Videos
|
National

Flight Fire / ମଝି ଆକାଶରେ ଥିଲା ଇଣ୍ଡିଗୋ ବିମାନ; କ୍ୟାବିନ୍‌ରେ ହଠାତ୍ ଲାଗିଲା ନିଆଁ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ମଝି ଆକାଶରେ ଥିଲା ଇଣ୍ଡିଗୋ ବିମାନ; କ୍ୟାବିନ୍‌ରେ ହଠାତ୍ ଲାଗିଲା ନିଆଁ
IndiGo Flight Diverted After Power Bank Fire Onboard

Key Points

ମଝି ଆକାଶରେ ଇଣ୍ଡିଗୋ ବିମାନରେ ଲାଗିଲା ନିଆଁ
ନିଆଁ ଲାଗିବା ପରେ ହାଇଦ୍ରାବାଦରେ ଜରୁରୀ ଅବତରଣ
ଦିଲ୍ଲୀରୁ ଚେନ୍ନାଇ ଯାଉଥିବା ଇଣ୍ଡିଗୋ ବିମାନରେ ଅଗ୍ନିକାଣ୍ଡ
କ୍ୟାବିନ୍ କଭର ଭିତରେ ଥିବା ଯାତ୍ରୀଙ୍କ ପାୱାର ବ୍ୟାଙ୍କରୁ ନିଆଁ
ହାଇଦ୍ରାବାଦ: ବିମାନରେ ଆପଣ ଯାତ୍ରା କରୁଛନ୍ତି । ଆଉ ଆପଣଙ୍କ ଠିକ୍ ମୁଣ୍ଡ ଉପରେ ଥିବା ଲଗେଜ୍ କ୍ୟାବିନରେ ହଠାତ୍ ନିଆଁ ଲାଗି ଯାଉଛି । ରବିବାର ଏଭଳି କିଛି ହୋଇଛି ଦିଲ୍ଲୀରୁ ଚେନ୍ନାଇ ଆସୁଥିବା ଇଣ୍ଡିଗୋ ବିମାନରେ । ଦିଲ୍ଲୀରୁ ଚେନ୍ନାଇ ଆସୁଥିବା ଇଣ୍ଡିଗୋ ବିମାନ 6E 6115ରେ ରବିବାର ପାୱାର ବ୍ୟାଙ୍କରୁ ନିଆଁ ଲାଗିବା ପରେ ମଝି ଆକାଶରେ ଆତଙ୍କ ଖେଳି ଯାଇଥିଲା ।

ପ୍ରଥମେ ଯାତ୍ରୀ କ୍ୟାବିନରୁ ଧୂଆଁ ବାହାରିଥିବା ଦେଖିଥିଲେ । ଯାହାପରେ କ୍ୟାବିନ୍ କଭର୍ ଖୋଲିବାରୁ ଭୀଷଣ ନିଆଁ ଦେଖିବାକୁ ମିଳିଥିଲା । ତତ୍‌କ୍ଷଣାତ୍ କ୍ରିଉ ସଦସ୍ୟ ଏନେଇ ପାଇଲଟଙ୍କୁ ଜଣାଇବା ପରେ ବିମାନକୁ ହାଇଦ୍ରାବାଦ ନିଆ ଯାଇଥିଲା ।

ଏଥିସହ ପଢ଼ନ୍ତୁ: କାର୍‌ ସିଟ୍ ତଳେ ସିକ୍ରେଟ୍ ଚାମ୍ବର, ଭିତରେ ପୁଳା ପୁଳା ସୁନା ବିସ୍କୁଟ, ୯ କୋଟିର ସୁନା ଜବତ 

ହାଇଦ୍ରାବାଦରେ ଜରୁରୀ ଅବତରଣ

ନିଆଁ ଲାଗିବା ମାତ୍ରେ କ୍ୟାବିନ୍ କ୍ରିଉ ଆଲର୍ଟ ହୋଇ ଯାଇଥିଲେ । ନିଆଁ ଲିଭା ଯନ୍ତ୍ର ବ୍ୟବହାର କରିଥିଲେ । ହାଇଦ୍ରାବାଦରେ ବିମାନର ଜରୁରୀ ଅବତରଣ ସୁରକ୍ଷିତ ଭାବେ ହୋଇଛି । ସମସ୍ତ ଯାତ୍ରୀ ଓ କ୍ରିଉ ସଦସ୍ୟ ସୁରକ୍ଷିତ ଅଛନ୍ତି ।


ମିଳିଥିବା ସୂଚନା ଅନୁସାରେ, ଜଣେ ଯାତ୍ରୀ କ୍ୟାବିନ୍ ଭିତରେ ରଖିଥିବା ପାୱାର ବ୍ୟାଙ୍କରୁ ଏହି ନିଆଁ ଲାଗିଥିଲା । ନିଆଁ ଲାଗିବା ବେଳର ଭିଡିଓ ମଧ୍ୟ ଆସିଛି । ଜଣେ ଯାତ୍ରୀ ଭିଡିଓ ରେକର୍ଡ କରିଥିବା ବେଳେ ଅନ୍ୟମାନେ ନିଆଁକୁ କାବୁ କରିବାକୁ ପ୍ରୟାସ କରୁଥିବା ଦେଖିବାକୁ ମିଳିଛି ।

ଦୁଃଖ ପ୍ରକାଶ କଲା ଇଣ୍ଡିଗୋ

ଦିଲ୍ଲୀରୁ ଚେନ୍ନାଇ ଯାଉଥିବା ବିମାନରେ ନିଆଁ ଲାଗିବାକୁ ନେଇ ଇଣ୍ଡିଗୋ ପକ୍ଷରୁ ପ୍ରତିକ୍ରିୟା ଦିଆଯାଇଛି । ଇଣ୍ଡିଗୋ କହିଛି,"ରବିବାର ୧୧ ଅକ୍ଟୋବର ଦିଲ୍ଲୀରୁ ଚେ୍ନାଇ ଯାଉଥିବା ବିମାନ 6E 6115କୁ ହାଇଦ୍ରାବାଦ ଡାଇଭର୍ଟ କରାଯାଇଛି । ବିମାନରେ ଯାତ୍ରୀଙ୍କ ବୈଦ୍ୟୁତିକ ଉପକରଣରୁ ଧୂଆଁ ବାହାରିଥିଲା ।"

ଏଥିସହ ପଢ଼ନ୍ତୁ: ଆଣ୍ଟି-ହାଇଜ୍ୟାକିଂ ଓ UAPA ଆକ୍ଟରେ ଏତଲା ରୁଜୁ କଲା NIA 

ତେବେ କ୍ୟାବିନ୍ କ୍ରିଉଙ୍କ ସତର୍କତା ପାଇଁ ବଡ଼ ଅଘଟଣ ଟଳି ଯାଇଛି । ହାଇଦ୍ରାବାଦରୁ ଯାତ୍ରୀଙ୍କୁ ଚେନ୍ନାଇ ନେବା ଲାଗି ବିକଳ୍ପ ବିମାନ ବ୍ୟବସ୍ଥା କରାଯାଉଛି । ହାଇଦ୍ରାବାଦରେ ଯାତ୍ରୀଙ୍କୁ ଖାଦ୍ୟ ଓ ପାନୀୟ ଇଣ୍ଡିଗୋ ପକ୍ଷରୁ ଦିଆଯାଇଛି । ଇଣ୍ଡିଗୋ କହିଛି, "ଯାତ୍ରୀଙ୍କ ସୁରକ୍ଷା ହେଉଛି ଆମ ପ୍ରାଥମିକତା ।"
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: