Air India / ଏୟାର୍ ଇଣ୍ଡିଆ ବିମାନରେ ଆତଙ୍କ

Key Points
ଏୟାର୍ ଇଣ୍ଡିଆର ଅମୃତସର-ବର୍ମିଂହାମ୍ ଫ୍ଲାଇଟ୍ ଏଆଇ-୧୧୭ରେ ଗତକାଲି ମଝି ଆକାଶରେ ଅସ୍ୱାଭାବିକ ଘଟଣା ଘଟିଛି।
ଏୟାର୍ ଇଣ୍ଡିଆର ଅମୃତସର-ବର୍ମିଂହାମ୍ ଫ୍ଲାଇଟ୍ ଏଆଇ-୧୧୭ରେ ଗତକାଲି ମଝି ଆକାଶରେ ଅସ୍ୱାଭାବିକ ଘଟଣା ଘଟିଛି। ବୋଇଙ୍ଗ୍ ୭୮୭-୮ ଡ୍ରିମ୍ଲାଇନର୍ ବିମାନ (ଭିଟି-ଏଏନ୍ଓ) ଅବତରଣର ଅନ୍ତିମ ପର୍ଯ୍ୟାୟରେ ରାମ୍ ଏୟାର୍ ଟର୍ବାଇନ୍ (ଆର୍ଏଟି) ସ୍ୱୟଂଚାଳିତ ଭାବେ ସକ୍ରିୟ ହୋଇଯିବାରୁ ଆତଙ୍କ ଖେଳିଯାଇଥିଲା।
ଏୟାର ଇଣ୍ଡିଆ ବିମାନ ଅପହରଣ ଉଦ୍ୟମ: ବୁଦ୍ଧି ଖଟାଇଲେ ପାଇଲଟ୍
📱 Get Argus News App
✨ଅମୃତସରରୁ ଦିନ ୧:୦୭ରେ ଉଡ଼ାଣ ଭରିଥିବା ବିମାନଟି ବର୍ମିଂହାମ୍ରେ ସନ୍ଧ୍ୟା ୭ଟା(ବ୍ରିଟେନ ସମୟ)ରେ ନିରାପଦରେ ଅବତରଣ କରିଥିଲା। ଯାତ୍ରୀ ଏବଂ କ୍ରୁ ସମସ୍ତେ ସୁରକ୍ଷିତ ଥିବା ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ଏକ ବିବୃତ୍ତିରେ କହିଛନ୍ତି। ଆର୍ଏଟି ହେଉଛି ବିମାନର ଏକ ଅତ୍ୟାବଶ୍ୟକ ଅତ୍ୟାଧୁନିକ ପ୍ରଣାଳୀ, ଯାହା ଇଞ୍ଜିନ ବିଫଳତା କିମ୍ବା ସମ୍ପୂର୍ଣ୍ଣ ବିଦ୍ୟୁତ୍ ଏବଂ ହାଇଡ୍ରୋଲିକ୍ ବ୍ୟବସ୍ଥା ବିଫଳ ହେଲେ ସ୍ୱୟଂଚାଳିତ ଭାବେ ସକ୍ରିୟ ହୋଇଥାଏ।
ଅଧିକ ପଢ଼ନ୍ତୁ ଭାରତ ସମ୍ପର୍କିତ ଖବର...
ଏହା ପବନର ବେଗରୁ ବିଦ୍ୟୁତ୍ ଉତ୍ପାଦନ କରି ଫ୍ଲାଇଟ୍ କଣ୍ଟ୍ରୋଲ୍, ନାଭିଗେସନ୍ ଏବଂ ଯୋଗାଯୋଗ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରଣାଳୀକୁ ଚଳାଇଥାଏ। ତେବେ ବିମାନର ସମସ୍ତ ବିଦ୍ୟୁତ୍ ଏବଂ ହାଇଡ୍ରୋଲିକ୍ ପାରାମିଟର୍ ସ୍ୱାଭାବିକ ଥିବା ବେଳେ ଆର୍ଏଟିର ଅନାବଶ୍ୟକ ସକ୍ରିୟତା ଏକ ଅସ୍ୱାଭାବିକ ଘଟଣା ବୋଲି ବିଶେଷଜ୍ଞମାନେ କହିଛନ୍ତି। ଘଟଣା ପରେ ବିମାନଟିକୁ ୟୁକେରେ ଯାଞ୍ଚ ପାଇଁ ରଖାଯାଇଛି ଏବଂ ବିସ୍ତୃତ ପରୀକ୍ଷଣ ଜାରି ରହିଥିବା କୁହାଯାଇଛି। ଫଳରେ ବର୍ମିଂହାମ୍ରୁ ନୂଆଦିଲ୍ଲୀକୁ ଫେରନ୍ତା ଫ୍ଲାଇଟ୍ ଏଆଇ୧୧୪ ବାତିଲ୍ ହୋଇଛି ଏବଂ ଯାତ୍ରୀମାନଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଉଛି।
ଏହାସହ ପଢ଼ନ୍ତୁ: ପୋଷ୍ଟଅଫିସରେ କେବଳ ଏତିକି ଟଙ୍କାରେ ଫାଇବେ ୧୭ ଲକ୍ଷ ଟଙ୍କାର ଲାଭ
ଏୟାର୍ ଇଣ୍ଡିଆ କହିଛି, ‘ଯାତ୍ରୀ ଏବଂ ପରିଚାଳକ ଦଳଙ୍କ ସୁରକ୍ଷା ଆମର ପ୍ରଥମ ପ୍ରାଥମିକତା। ବିମାନର ସମସ୍ତ ବ୍ୟବସ୍ଥା ସ୍ୱାଭାବିକ ଥିଲେ ମଧ୍ୟ ପରୀକ୍ଷଣ ନିର୍ଦ୍ଦେଶ ଅନୁଯାୟୀ ବିମାନକୁ ଯାଞ୍ଚ ପ୍ରକ୍ରିୟା ଭିତରେ ରଖାଯାଇଛି।’ ଏଭଳି ଘଟଣା ଜୁନ୍ ୧୨, ୨୦୨୫ରେ ଅହମଦାବାଦରେ ଘଟିଥିବା ଏୟାର୍ ଇଣ୍ଡିଆ ଫ୍ଲାଇଟ୍ ଏଆଇ୧୭୧ର ଦୁର୍ଘଟଣାକୁ ମନେ ପକାଇଦେଉଛି, ଯେଉଁଥିରେ ଇଞ୍ଜିନ ଫ୍ୟୁଏଲ୍ କଣ୍ଟ୍ରୋଲ୍ ସ୍ୱିଚ୍ ବନ୍ଦ ହେବା କାରଣରୁ ଆର୍ଏଟି ସକ୍ରିୟ ହୋଇଥିଲା ଏବଂ ୨୬୦ ଜଣଙ୍କ ମୃତ୍ୟୁ ଘଟିଥିଲା। ସେହି ଦୁର୍ଘଟଣାର ପ୍ରାଥମିକ ତଦନ୍ତ ରିପୋର୍ଟରେ ଇଞ୍ଜିନ ବିଫଳତା ଉଲ୍ଲେଖ ଥିଲା। ବର୍ତ୍ତମାନର ଘଟଣାରେ କୌଣସି ବିଫଳତା ନଥିବାରୁ ଏୟାର୍ ଇଣ୍ଡିଆ ଏବଂ ବୋଇଂ ପକ୍ଷରୁ ବିସ୍ତୃତ ତଦନ୍ତ କରାଯାଉଛି।
Related Topics
Explore more stories