Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

OpenAI / AI ଖାଇଯିବ ୪୦ ପ୍ରତିଶତ ନିଯୁକ୍ତି , ସତର୍କ କରାଇଲେ ଓପନ ଏଆଇ ସିଇଓ ସାମ୍ ଅଲ୍ଟମ୍ୟାନ

Swoyang prajna Mishra
Browse all articles by Swoyang prajna Mishra
·9 months ago·2 min read
AI ଖାଇଯିବ ୪୦ ପ୍ରତିଶତ ନିଯୁକ୍ତି , ସତର୍କ କରାଇଲେ ଓପନ ଏଆଇ ସିଇଓ ସାମ୍ ଅଲ୍ଟମ୍ୟାନ

Key Points

ଓପନ ଏଆଇ ସିଇଓ ସାମ୍ ଅଲ୍ଟମ୍ୟାନ ଚେତାବନୀ
AI ଖାଇଯିବ ୪୦ ପ୍ରତିଶତ ନିଯୁକ୍ତି
ଦୃତ ଗତିରେ ବଢୁଛି AIର କ୍ଷମତା

ଦିନକୁ ଦିନ ଦୃତଗତିରେ ବଢୁଛି AIର କ୍ଷମତା । ମଣିଷଠାରୁ ବିଚକ୍ଷଣ ଭାବେ କାମ କରୁଛି AI । ଆଗାମୀ ଦିନରେ ଏହା ୪୦ ପ୍ରତିଶତ ନିଯୁକ୍ତି ଖାଇଯିବ ବୋଲି ଓପନ ଏଆଇ ସିଇଓ ସାମ୍ ଅଲ୍ଟମ୍ୟାନ ଚେତାବନୀ ଦେଇଛନ୍ତି ।


ଚାଟ ଜିପିଟିର ବ୍ୟବହାର ଦିନକୁ ଦିନ ବଢୁଛି । ଗୋଟେ ବୃହତ ଲେଖାକୁ ଛୋଟ କରି ଲେଖିବା, ସାରାଂଶ ପ୍ରସ୍ତୁତ କରିବା, ଏକ ବୃହତ ପରିମାଣର ଡାଟାକୁ ତର୍ଜମା କରିବା ଆଦିରେ ଏଆଇ ବେଶ ଭଲ ପ୍ରଦର୍ଶନ କରୁଛି । ଯେକୌଣସି ବି କଷ୍ଟସାଧ୍ୟ ବିଷୟକୁ ସହଜରେ ଏଆଇ ଯେକୌଣସି ଭାଷାରେ ବୁଝାଇ ଦେଉଛି ।

ଏଆଇ(AI) ଠାରୁ ଯେତିକି ଆଶା କରାଯାଉଥିଲା , ତା ଠାରୁ ଆହୁରି ଅଧିକ କାମ କରୁଛି ଏଆଇ । ଏତେ ବିଚକ୍ଷଣ ଭାବରେ AIର କ୍ଷମତା ବଢୁଛି , ୨୦୩୦ ସୁଦ୍ଧା ଏହା ମଣିଷଙ୍କ ଚାକିରି ଖାଇଦେବା ଆରମ୍ଭ କରିବ ବୋଲି କହିଛନ୍ତି ଓପନ ଏଆଇ ସିଇଓ ।
ଏଆଇ(AI)ମଣିଷଙ୍କ ଭଳି ନିଷ୍ପତ୍ତି ନେବା ବି ଆରମ୍ଭ କଲାଣି ବୋଲି ସେ କହିଛନ୍ତି । ଏବେ ଏଆଇ ପ୍ରତିଟି ସମସ୍ୟାକୁ ମଣିଷ ଭଳି ସମାଧାନ କରୁଛି । ଯେଉଁ କାରଣରୁ ଅଧିକାଂଶ କମ୍ପାନୀ ଏବେ କର୍ମଚାରୀ ବଦଳରେ ଏଆଇ ବ୍ୟବହାର କରିବାକୁ ବେଶି ପସନ୍ଦ କରୁଛନ୍ତି । ଯେଉଁଥିରେ ସେମାନଙ୍କ ଖର୍ଚ୍ଚ ବି ବଞ୍ଚିଯାଉଛି, ଆଉ ସମସ୍ୟାର ସମାଧାନ ବି ବାହାରି ଯାଉଛି ।

ଅଧିକ ପଢନ୍ତୁ : ଆଉ ହେବନି ବିମାନ ଦୁର୍ଘଟଣା: ବିମାନକୁ ଦୁର୍ଘଟଣାରୁ ବଞ୍ଚାଇବ ଏଆଇ


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କଣ୍ଟେଣ୍ଟ ଜେନେରେସନ, ଆଇନଗତ ଡ୍ରାଫ୍ଟିଂ , କୋଡିଂ ସହାୟତା ଭଳି କ୍ଷେତ୍ର ଗୁଡିକରେ ଏଆଇର ବ୍ୟବହାର ବହୁଳଭାବେ ଗ୍ରହଣଯୋଗ୍ୟ ହୋଇଛି । ସାମ୍ ଅଲ୍ଟମ୍ୟାନ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ଏଆଇ(AI)ଏଣ୍ଟ୍ରି ସ୍ତରୀୟ ବା ଜୁନିୟର ଲେବଲର ନିଯୁକ୍ତି ଗୁଡିକୁ କ୍ଷତି ପହଞ୍ଚାଇଲାଣି । ଆଗାମୀ ଦିନରେ ଏହା ବେଶି ନିଯୁକ୍ତି ପ୍ରଭାବିତ କରିବାର ଆଶଙ୍କା ରହିଛି।


ଆଗାମୀ ଦଶକରେ ଶେଷ ଭାଗରେ ଏଆଇ ବୈଜ୍ଞାନିକମାନଙ୍କୁ ଆବିଷ୍କାର କରିବା ଆରମ୍ଭ କରିବ । ଆଉ ସେତେବେଳେ ଯଦି ମଣିଷ ପାଖରେ ଏଆଇ ଶିଖିବାର ବା ବ୍ୟବହାର କରିବାର ଜ୍ଞାନକୌଶଳ ନଥାଏ , ତେବେ ମଣିଷ ବହୁତ ପଛରେ ରହିଯିବ ।

ଏପରି ସ୍ଥିତିରେ ମଣିଷକୁ ସମୟ ଉପଯୋଗୀ ହେବାକୁ ଅଲ୍ଟମ୍ୟାନ କହିଛନ୍ତି । ସୃଜନଶୀଳତା ଏବଂ ସାରା ଜୀବନ ଶିଖଇବାର ମନୋବୃତ୍ତି ରହିବା ଆବଶ୍ୟକ । ଆଗାମୀ ବର୍ଷଗୁଡ଼ିକରେ, AI କେବଳ ଶିଳ୍ପ ନୁହେଁ, ବରଂ ଆମର ଜୀବନଯାପନ ଶୈଳୀକୁ ମଧ୍ୟ ଏତ ପୁନଃଆକୃତି ଦେବ । କିନ୍ତୁ ଏଆଇର ମୂଳ ଲକ୍ଷ ହେଉଛି, ପ୍ରଯୁକ୍ତିବିଦ୍ୟାକୁ ସୁରକ୍ଷିତ, ନୈତିକ ଏବଂ ମାନବ-କୈନ୍ଦ୍ରିକ ରଖିବା। ତେବେ ଆଗାମୀ ଏଆଇ ବିଶ୍ଵରେ ନିଜକୁ ପ୍ରସ୍ତୁତ କରିବା ପାଇଁ ଆଗାମୀ ଯୁବପିଢୀକୁ ଆହ୍ଵାନ ଦେଇଛନ୍ତି ଓପନ ଏଆଇ ସିଇଓ ସାମ୍ ଅଲ୍ଟମ୍ୟାନ ଚେତାବନୀ ଦେଇଛନ୍ତି ।


Related Topics

Explore more stories

Sponsored