Videos
|
National

ସବୁ କିଛି ଛଡ଼ାଇ ନେବ AI, ମଣିଷ ଘରେ ବସିବ... ମେସିନ କରିବ କାମ !

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·3 min read
ସବୁ କିଛି ଛଡ଼ାଇ ନେବ AI, ମଣିଷ ଘରେ ବସିବ... ମେସିନ କରିବ କାମ !

Key Points

ଯାହାକି ମଣିଷକୁ ଏକ ପ୍ରକାର ପଙ୍ଗୁ କରିଦେବ ।

ଗୋଟିଏ କି ଦୁଇଟି ଶିଳ୍ପ ନୁହେଁ, ଏମିତିକି ସବୁ କ୍ଷେତ୍ରରେ ଛଟେଇ ହେବ ।

ଯାହା ମଣିଷ କରୁଥିଲା, ତାହା ମେସିନ କରିବ ।

ଥରେ ଚିନ୍ତା କରନ୍ତୁ... ଯଦି ଆମ ଆଖ ପାଖରେ ଥିବା ଚାକିରି ଆଉ ରହିବ ନାହିଁ । ତେବେ କ'ଣ କରିବେ । ଏହି ସବୁ ଚାକିରି ଉଭାନ୍‌ ହେବାର କାରଣ ମଧ୍ୟ ଆପଣ ଜାଣିଥିବେ.. ହେଲେ କିଛି କରିପାରିବେ ନାହିଁ । ଯେଉଁ କାମ ଗୁଡ଼ିକୁ ମଣିଷ କରୁଥିଲା, ସେଇ କାମ ଗୁଡ଼ିକୁ ଯଦି ମେସିନ କରିବ... ତେବେ ଭାବନ୍ତୁ କ'ଣ ହେବ.. ବେକାରୀ ସମସ୍ୟା କେତେ ବଢ଼ିବ...

ଅଜ୍ଞା ହଁ.. ଏଭଳି କିଛି ଚେତାବନୀ ଦେଇଛନ୍ତି ଲୁଇସ୍‌ବିଲ ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର ସାଇନ୍ସ ପ୍ରଫେସର ରୋମପୋଲ୍‌ସ୍କୀ । ଏକ ପଡ୍‌କାଷ୍ଟରେ ପ୍ରଫେସର କହିଛନ୍ତି, ୨୦୨୭ ବେଳକୁ ଆମେ AGIକୁ ସାମ୍ନା କରିବା । AGI ଅର୍ଥାତ୍ ଆର୍ଟିଫିସିଆଲ ଜେନେରାଲ ଇଣ୍ଟେଲିଜେନ୍ସ । ଯାହାକି ମଣିଷକୁ ଏକ ପ୍ରକାର ପଙ୍ଗୁ କରିଦେବ । ଗୋଟିଏ କି ଦୁଇଟି ଶିଳ୍ପ ନୁହେଁ, ଏମିତିକି ସବୁ କ୍ଷେତ୍ରରେ ଛଟେଇ ହେବ । ଯାହା ମଣିଷ କରୁଥିଲା, ତାହା ମେସିନ କରିବ ।


 ଏହା ସହ ପଢ଼ନ୍ତୁ:- 'ଭୈରବଙ୍କ ବଢୁଥିବା ହାକିମାତିକୁ ନେଇ ନାଖୁସ ଅନେକ ନେତା'


କମ୍ପ୍ୟୁଟରରେ ବସି ମଣିଷ ଯେଉଁ କାମ କରୁଥିଲା, ତାହା ମଧ୍ୟ ଅଟୋମେଟିକ ହେବ । ଆଉ ମଣିଷ ଲୋଡ଼ା ପଡ଼ିବେ ନାହିଁ । ଆଗାମୀ ମାତ୍ର ୫ ବର୍ଷ ମଧ୍ୟରେ ସବୁ କିଛି ବଦଳିଯିବ । ମଣିଷର ଭାଗ୍ୟ AI ହାତରେ ରହିବ । ଯେତେବେଳେ କମ୍ପ୍ୟୁଟରରେ ମଣିଷ କରୁଥିବା କାମ ଅଟୋମେଟିକ୍ ହେବାକୁ ଲାଗିବ, ତାପରେ ସାମ୍ନାକୁ ଆସିବ ହ୍ୟୁମାନଏଡ୍‌ ରୋବଟ । ଏହା ଆଗାମୀ ୫ ବର୍ଷ ମଧ୍ୟରେ ସବୁଠି ଦେଖିବାକୁ ମିଳିବ । ଅର୍ଥାତ ୨୦୩୦ ବେଳକୁ ମଣିଷର ଶାରୀରିକ ଶ୍ରମ ବି ମେସିନ କରିବ ।

ସବୁଠାରୁ ବଡ଼ କଥା ହେଲା... ଏହି କଥା ଛଳରେ ପ୍ରଫେସର ଏମିତି କିଛି ତଥ୍ୟ ରଖନ୍ତି ଯାହା ଶୁଣିଲେ ରୋମ ଟାଙ୍କୁରି ଉଠିବ । ସେହି ତଥ୍ୟ ଥିଲା ବେରୋଜଗାରୀର...। ସେ ଅନୁମାନ କରିଛନ୍ତି, ବେରୋଜଗାରୀ ଏମିତି ସ୍ତରରେ ପହଞ୍ଚିବ ଯାହା ପୂର୍ବରୁ କେବେ ହୋଇନଥିଲା । ୧୦ ପ୍ରତିଶତ କି ୨୦ ପ୍ରତିଶତ ନୁହେଁ.. ବୈଶ୍ୱିକ ସ୍ତରରେ ଏକାବେଳକେ ୯୯ ପ୍ରତିଶତ ଛଟେଇ ହେବ । ଏହାଦ୍ୱାରା ଅର୍ଥବ୍ୟବସ୍ଥା ଉପରେ ବଡ଼ ପ୍ରଭାବ ପଡ଼ିବ.. ଏମିତିକି ମଣିଷର ଚାକିରି ପ୍ରାୟତଃ ଶେଷ ହୋଇଯିବ ।

ଏହାରି ଭିତରେ ସେ ଆହୁରି କହିଛନ୍ତି, ସାଧାରଣ ମଣିଷଟିଏ ନିଜ ମୁଣ୍ଡ ଝାଳକୁ ତୁଣ୍ଡରେ ମାରି ଦୁଇ ପଇସା ରୋଜଗାର କରୁଥିଲା, ନିଜର ଶ୍ରମ ଦେଇ ଘର ଚଳାଉଥିଲା । ସେତିକି ବି ଆଉ ତାକୁ ମିଳିନପାରେ । କାରଣ ଏହି ସବୁ କାମ କରିବେ ହ୍ୟୁମାନଏଡ୍‌ ରୋବଟ୍ । ଟାକ୍ସି ଡ୍ରାଇଭର ହୁଅନ୍ତୁ କି ପାଇପ୍‌ ରିପାରିଂ ମିସ୍ତ୍ର୍ରୀ ଏମିତିକି ରୋଷେୟା ବି ଭାବନ୍ତି ତାଙ୍କ ସ୍ଥାନ କେହି ନେଇପାରିବେ ନାହିଁ । କିନ୍ତୁ ଏହା ସମ୍ପୂର୍ଣ୍ଣ ମିଥ୍ୟା । ଖୁବ୍‌ଶୀଘ୍ର AI ଏମାନଙ୍କ ସବୁ ସ୍ଥାନ ନେଇଯିବ । କିନ୍ତୁ ଏଇ ଲୋକମାନେ ଏହାକୁ ବିଶ୍ୱାସ କରୁ ନାହାନ୍ତି କିମ୍ବା ଗମ୍ଭୀରତାର ସହ ନେଉ ନାହାନ୍ତି । AI ଏବେ ସବୁ କ୍ଷେତ୍ରରେ ନାକ ପୁରାଇ ସାରିଲାଣି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହାସହ ପଢ଼ନ୍ତୁ:- ବିଜେଡିର ପତ୍ତନ ଆରମ୍ଭ: ଦଳ ଛାଡ଼ିବେ ବଡ଼ ବଡ଼ ନେତା


ପ୍ରଫେସର ଜୋରଦେଇ କହନ୍ତି... ଏହି ବିପଦ କେବଳ ଚାକିରି କ୍ଷେତ୍ରରେ ନୁହେଁ, AI ଅପାର ସମ୍ପତ୍ତି ବି ସୃଷ୍ଟି କରିପାରେ । ଏମିତିକି ମଣିଷ ବିନା ବସ୍ତୁ ଓ ସେବା ସୃଷ୍ଟି କରିବାରେ ମଧ୍ୟ AI ବହୁତ ଆଗରେ ରହିବ । ଏହାଦ୍ୱାରା ୟୁନିଭର୍ସିଆଲ ବେସିକ୍ ଇନ୍‌କମ୍‌ ଭଳି ଯୋଜନା ମଧ୍ୟ ସାମ୍ନାକୁ ଆସିପାରେ । କିନ୍ତୁ ଅସଲି ସମସ୍ୟା ଟଙ୍କାର ବି ନୁହେଁ ।

ଅସଲି ସମସ୍ୟା ହେଉଛି.. ହଜିଯିବ ମଣିଷର ପରିଚୟ । କାରଣ କାମ କେବଳ ଦରମା ଦିଏ ନାହିଁ.. ଏହା ମଣିଷକୁ ପରିଚୟ ଦିଏ, ଗର୍ବ.. ଗୌରବ.. ଜୀବନ ଜିଇଁବାର ଲକ୍ଷ୍ୟ ବି ଦେଇଥାଏ । ଯେତେବେଳେ ମଣିଷଠାରୁ ଏହି ସବୁ ଦୁରେଇଯିବ ସେତେବେଳେ ମଣିଷ ଏକା ଏକା ହୋଇଯିବ । ଏତେ ସମୟ ଖାଲି ବସିଲେ ମଣିଷ କ'ଣ କରିବ। ଏହା ହିଁ ସବୁଠାରୁ ବଡ଼ ସମସ୍ୟା । ଆଉ ଯେତେବେଳେ କାହା ପାଖରେ ଚାକିରି ନଥିବା ତେବେ ସେତେବେଳେ ସେମାନେ ନିଜକୁ କ'ଣ ପରିଚୟ ଦେବେ ।

ପ୍ରଫେସରଙ୍କ ଏଭଳି ଚେତାବନୀ କେବଳ ଭବିଷ୍ୟବାଣୀ ନୁହେଁ.. ଏହା ଆଗାମୀ ଦିନର ପ୍ରତିଛବି ଆଉ ସତର୍କବାଣୀ ।


ଏହାସହ ପଢ଼ନ୍ତୁ:- ନଭେମ୍ବରରେ ବିହାର ଭୋଟ୍ ନେଇ ଅକ୍ଟୋବରରେ ହୋଇପାରେ ତାରିଖ ଘୋଷଣା