କରିବା ପାଇଁ ଆଗକୁ ଧାଉଁଛନ୍ତି । ଗବେଷକମାନେ ବ୍ୟକ୍ତିଗତ ଭାବେ ଏହି ଭୟାନକ ସ୍ଥିତିକୁ ସ୍ୱୀକାର କରୁଥିଲେ ବି ବ୍ୟବସାୟିକ ଦୌଡ଼ ଯୋଗୁଁ ଚୁପ୍ ରହୁଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପରିବେଶ ଉପରେ ପ୍ରଭାବ
ସୋସିଆଲ ମିଡିଆରେ ‘୮୦ ଦଶକର ଲୁକ୍’ ଫୋଟୋ ବନାଇବା ଆପଣଙ୍କୁ ମଜାଦାର ଲାଗୁ ଥାଇପାରେ । କିନ୍ତୁ ଆପଣ ଜାଣନ୍ତି କି, ମୋବାଇଲ୍ ସ୍କ୍ରିନ୍ରେ ମାତ୍ର କେଇ ସେକେଣ୍ଡର ଏହି ମଜା ପାଇଁ ଆମ ପୃଥିବୀ କେତେ ବଡ଼ ମୂଲ୍ୟ ଦେଉଛି ?
ଏଥିସହ ପଢ଼ନ୍ତୁ: ପ୍ରଥମ ଫୋଲ୍ଡେବଲ୍ ଆଇଫୋନ ଲଞ୍ଚ କଲା ଆପଲ୍; ମାରୁତି କାରଠୁ ବି ମହଙ୍ଗା
ଏସିଆର ସିଲିକନ୍ ଭ୍ୟାଲି କୁହାଯାଉଥିବା ବେଙ୍ଗାଲୁରୁରେ ଦେଖା ଦେଇଥିବା ସଙ୍ଗୀନ ଜଳ ସଙ୍କଟ ପଛରେ ଏହି AI ଡାଟା ସେଣ୍ଟରଗୁଡ଼ିକର ଏକ ବଡ଼ ହାତ ରହିଛି । ଜାତିସଂଘର ରିପୋର୍ଟ ଅନୁସାରେ, ମାତ୍ର ଗୋଟିଏ ସାଧାରଣ AI ଫଟୋ ତିଆରି କରିବାକୁ ୨୯ ମିଲିଲିଟର ଅର୍ଥାତ ୨ ଚାମଚ ପାଣି ଖର୍ଚ୍ଚ ହେଉଛି ।
ପାଣି ଶୋଷୁଛି AI

- ସାରା ବିଶ୍ୱରେ ଦନକୁ ପ୍ରାୟ ୩୦ କୋଟି AI ଫୋଟୋ ପ୍ରସ୍ତୁତ ହେଉଛି । ଏହି ହିସାବରେ ଦେଖିଲେ ଫଟୋ ତିଆରିରେ ଖର୍ଚ୍ଚ ବର୍ଷକୁ ୩ ଶହ କୋଟି ଲିଟରରୁ ଅଧିକ ପାଣି ।
AI ଫଟୋ ବନାଉଥିବା ଆପ୍ଲିକେସନଗୁଡ଼ିକ ଆପଣଙ୍କଠାରୁ ଫଟୋ ପାଇଁ ସିଧାସଳଖ ଟଙ୍କା ନେଉନାହାନ୍ତି ସତ, କିନ୍ତୁ ଏହି 'ମାଗଣା ଯାଦୁ'ର ମୂଲ୍ୟ ଆମର ପରିବେଶ ଓ ପିଇବା ପାଣି ଦେଉଛି । ଅନ୍ୟପକ୍ଷରେ ଯେଉଁ ଟେକ୍ନୋଲୋଜି ମଣିଷକୁ ଚିନ୍ତା କରିବା, ବ୍ଲାକମେଲ୍ କରିବା ଓ ସାଇବର ଆକ୍ରମଣ କରିବା ଶିଖି ସାରିଲାଣି, ତାହା କ’ଣ ଆଗାମୀ ଦିନରେ ମଣିଷର ବଶତା ସ୍ୱୀକାର କରିବ ? ନା ମଣିଷ ନିଜ ହାତରେ ନିଜ ବିନାଶର କାହାଣୀ ଲେଖୁଛି ? ବିଚାର ଆପଣଙ୍କର ।
Related Topics
Explore more stories