Videos
|
National

IAF Chief / ବାୟୁସେନାକୁ ମିଳିଲେ ନୂଆ ମୁଖ୍ୟ; କାର୍ଗିଲ୍ ଯୁଦ୍ଧରେ ସାମିଲ୍ ଥିଲେ ଆଶୁତୋଷ ଦିକ୍ଷୀତ

Sushanta Sahoo
Browse all articles by Sushanta Sahoo
·47 mins ago·2 min read
ବାୟୁସେନାକୁ ମିଳିଲେ ନୂଆ ମୁଖ୍ୟ; କାର୍ଗିଲ୍ ଯୁଦ୍ଧରେ ସାମିଲ୍ ଥିଲେ ଆଶୁତୋଷ ଦିକ୍ଷୀତ
Ashutosh Dixit to Head Indian Air Force

Key Points

ଏୟାର୍ ମାର୍ଶଲ ଆଶୁତୋଷ ଦିକ୍ଷୀତ ହେଲେ ବାୟୁସେନା ମୁଖ୍ୟ
ପରବର୍ତ୍ତୀ ବାୟୁସେନା ମୁଖ୍ୟ ଭାବେ ନିଯୁକ୍ତି ଦେଲେ ରାଷ୍ଟ୍ରପତି
ଅକ୍ଟୋବର ୩୧ରୁ ୨୦୨୮ ଡିସେମ୍ବର ୩୧ ପର୍ଯ୍ୟନ୍ତ ରହିବ କାର୍ଯ୍ୟକାଳ
ଆଶୁତୋଷଙ୍କ ନିକଟରେ ରହିଛି ୩୫୦୦ ଘଣ୍ଟାର ଉଡ଼ାଣ ଅଭିଜ୍ଞତା
ନୂଆଦିଲ୍ଲୀ: ଏୟାର୍ ମାର୍ଶଲ ଆଶୁତୋଷ ଦିକ୍ଷୀତଙ୍କୁ ବାୟୁସେନାର ନୂଆ ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି । ଏବେ ଆଶୁତୋଷ ଦିକ୍ଷୀତ ଭାରତୀୟ ବାୟୁସେନାରେ ଉପ ମୁଖ୍ୟ (Deputy Chief) ଦାୟିତ୍ଵ ତୁଲାଉଛନ୍ତି । ଆଶୁତୋଷଙ୍କ ନିକଟରେ ୩୫୦୦ ଘଣ୍ଟାରୁ ଅଧିକ ଉଡ଼ାଣ ଅନୁଭବ ରହିଛି ।

ଆଶୁତୋଷ ଦିକ୍ଷୀତ ଦୀର୍ଘ ବର୍ଷ ହେଲା ବାୟୁସେନାରେ ଅଛନ୍ତି । ସେ ୧୯୮୬ ଡିସେମ୍ବର ୬ ତାରିଖରେ ଭାରତୀୟ ବାୟୁସେନାରେ ଫାଇଟର ଷ୍ଟ୍ରିମ୍‌ରେ ସାମିଲ୍ ହୋଇଥିଲେ । ଆଶୁତୋଷ ଜଣ କ୍ଵାଲିଫାଏଡ୍ ଫ୍ଲାଇଂ ଇନଷ୍ଟ୍ରକ୍ଟର ଓ ଏକ୍ସପେରିମେଣ୍ଟାଲ୍ ଟେଷ୍ଟ ପାଇଲଟ୍ ଅଟନ୍ତି ।

ଏଥିସହ ପଢ଼ନ୍ତୁ: ପର୍ଯ୍ୟଟକଙ୍କ ଭିଡ଼ରେ ଲୋକାରଣ୍ୟ ହୋଇଉଠିଲା ବଦ୍ରିନାଥ-କେଦାରନାଥ, ଆଦି କୈଳାସ 

ଏୟାର୍ ମାର୍ଶଲ ଆଶୁତୋଷଙ୍କ ନିକଟରେ ମିରାଜ-୨୦୦୦, ମିଗ୍-୨୧ ଓ ଜାଗୁଆର ଭଳି ୨୦ରୁ ଅଧିକ ଯୁଦ୍ଧ ବିମାନ ଉଡ଼ାଇବାର ଅଭିଜ୍ଞତା ରହିଛି । ଏୟାର ମାର୍ଶଲ୍ ଆଶୁତୋଷ ନ୍ୟାସନାଲ୍ ଡିଫେନ୍ସ ଏକାଡେମୀ ଖଡ଼କବାସଲା, ଡିଫେନ୍ସ ସର୍ଭିସେସ୍ ଷ୍ଟାଫ କଲେଜ (ବାଂଲାଦେଶ) ଓ ନ୍ୟାସନାଲ ଡିଫେନ୍ସ କଲେଜ ନୂଆଦିଲ୍ଲୀରୁ ପାଠ ପଢ଼ିଛନ୍ତି ।

ଭାରତୀୟ ବାୟୁସେନାରେ ଏୟାର୍ ମାର୍ଶଲ ଆଶୁତୋଷ ଦିକ୍ଷୀତ ଏକାଧିକ ପ୍ରମୁଖ ଭୂମିକା ତୁଲାଇଛନ୍ତି । ଯେଉଁଥିରେ ହେଡକ୍ଵାର୍ଟର ଇଣ୍ଟିଗ୍ରେଟେଡ୍ ଡିଫେନ୍ସ ଷ୍ଟାଫ ରହି ସ୍ଥଳସେନା, ନୌସେନା ଓ ବାୟୁସେନା ମଧ୍ୟରେ ତାଳମେଳ ମଜଭୁତ୍ କରିବା ଦାୟିତ୍ଵ ନିଭାଇଥିଲେ ।


ବାୟୁସେନା ମୁଖ୍ୟାଳୟରେ ମଧ୍ୟ ବିଭିନ୍ନ ଭୂମିକା ତୁଲାଇଛନ୍ତି । ସେହି ସମୟରେ ଆଶୁତୋଷ ସେନାରେ ନୂଆ ଟେକ୍ନୋଲୋଜି ସହ ନୂତନ ଅସ୍ତ୍ରଶସ୍ତ୍ର ସାମିଲ୍‌ରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ତୁଲାଇଥିଲେ । ବେଙ୍ଗାଲୁରୁରେ ଫ୍ଲାଇଟ୍ ଟେଷ୍ଟ ସ୍କ୍ଵାର୍ଡନର କମାଣ୍ଡିଂ ଅଫିସର ଭାବେ ଆଶୁତୋଷ ଜାଗୁଆର ଓ ମିଗ୍-୨୭କୁ ଅପଗ୍ରେଡ୍ ପ୍ରୋଗ୍ରାମ ସହ ଜଡ଼ିତ । ଏଥିସହ ମିଡିୟମ୍ ମଲ୍ଟି-ରୋଲ୍ କମ୍ବାଟ ଏୟାରକ୍ରାଫ୍ଟ ଟ୍ରାଏଲ୍ସ ପ୍ଳାନିଂ ଓ ତାର ନେତୃତ୍ଵ ନେବାରେ ଆଗରେ ଥିଲେ ।

ଆଶୁତୋଷ ଦିକ୍ଷୀତ ଏୟାର ମାର୍ଶଲ ଅମର ପ୍ରୀତ ସିଂହଙ୍କ ସ୍ଥାନରେ ଦାୟିତ୍ଵ ନେବେ । ଏୟାର ମାର୍ଶଲ ଅମର ପ୍ରୀତ ସିଂହ ୨୦୨୪ ସେପ୍ଟେମ୍ବର ୩୦ରେ ବାୟୁସେନା ମୁଖ୍ୟ ହୋଇଥିଲେ । ତାଙ୍କ କାର୍ଯ୍ୟକାଳ ଅକ୍ଟୋବର ୩୧ରେ ସଛି । ଅକ୍ଟୋବର ୩୧ରେ ଆଶୁତୋଷ ଦିକ୍ଷୀତ କାର୍ଯ୍ୟଭାର ଗ୍ରହଣ କରିବା ସହ ୨୦୨୮ ଡିସେମ୍ବର ୩୧ ପର୍ଯ୍ୟନ୍ତ ବାୟୁସେନାର ମୁଖ୍ୟ ଭାବେ କାର୍ଯ୍ୟ କରିବେ ।

ଏଥିସହ ପଢ଼ନ୍ତୁ: ୧୫ ମାସରେ ୨୦୮ ଥର ଟ୍ରାଫିକ୍ ନିୟମ ଉଲ୍ଲଂଘନ: ଏବେ ଗଣିବେ ୪ ଲକ୍ଷ ଜରିମାନା

ଅପରେସନ୍ ସଫେଦ ସାଗର, ଅପରେସନ୍ ରକ୍ଷକ, କୋପ-ଇଣ୍ଡିଆ ଓ ଅପରେସନ୍ ସିନ୍ଦୂର ଆଦି ଅଭିଯାନ ଓ ସୈନ୍ୟ ଅଭ୍ୟାସର ଅଂଶ ଥିଲେ । ଭାରତୀୟ ବାୟୁସେନାର ସ୍ଵଦେଶୀ LCA ତେଜସ ଓ ଅନ୍ୟ ବିଦେଶୀ ବିମାନ ପ୍ରୋଜେକ୍ଟସ୍‌କୁ ଆଗେଇ ନେବାରେ ପ୍ରମୁଖ ଭୂମିକା ଥିଲା ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: