Air India Fire / ଦିଲ୍ଲୀ ଏୟାରପୋର୍ଟରେ ଲ୍ୟାଣ୍ଡିଂ ପୂର୍ବରୁ ଏୟାର ଇଣ୍ଡିଆ ଇଞ୍ଜିନରେ ଲାଗିଲା ଭୟଙ୍କର ନିଆଁ…ସମସ୍ତ ଯାତ୍ରୀ ସୁରକ୍ଷିତ
·3 months ago·2 min read

Key Points
ପୁଣି ଏୟାର ଇଣ୍ଡିଆ ବିମାନରେ ତ୍ରୁଟି
ଇଞ୍ଜିନରେ ନିଆଁ ଲାଗିବାରୁ ଏୟାର ଇଣ୍ଡିଆ ବିମାନର ଏମଜେନ୍ସି ଲ୍ୟାଣ୍ଡିଂ ହୋଇଛି

ମଝି ଆକଶରେ ଟଳିଲା ବଡ଼ ବିପଦ । ପୁଣି ଏୟାର ଇଣ୍ଡିଆ ବିମାନରେ ତ୍ରୁଟି । ଇଞ୍ଜିନରେ ନିଆଁ ଲାଗିବାରୁ ଏୟାର ଇଣ୍ଡିଆ ବିମାନର ଏମଜେନ୍ସି ଲ୍ୟାଣ୍ଡିଂ ହୋଇଛି । ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ (IGI) ଜରୁରୀ ଅବତରଣ କରିଛି। ଇଞ୍ଜିନ୍ରେ ନିଆଁ ଲାଗିବା ନେଇ ଦିଲ୍ଲୀ ବିମାନବନ୍ଦରର ରନୱେ ୨୯Rରେ AI୨୮୦୨ ବିମାନଟି ଅବତରଣ କରିଥିଲା ଏମଜେନ୍ସଂ ଲ୍ୟାଣ୍ଡିଂ କରାଯାଇଛି । ଜରୁରୀ ଅବତରଣ ପାଇଁ ATCକୁ ଅନୁମତି ମଗାଯାଇଥିଲା । ବିମାନକୁ ରନ୍ ଓ୍ବେରେ ଅଟକାଇ ଯାଞ୍ଚ କରାଗଲା । ଅଗ୍ନିକାଣ୍ଡରେ କୌଣସି ବିପଦ ନଥିବା ସୂଚନା ମିଳିଛି ।
ଏୟାର ଇଣ୍ଡିଆ ଏକ ବିବୃତ୍ତିରେ କହିଛି ଯେ କ୍ରୁ ସମସ୍ତ ମାନକ କାର୍ଯ୍ୟ ପ୍ରକ୍ରିୟା ଅନୁସରଣ କରି A320 ବିମାନକୁ ଦିଲ୍ଲୀ ବିମାନବନ୍ଦରରେ ସୁରକ୍ଷିତ ଭାବରେ ଅବତରଣ କରିଥିଲେ। ଏହା ସହିତ ସମସ୍ତ ଯାତ୍ରୀ ଏବଂ କ୍ରୁ ସଦସ୍ୟ ସୁରକ୍ଷିତ ଅଛନ୍ତି।
ଏହାସହ ପଢ଼ନ୍ତୁ: ବେଙ୍ଗାଲୁରୁରେ ବଡ଼ ଦୁର୍ଘଟଣାରୁ ବର୍ତ୍ତିଲା ଏୟାର ଇଣ୍ଡିଆ ବିମାନ... ରନୱେରେ ପିଟି ହେଲା ପଛ ଭାଗ
ବିମାନ AI2802 ବେଙ୍ଗାଲୁରୁରୁ ଦିଲ୍ଲୀ ଯାତ୍ରା କରୁଥିଲା। ବିବୃତ୍ତିରେ କୁହାଯାଇଛି ଯେ ବିମାନଟି ଦିଲ୍ଲୀ ଅଭିମୁଖେ ଆସୁଥିବା ସମୟରେ, ଜଣେ କକପିଟ୍ କ୍ରୁ ସଦସ୍ୟ ଗୋଟିଏ ଇଞ୍ଜିନରେ ନିଆଁ ଲାଗିବାର ସଙ୍କେତ ପାଇଥିଲେ। ସୂତ୍ର ଅନୁଯାୟୀ, ବିମାନଟି 160 ରୁ ଅଧିକ ଲୋକଙ୍କୁ ନେଇଯାଉଥିଲା। ଏୟାର ଇଣ୍ଡିଆ କହିଛି ଯେ ଏହା ଘଟଣାର କାରଣ ପାଇଁ ତୁରନ୍ତ ପୂର୍ଣ୍ଣ ତଦନ୍ତ ଆରମ୍ଭ କରୁଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅବତରଣ ସମୟରେ ଯାନ୍ତ୍ରିକ ତ୍ରୁଟି
ବେଙ୍ଗାଲୁରୁରୁ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆ ବିମାନ AI2802 ରେ ଏକ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଏୟାର ଇଣ୍ଡିଆ ଅନୁଯାୟୀ, ବିମାନଟି ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିବାକୁ ଯାଉଥିବା ସମୟରେ ପାଇଲଟମାନେ ଇଞ୍ଜିନରେ ନିଆଁ ଲାଗିଯାଇଥିବା ଜାଣିବାକୁ ପାଇଥିଲେ। କର୍ମଚାରୀମାନେ ତୁରନ୍ତ ସୁରକ୍ଷା ପ୍ରକ୍ରିୟା ଅନୁସରଣ କରି ବିମାନକୁ ନିରାପଦରେ ଦିଲ୍ଲୀରେ ଅବତରଣ କରିଥିଲେ।
କହି ରଖୁଛି କି, ଗତକାଲି ଏୟାର ଇଣ୍ଡିଆର ୨ଟି ବିମାନ ଦୁର୍ଘଟଣାର ସାମ୍ନା କରିଥିଲା । ବେଙ୍ଗାଲୁରୁରେ ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି । ଏହି ବିମାନଟି ଅବତରଣ କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଅଧିକାରୀଙ୍କ କହିବାନୁସାରେ, ଅବତରଣ କରିବା ସମୟରେ ବିମାନର ପଛ ଭାଗ ଭୂମିକୁ ସ୍ପର୍ଶ କରି ଥିଲା। ହେଲେ ବିମାନଟି ସୁରକ୍ଷିତ ଭାବରେ ଅବତରଣ କରିବାରେ ସଫଳ ହୋଇଛି । ଟେଲ୍ ଷ୍ଟ୍ରାଇକର ଏହି ଘଟଣାରେ ବିମାନରେ ଥିବା ସମସ୍ତ ଯାତ୍ରୀ ଏବଂ କ୍ରୁ ସଦସ୍ୟ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି ।

Related Topics
Explore more stories