Dope Tests Mandatory / ସବୁ ପାଇଲଟଙ୍କ ଡୋପ ଟେଷ୍ଟ କରିବାକୁ ବାଧ୍ୟତାମୂଳକ କଲା ଏୟାର ଇଣ୍ଡିଆ
·2 weeks ago·2 min read

Key Points
ଏୟାର ଇଣ୍ଡିଆର ସବୁ ପାଇଲଟଙ୍କର ହେବ ଡ୍ରଗ୍ସ ଟେଷ୍ଟ
ଆକାଶରେ ବିମାନ ଝଟକା ପରେ ଚେତିଲା ଏୟାର ଇଣ୍ଡିଆ
ପାଇଲଟ୍ ଟେଷ୍ଟରେ ଧରାପଡ଼ିଲା ଗଞ୍ଜେଇ

ନୁଆଦିଲ୍ଲୀ,୧୪/୦୮: ଏୟାର ଇଣ୍ଡିଆ ନିଜର ସମସ୍ତ ପାଇଲଟ୍ଙ୍କ ପାଇଁ ବାଧ୍ୟତାମୂଳକ ଡ୍ରଗ୍ସ ବା ଡୋପ୍ ଟେଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଛି। ନିକଟରେ ଏୟାର ଇଣ୍ଡିଆର ଏକ ବିମାନର କ୍ୟାପଟେନ ଗଞ୍ଜେଇ ସେବନ କରିଥିବା ପରୀକ୍ଷାରୁ ଜଣାପଡ଼ିବା ପରେ ଏହି କଠୋର ପଦକ୍ଷେପ ଗ୍ରହଣ କରାଯାଇଛି। ଟେଷ୍ଟ କରିବାର ମୁଖ୍ୟ କାରଣ ବିମାନର ହଠାତ ପତନ ତଥା ଟର୍ବ୍ୟୁଲାନ୍ସ।
ଗତ ଅଗଷ୍ଟ ୪ ତାରିଖରେ ଫୁକେଟ୍ରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନ AI 2379 ଆକାଶରେ ହଠାତ୍ ପ୍ରାୟ ୩୦୦ ଫୁଟ୍ ତଳକୁ ଖସିପଡ଼ିଥିଲା। ଏହି ଦୁର୍ଘଟଣାରେ ବିମାନରେ ଥିବା ପ୍ରାୟ ୨୪ ଜଣ ଯାତ୍ରୀ ଏବଂ କ୍ରୁ ସଦସ୍ୟ ଆହତ ହୋଇଥିଲେ। ଏହାପରେ କରାଯାଇଥିବା ମେଡିକାଲ୍ ପରୀକ୍ଷାରେ ବିମାନର ମୁଖ୍ୟ ପାଇଲଟ୍ ଗଞ୍ଜେଇ ସେବନ କରିଥିବା ଜଣାପଡ଼ିଥିଲା। ଏୟାର ଇଣ୍ଡିଆ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସର ସମସ୍ତ କକ୍ପିଟ୍ କ୍ରୁଙ୍କର ଏହି ସାଇକୋଆକ୍ଟିଭ୍ ପଦାର୍ଥ ପରୀକ୍ଷା କରାଯିବ।
ପାଇଲଟ୍ମାନଙ୍କର ଟ୍ରେନିଂ ସମୟରେ ଗୁରୁଗ୍ରାମ ଏକାଡେମୀରେ କିମ୍ବା ବିମାନ ଉଡ଼ାଣ ପରେ ବିଭିନ୍ନ ବିମାନବନ୍ଦରରେ ଏହି ଟେଷ୍ଟ କରାଯିବ। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏବଂ DGCA ପାଇଲଟ୍ମାନଙ୍କ ପାଇଁ ଡ୍ରଗ୍ ଟେଷ୍ଟ ନିୟମକୁ ଆହୁରି କଡ଼ାକଡ଼ି କରିବାକୁ ବିଚାର କରୁଛନ୍ତି।
ଟର୍ବୁଲାନ୍ସ ଘଟଣାରେ ଏୟାର ଇଣ୍ଡିଆ ସିଇଓ କ୍ୟାମ୍ପବେଲ୍ ଓ୍ବିଲସନ୍, ବରିଷ୍ଠ ଏୟାରଲାଇନ୍ ଏକ୍ଜିକ୍ୟୁଟିଭ୍ ମଙ୍ଗଳବାର ବେସାମରିକ ବିମାନ ଚଳାଚଳ ସଚିବ ସମୀର କୁମାର ସିହ୍ନା ଓ ଅନ୍ୟ ଅଧିକାରୀମାନଙ୍କୁ ଭେଟିଛନ୍ତି। ଉକ୍ତ ବୈଠକରେ ଟାଟା ସନ୍ସ ଅଧ୍ୟକ୍ଷଙ୍କ କାର୍ଯ୍ୟନିର୍ବାହୀ ଉପଦେଷ୍ଟା ତଥା ପୂର୍ବତନ ସିଭିଏ ଆଭିଏଶନ ସଚିବ ପ୍ରଦୀପ ସିଂ ଖାରୋଲାଙ୍କ ସମେତ ଏୟାର ଇଣ୍ଡିଆ ବିମାନ ଚଳାଚଳ ସୁରକ୍ଷା ମୁଖ୍ୟ ଦୀପକ ଯୋଶୀ ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ।
ପଢନ୍ତୁ ଏହି ଖବର: ହଠାତ୍ ୩୦୦ ଫୁଟ ତଳକୁ ଖସିଥିଲା Air India;ବଡ଼ ଖୁଲାସା, ନିଶା ଖାଇ ବିମାନ ଚଲାଉଥିଲେ ପାଇଲଟ୍

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଫ୍ରାନ୍ସର BEA ମଧ୍ୟ ତଦନ୍ତରେ ସହାୟତା କରିବ
କେବଳ ଭାରତ ନୁହେଁ ଯିଏ ଏହି ତଦନ୍ତରେ କାମ କରୁଛି। ଫ୍ରାନ୍ସର ବିମାନ ଦୁର୍ଘଟଣା ତଦନ୍ତ ସଂସ୍ଥା, BEA ଏବଂ ବିମାନ ନିର୍ମାତା ଏୟାରବସର ବୈଷୟିକ ବିଶେଷଜ୍ଞମାନେ ମଧ୍ୟ AAIBକୁ ସହାୟତା କରୁଛନ୍ତି। ଅନ୍ତର୍ଜାତୀୟ ବିମାନ ନିୟମ ଅନୁଯାୟୀ, ଯେଉଁ ଦେଶରେ ବିମାନ ଡିଜାଇନ୍ କିମ୍ବା ନିର୍ମିତ ହୋଇଥିଲା ସେହି ଦେଶ ଏକ ଗୁରୁତର ବିମାନ ଘଟଣାର ତଦନ୍ତରେ ଅଂଶଗ୍ରହଣ କରେ। ଏହି ପ୍ରକ୍ରିୟାର ଏକ ଅଂଶ ଭାବରେ, BEA ଏବଂ ଏୟାରବସ AAIBକୁ ଆବଶ୍ୟକୀୟ ବୈଷୟିକ ସୂଚନା ଏବଂ ଡିଜାଇନ୍ ଡକ୍ୟୁମେଣ୍ଟ ପ୍ରଦାନ କରୁଛନ୍ତି। ICAO ଏବଂ ପ୍ରାସଙ୍ଗିକ ଦେଶଗୁଡ଼ିକୁ ମଧ୍ୟ ଏହି ଘଟଣା ବିଷୟରେ ଅବଗତ କରାଯାଇଛି।
କିଛି ତଦନ୍ତ ସୂଚନା ଗୋପନୀୟ ରହିବ
AAIB ଏହା ମଧ୍ୟ କହିଛି ଯେ ତଦନ୍ତ ସମୟରେ ସଂଗୃହୀତ କିଛି ରେକର୍ଡ, ବିବୃତ୍ତି, ଡାକ୍ତରୀ ସୂଚନା ଏବଂ ଅନ୍ୟାନ୍ୟ ସାମଗ୍ରୀ ନିୟମାବଳୀ ଅନୁଯାୟୀ ଗୋପନୀୟ ରହିବ। ଏଜେନ୍ସି ଗଣମାଧ୍ୟମ ଏବଂ ଜନସାଧାରଣଙ୍କୁ ଅପୂର୍ଣ୍ଣ, ଯାଞ୍ଚ ନ ହୋଇଥିବା କିମ୍ବା ଚୟନିତ ସୂଚନା ଉପରେ ଆଧାର କରି ଘଟଣାର କାରଣ ବିଷୟରେ କୌଣସି ନିଷ୍କର୍ଷ ବାହାର ନକରିବାକୁ ନିବେଦନ କରିଛି। AAIB ଅନୁଯାୟୀ, ତଦନ୍ତ ସ୍ୱାଧୀନ ଏବଂ ପ୍ରମାଣ-ଭିତ୍ତିକ ହେବ।

Related Topics
Explore more stories