Videos
|
National

Air India Pilot Drunk / ହଠାତ୍ ୩୦୦ ଫୁଟ ତଳକୁ ଖସିଥିଲା Air India;ବଡ଼ ଖୁଲାସା, ନିଶା ଖାଇ ବିମାନ ଚଲାଉଥିଲେ ପାଇଲଟ୍

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ହଠାତ୍ ୩୦୦ ଫୁଟ ତଳକୁ ଖସିଥିଲା Air India;ବଡ଼ ଖୁଲାସା, ନିଶା ଖାଇ ବିମାନ ଚଲାଉଥିଲେ ପାଇଲଟ୍
Air India Pilot Drunk

Key Points

ଦିଲ୍ଲୀ ଆସୁଥିବା ବିମାନରେ ଟର୍ବୁଲାନ୍ସ ଘଟଣା
ହଠାତ୍ ୩୦୦ ଫୁଟ୍ ତଳକୁ ଖସିଥିଲା ଉଡ଼ାଜାହାଜ
କାହାର କାନ ଫାଟିଥିଲା ତ କାହାର ହାତ ଭାଙ୍ଗିଥିଲା
ଏବେ ଜଣାପଡ଼ିଲା ସତ, ନିଶାରେ ଥିଲେ ପାଇଲଟ୍
ନୂଆଦିଲ୍ଲୀ: ଥାଇଲ୍ୟାଣ୍ଡ ଫୁକେଟରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ଟର୍ବୁଲାନ୍ସ ଘଟଣା । ଗୁରୁତର ଆହତ ହୋଇଥିଲେ ଅନେକ ବିମାନ ଯାତ୍ରୀ । କାହାର କାନ ଫାଟିଥିଲା ତ କାହାର ହାଡ଼ ଭାଙ୍ଗିଥିଲା । କାରଣ ହଠାତ୍ ୩୦୦ ଫୁଟ୍ ତଳକୁ ଆସିଯାଇଥିଲା ଫ୍ଲାଇଟ୍ । ଏବେ ଏହି ଅଘଟଣର ପ୍ରକୃତ ଘଟଣା ଜଣାପଡ଼ିଛି । ପାଇଲଟ୍ ନିଶାରେ ଥାଇ ଫ୍ଲାଇଟ୍ ଚଲାଉଥିଲେ । ଅଗଷ୍ଟ ୪ରେ ଏହି ବିମାନ ଚଲାଉଥିବା ପାଇଲଟ୍‌ଙ୍କ ଟୋପ୍ ଟେଷ୍ଟ ହୋଇଥିଲା, ଯେଉଁଥିରେ ଜଣେ ପାଇଲଟଙ୍କ ପଜିଟିଭ୍ ଆସିଛି । ଏହାର ଅର୍ଥ ଉକ୍ତ ପାଇଲଟ୍ ଜଣକ ନିଶାରେ ଥାଇ ଉଡ଼ାଉଥିଲେ ବିମାନ ।

ସେଦିନ ଏୟାର ଇଣ୍ଡିଆର ଏୟାରବସ୍ A320 ବିମାନ ହଠାତ୍ ୩୦୦ ଫୁଟ୍ ତଳକୁ ଖସିଥିଲା । ହଠାତ୍ ଜୋରଦାର ଝଟକା ପରେ ୧୩ ଜଣ ଯାତ୍ରୀଙ୍କ ସମେତ ୪ଜଣ କ୍ରୁ ମେମ୍ବର ଆହତ ହୋଇଥିଲେ । ତେବେ ଏହି ପୂରା ଘଟଣାର ଯାଞ୍ଚ କରୁଛି ଡିଜିସିଏ । ସେପଟେ ଘଟଣା ଉପରେ ଏୟାର ଇଣ୍ଡିଆ ପକ୍ଷରୁ ପ୍ରତିକ୍ରିୟା ଆସିଛି । ଏୟାର ଇଣ୍ଡିଆ ମୁଖପାତ୍ର କହିଛନ୍ତି ଯେ ଘଟଣା ତଦନ୍ତାଧୀନ ଥିବାରୁ ସେମାନେ ଏବେ କୌଣସି ପ୍ରତିକ୍ରିୟା ଦେବେ ନାହିଁ ।

  • ଏବେ ପାଇଲଟ୍‌ଙ୍କ ଉପରେ ନିଆଯିବ କି କାର୍ଯ୍ୟାନୁଷ୍ଠାନ ?
ଏହି ଖୁଲାସା ପରେ ଏବେ ପ୍ରଶ୍ନ ଉଠୁଛି ଯେ ପାଇଲଟ୍‌ଙ୍କ ଉପରେ କଣ କାର୍ଯ୍ୟାନୁଷ୍ଠାନ ନିଆଯିବ । ଡିଜିସିଏଙ୍କ ନିୟମ ଅନୁସାରେ, ଯଦି କୌଣସି ପାଇଲଟ ପ୍ରଥମ ଥର ସାଇକୋଆକ୍ଟିଭ ସବଷ୍ଟେନ୍ସ ଟେଷ୍ଟରେ ପଜିଟିଭ ଆସନ୍ତି ତେବେ ତାଙ୍କୁ ନିଶାମୁକ୍ତ ଓ ପୁନିର୍ବାସ ପାଇଁ ପଠାଯାଏ । ଏହାପରେ ଯଦି ତାଙ୍କ ଡୋପ୍ ଟେଷ୍ଟ ନେଗେଟିଭ ଆସେ, ଏହାପରେ ହିଁ ସେ ପୁଣିଥରେ ବିମାନ ଚଲାଇପାରିବେ । ପୁଣିଥରେ ଯଦି ସେ ଡୋପ୍ ଟେଷ୍ଟରେ ପଜିଟିଭ୍ ଆସନ୍ତି ତେବେ ତାଙ୍କର ପାଇଲଟ୍‌ଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ନିଲମ୍ବନ କରାଯାଏ । ତୃତୀୟ ଥର ସେ ପଜିଟିଭ୍ ଆସିଲେ ତାଙ୍କର ପାଇଲଟ୍ ଲାଇସେନ୍ସକୁ ରଦ୍ଦ କରାଯାଏ ।

ପଢନ୍ତୁ ଏହି ଖବର: ହଠାତ୍ ୩୦୦ ଫୁଟ୍ ଉଚ୍ଚରେ ଏୟାର ଇଣ୍ଡିଆ ବିମାନରେ ଆତଙ୍କ; ଅନେକ ଯାତ୍ରୀ ଆହତ

  • କଣ ଘଟିଥିଲା ସେଦିନ ?
ହଠାତ୍ ୩୦୦ ଫୁଟ୍ ବିମାନଟି ତଳକୁ ଖସିଆସିବା ପରେ କିଛି ଯାତ୍ରୀ ସିଟ୍‌ରୁ ଖସି ସିଧା ବିମାନର ଛାତରେ ପହଞ୍ଚିଥିଲେ ଓ ବିମାନର କାନ୍ଥରେ ବାଡ଼େଇ ହୋଇଥିଲେ । ମାତ୍ର ପାଇଲଟ୍ ବିମାନକୁ ନିୟନ୍ତ୍ରଣକୁ ଆଣିଥିଲେ । ଏହାପରେ ସକାଳ ୧୧ଟାରେ ଦିଲ୍ଲୀ ଏୟାରପୋର୍ଟରେ ବିମାନଟି ସୁରକ୍ଷିତ ଭାବେ ଅବତରଣ କରିଥିଲା । ଏହି ବିମାନଟି ୮.୪୫ଟାରେ ଫୁକେଟରୁ ଉଡ଼ାଣ ଭରିଥିଲା । ଏଥିରେ ମୋଟ ୧୩୪ ଜଣ ଯାତ୍ରୀ ଥିଲେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: