Air India / ଆକ୍ରମଣ ମଧ୍ୟରେ ଏୟାର ଇଣ୍ଡିଆର ବଡ଼ ନିଷ୍ପତ୍ତି, ମଧ୍ୟପ୍ରାଚ୍ୟକୁ ସମସ୍ତ ଉଡ଼ାଣ କଲା ବାତିଲ
·4 months ago·2 min read

Key Points
ଯୁଦ୍ଧ ପରିସ୍ଥିତିରେ ବିମାନ ସେବାରେ ଝଟକା
ଏୟାର ଇଣ୍ଡିଆ ଦେଲା ଅପଡେଟ୍
ଏୟାର ଇଣ୍ଡିଆ ସ୍ଥଗିତ କଲା ସମସ୍ତ ଫ୍ଲାଇଟ୍
ଏୟାର ଇଣ୍ଡିଆ ଦେଲା ଅପଡେଟ୍
ଏୟାର ଇଣ୍ଡିଆ ସ୍ଥଗିତ କଲା ସମସ୍ତ ଫ୍ଲାଇଟ୍
ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ । ଇରାନ ଉପରେ ଆମେରିକା ଓ ଇସ୍ରାଏଲ ମିଳିତ ଭାବେ ଆକ୍ରମଣ କରିବା ପରେ ବୃଦ୍ଧି ପାଇଛି ଉତ୍ତେଜନା । ଇରାନ ପ୍ରତିଶୋଧ ନେଇ ୭ଟି ଦେଶରେ ଥିବା ଆମେରିକାର ସାମରିକ ଘାଟି ଉପରେ ପାଲଟା ଆକ୍ରମଣ କରିଛି । ଏସବୁର ପ୍ରଭାବ ବିମାନ ସେବା ଉପରେ ସ୍ପଷ୍ଟ ଭାବରେ ପଡ଼ିଥିବାର ଦେଖିବାକୁ ମିଳୁଛି । ଏହି ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏୟାର ଇଣ୍ଡିଆ ମଧ୍ୟପ୍ରାଚ୍ୟକୁ ସମସ୍ତ ବିମାନ ଉଡ଼ାଣକୁ ସ୍ଥଗିତ ରଖିଛି । ଏହି ନିଷ୍ପତ୍ତି ଏକ ସତର୍କତାମୂଳକ ପଦକ୍ଷେପ ଭାବରେ ନିଆଯାଇଛି ।
ଏୟାର ଇଣ୍ଡିଆ ମଧ୍ୟପ୍ରାଚ୍ୟକୁ ସମସ୍ତ ଉଡ଼ାଣ ସ୍ଥଗିତ ରଖିବା ବିଷୟରେ ସୋସିଆଲ ମିଡିଆ ପ୍ଲାଟଫର୍ମ 'X' ରେ ପୋଷ୍ଟ କରିଛି । ପୋଷ୍ଟରେ କୁହାଯାଇଛି, "ଆମେ ଆମର ଯାତ୍ରୀ ଏବଂ କର୍ମଚାରୀଙ୍କ ସୁରକ୍ଷା ବଜାୟ ରଖିବା ପାଇଁ ପ୍ରତିବଦ୍ଧ । ଆମେ ଆମର ବିମାନ ପରିଚାଳନା ପାଇଁ ସୁରକ୍ଷା ପରିସ୍ଥିତିର ନିରନ୍ତର ମୂଲ୍ୟାଙ୍କନ କରିବୁ ଏବଂ ଆବଶ୍ୟକ ଅନୁଯାୟୀ ପରିବର୍ତ୍ତନ କରିବୁ। ଆମର ଟିମ୍ ଯାତ୍ରୀମାନଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବେ ।"
ଏୟାର ଇଣ୍ଡିଆ କହିଛି ଯେ ଉଡ଼ାଣ ସ୍ଥିତି ଏବଂ ଅପଡେଟ୍ https://airindia.com/in/en/manage/flight-status.html ରେ ଯାଞ୍ଚ କରିପାରିବେ । ଏହି ବିଷୟରେ ଅଧିକ ସୂଚନା ପାଇଁ ଦୟାକରି ଆମର 24x7 କଲ୍ ସେଣ୍ଟରଗୁଡ଼ିକୁ +91 1169329333 ଏବଂ +91 1169329999 ରେ ଯୋଗାଯୋଗ କରନ୍ତୁ । ଆପଣଙ୍କୁ ଆମର ୱେବସାଇଟ୍ http://airindia.com ପରିଦର୍ଶନ କରିବାକୁ ମଧ୍ୟ ଅନୁରୋଧ କରାଯାଉଛି। ଆପଣଙ୍କ ଧର୍ଯ୍ୟ ଏବଂ ସହଯୋଗ ପାଇଁ ଧନ୍ୟବାଦ ।
#TravelAdvisory
— Air India (@airindia) February 28, 2026
In view of the developing situation in parts of the Middle East, all Air India flights to all destinations in the Middle East have been suspended. We remain committed to maintaining the highest standards of safety for our passengers and crew. We will continue to…
ଏୟାର ଇଣ୍ଡିଆ ମଧ୍ୟପ୍ରାଚ୍ୟକୁ ସମସ୍ତ ଉଡ଼ାଣ ସ୍ଥଗିତ ରଖିବା ବିଷୟରେ ସୋସିଆଲ ମିଡିଆ ପ୍ଲାଟଫର୍ମ 'X' ରେ ପୋଷ୍ଟ କରିଛି । ପୋଷ୍ଟରେ କୁହାଯାଇଛି, "ଆମେ ଆମର ଯାତ୍ରୀ ଏବଂ କର୍ମଚାରୀଙ୍କ ସୁରକ୍ଷା ବଜାୟ ରଖିବା ପାଇଁ ପ୍ରତିବଦ୍ଧ । ଆମେ ଆମର ବିମାନ ପରିଚାଳନା ପାଇଁ ସୁରକ୍ଷା ପରିସ୍ଥିତିର ନିରନ୍ତର ମୂଲ୍ୟାଙ୍କନ କରିବୁ ଏବଂ ଆବଶ୍ୟକ ଅନୁଯାୟୀ ପରିବର୍ତ୍ତନ କରିବୁ। ଆମର ଟିମ୍ ଯାତ୍ରୀମାନଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବେ ।"
ଏୟାର ଇଣ୍ଡିଆ କହିଛି ଯେ ଉଡ଼ାଣ ସ୍ଥିତି ଏବଂ ଅପଡେଟ୍ https://airindia.com/in/en/manage/flight-status.html ରେ ଯାଞ୍ଚ କରିପାରିବେ । ଏହି ବିଷୟରେ ଅଧିକ ସୂଚନା ପାଇଁ ଦୟାକରି ଆମର 24x7 କଲ୍ ସେଣ୍ଟରଗୁଡ଼ିକୁ +91 1169329333 ଏବଂ +91 1169329999 ରେ ଯୋଗାଯୋଗ କରନ୍ତୁ । ଆପଣଙ୍କୁ ଆମର ୱେବସାଇଟ୍ http://airindia.com ପରିଦର୍ଶନ କରିବାକୁ ମଧ୍ୟ ଅନୁରୋଧ କରାଯାଉଛି। ଆପଣଙ୍କ ଧର୍ଯ୍ୟ ଏବଂ ସହଯୋଗ ପାଇଁ ଧନ୍ୟବାଦ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories