Videos
|
National

Flight Ticket Discount / ବିମାନଯାତ୍ରୀଙ୍କ ପାଇଁ ଖୁସି ଖବର, ଏହି ବିମାନରେ ମିଳିବ ୧୦% ରିହାତି

Bikash Mohanty
Browse all articles by Bikash Mohanty
·1 hour ago·2 min read
ବିମାନଯାତ୍ରୀଙ୍କ ପାଇଁ ଖୁସି ଖବର, ଏହି ବିମାନରେ ମିଳିବ ୧୦% ରିହାତି
Flight

Key Points

ବିମାନଯାତ୍ରୀଙ୍କ ପାଇଁ ଖୁସି ଖବର
ବିମାନ ଟିକେଟରେ ମିଳିବ ୧୦% ରିହାତି
କେବଳ ଛାତ୍ରଛାତ୍ରୀଙ୍କୁ ମିଳିବ ରିହାତି 
ଭୁବନେଶ୍ବର.୧୨/୧୦ : ଆପଣଙ୍କୁ ବିମାନରେ ମିଳିବ ୧୦% ରିହାତି। ଏୟାର ଇଣ୍ଡିଆ ଆଣିଛି ସ୍ୱତନ୍ତ୍ର ଅଫର୍। ଏଥିରେ ଟିକେଟ୍ ଭଡ଼ାରେ ରିହାତି ସହ ମିଳିବ ଅତିରିକ୍ତ ବ୍ୟାଗେଜ୍ ସୁବିଧା। ଏହି ଅଫର୍‌ର ଲାଭ ନେବା ପାଇଁ ୨୦ ଅକ୍ଟୋବର ୨୦୨୬ ସୁଦ୍ଧା ଟିକେଟ୍ ବୁକ୍ କରିବାକୁ ପଡ଼ିବ। ଆପଣ କଲେଜରେ ପାଠ ପଢ଼ୁଛନ୍ତି କି? ଛୁଟିରେ ଘରକୁ ଯିବା ହେଉ କିମ୍ବା ଇଣ୍ଟର୍ନସିପ୍ ଓ ପ୍ଲେସମେଣ୍ଟ ପାଇଁ ଅନ୍ୟ ସହରକୁ ଯାତ୍ରା, ଏବେ ବିମାନ ଟିକେଟ୍‌ରେ ଟଙ୍କା ସଞ୍ଚୟ କରିବାର ସୁଯୋଗ! ଛାତ୍ରଛାତ୍ରୀଙ୍କ ପାଇଁ ଏୟାର ଇଣ୍ଡିଆ ଆଣିଛି ସ୍ୱତନ୍ତ୍ର ଅଫର୍। ଏଥିରେ ଟିକେଟ୍ ଭଡ଼ାରେ ରିହାତି ସହ ମିଳିବ ଅତିରିକ୍ତ ବ୍ୟାଗେଜ୍ ସୁବିଧା। ଦିଆଯାଇଥିବା

ସୂଚନା ଅନୁସାରେ, ଛାତ୍ରଛାତ୍ରୀମାନେ ଘରୋଇ ଓ ଆନ୍ତର୍ଜାତୀୟ ବିମାନ ଟିକେଟ୍‌ର ମୂଳ ଭଡ଼ା ଉପରେ ୧୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ପାଇପାରିବେ। ଏହା ସହ ସାଧାରଣ ବ୍ୟାଗେଜ୍ ଭତ୍ତା ବ୍ୟତୀତ ଅତିରିକ୍ତ ୧୦ କିଲୋଗ୍ରାମ ଲଗେଜ୍ ନେବାର ସୁବିଧା ମଧ୍ୟ ରହିଛି। ଏପରିକି ଥରେ ଯାତ୍ରା ତାରିଖ ପରିବର୍ତ୍ତନ କରିବାର ସୁବିଧା ମିଳିପାରିବ।

କେବେ ସରିବ ଅଫର୍?

ଏହି ଅଫର୍‌ର ଲାଭ ନେବା ପାଇଁ ୨୦ ଅକ୍ଟୋବର ୨୦୨୬ ସୁଦ୍ଧା ଟିକେଟ୍ ବୁକ୍ କରିବାକୁ ପଡ଼ିବ ବୋଲି ଦିଆଯାଇଥିବା ସୂଚନାରେ କୁହାଯାଇଛି। ଏହା ବ୍ୟତୀତ, ଏୟାର ଇଣ୍ଡିଆ ୱେବସାଇଟ୍ କିମ୍ବା ଆପ୍‌ରେ ଲଗ୍‌ଇନ୍ କରି UPI ମାଧ୍ୟମରେ ପେମେଣ୍ଟ କଲେ ‘UPIPROMO’ କୋଡ୍ ବ୍ୟବହାର କରି ସୁବିଧା ଶୁଳ୍କରେ ୫୦ ପ୍ରତିଶତ ରିହାତି ଏବଂ ଘରୋଇ ବୁକିଂରେ ୧,୦୦୦ ଟଙ୍କା ପର୍ଯ୍ୟନ୍ତ ରିହାତି ମିଳିପାରେ। ଏଥିପାଇଁ ଲାଗୁ ହେଉଥିବା ସର୍ତ୍ତାବଳୀ ଯାଞ୍ଚ କରିବା ଜରୁରୀ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ABEOଙ୍କ ୭ଟି ସ୍ଥାନରେ ଭିଜିଲାନ୍ସ ରେଡ୍

କିଏ ପାଇବେ ଏହି ଅଫର୍?

ଘରୋଇ ଯାତ୍ରା ପାଇଁ ଛାତ୍ରଙ୍କ ବୟସ ଅତି କମ୍‌ରେ ୧୨ ବର୍ଷ ହେବା ସହ ସ୍ୱୀକୃତିପ୍ରାପ୍ତ ଶିକ୍ଷାନୁଷ୍ଠାନରେ ପୂର୍ଣ୍ଣକାଳୀନ ପାଠ୍ୟକ୍ରମରେ ଅଧ୍ୟୟନ କରୁଥିବା ଆବଶ୍ୟକ। ଯାତ୍ରା ସମୟରେ ଛାତ୍ର ପରିଚୟପତ୍ର କିମ୍ବା ଆଡମିଶନ୍ ପ୍ରମାଣପତ୍ର ସାଙ୍ଗରେ ରଖନ୍ତୁ। ଟିକେଟ୍ ବୁକ୍ କରିବା ସମୟରେ ୱେବସାଇଟ୍‌ରେ ‘ଡିସ୍‌କାଉଣ୍ଟ ଟାଇପ୍’ ବିକଳ୍ପରୁ ‘ଷ୍ଟୁଡେଣ୍ଟ’ ଚୟନ କରନ୍ତୁ। ବୁକିଂ ପୂର୍ବରୁ ଏୟାର ଇଣ୍ଡିଆର ଅଫିସିଆଲ୍ ୱେବସାଇଟ୍‌ରେ ଅଫର୍‌ର ନିୟମ ଓ ସର୍ତ୍ତାବଳୀ ନିଶ୍ଚିତ କରନ୍ତୁ।