Videos
|
National

14500 Feet Traffic Jam Uttarakhand / ୧୪,୫୦୦ ଫୁଟ ଉଚ୍ଚରେ ଲାଗିଲା ଲମ୍ବା ଟ୍ରାଫିକ୍ ଜାମ୍; ପର୍ଯ୍ୟଟକଙ୍କ ଭିଡ଼ରେ ଲୋକାରଣ୍ୟ ହୋଇଉଠିଲା ବଦ୍ରିନାଥ-କେଦାରନାଥ, ଆଦି କୈଳାସ

Subhramjit Ray
Browse all articles by Subhramjit Ray
·1 hour ago·2 min read
୧୪,୫୦୦ ଫୁଟ ଉଚ୍ଚରେ ଲାଗିଲା ଲମ୍ବା ଟ୍ରାଫିକ୍ ଜାମ୍; ପର୍ଯ୍ୟଟକଙ୍କ ଭିଡ଼ରେ ଲୋକାରଣ୍ୟ ହୋଇଉଠିଲା ବଦ୍ରିନାଥ-କେଦାରନାଥ, ଆଦି କୈଳାସ
14500 Feet Traffic Jam Uttarakhand

Key Points

ଆଦି କୈଳାସରେ ପ୍ରବଳ ତୁଷାରପାତ ଯୋଗୁଁ ଟ୍ରାଫିକ୍ ଜାମ୍ ହୋଇଛି। ପ୍ରାୟ ୧୪,୫୦୦ ଫୁଟ ଉଚ୍ଚତାରେ, ତୀର୍ଥଯାତ୍ରୀ ଏବଂ ଯାନବାହାନ ସଂଖ୍ୟା ବୃଦ୍ଧି ଯୋଗୁଁ ରାସ୍ତାରେ ଲମ୍ବା ଧାଡ଼ି ଲାଗିଛି। ଅନେକ ଯାତ୍ରୀ ଘଣ୍ଟା ଘଣ୍ଟା ଧରି ଫସି ରହିଛନ୍ତି।
ଚଳିତ ବର୍ଷ ସେପ୍ଟେମ୍ବର ମାସ ଶେଷ ସପ୍ତାହରୁ ଉତ୍ତରାଖଣ୍ଡର ଉଚ୍ଚ ହିମାଳୟ ଅଞ୍ଚଳରେ ହୋଇଯାଇଛି ତୁଷାରପାତ। ଯାହା ଦ୍ୱାରା ରାଜ୍ୟର ପାର୍ବତୀୟ ଅଞ୍ଚଳକୁ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଇବାରେ ଲାଗିଛି। ବଦ୍ରିନାଥ, କେଦାରନାଥ, ଗଙ୍ଗୋତ୍ରୀ ଏବଂ ହେମକୁଣ୍ଡ ସାହିବ ବ୍ୟତୀତ ପର୍ଯ୍ୟଟକ ଆଦି କୈଳାସ, ଓମ୍ ପର୍ବତ ଏବଂ ମୁନସ୍ୟାରି ସମେତ ଅନ୍ୟାନ୍ୟ ଅଞ୍ଚଳ ପରିଦର୍ଶନ କରୁଛନ୍ତି। ପର୍ଯ୍ୟଟକଙ୍କ ବିପୁଳ ଆଗମନ ଯୋଗୁଁ ଗତ ଶୁକ୍ରବାର, ଶନିବାର ଏବଂ ରବିବାର ପାର୍ବତୀୟ ପଥରେ କିଲୋମିଟର ଲମ୍ବା ଟ୍ରାଫିକ୍ ଜାମ୍ ହୋଇଥିଲା। ପ୍ରବଳ ତୁଷାରପାତ ଯୋଗୁଁ ଆଦି କୈଳାସ ଏବଂ ଓମ୍ ପର୍ବତକୁ ଯିବା ରାସ୍ତାରେ ଲମ୍ବା ଟ୍ରାଫିକ୍ ଜାମ୍ ଲାଗିଥିଲା।

ପ୍ରବଳ ତୁଷାରପାତ ଯୋଗୁଁ ଆଦି କୈଳାସ ଠାରେ ହୋଇଥିଲା ଜାମ୍
ପ୍ରବଳ ତୁଷାରପାତ ପରେ ଆଦି କୈଳାସ ଠାରେ ଲମ୍ବା ଜାମ୍ ଦେଖିବାକୁ ମିଳିଥିଲା। ପ୍ରାୟ ୧୪,୫୦୦ ଫୁଟ ଉଚ୍ଚତାରେ ତୀର୍ଥଯାତ୍ରୀ ଏବଂ ଯାନବାହାନ ସଂଖ୍ୟା ବୃଦ୍ଧି ପାଇବା ଯୋଗୁଁ ରାସ୍ତାରେ ଲମ୍ବା ଜାମ୍ ଲାଗିଥିଲା। ଯାହା ଫଳରେ ଅନେକ ତୀର୍ଥଯାତ୍ରୀ ଘଣ୍ଟା ଘଣ୍ଟା ଧରି ରାସ୍ତାରେ ଫସି ରହିଥିଲେ। ଆଦି କୈଳାସକୁ ଯିବା ରାସ୍ତାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦେଖିବାକୁ ମିଳିଛି ଯେ ଆଦି କୈଳାସକୁ ଯିବା ରାସ୍ତାରେ ପ୍ରାୟ ୨ କିଲୋମିଟର ଲମ୍ବା ଟ୍ରାଫିକ ଜାମ୍ ଦେଖିବାକୁ ମିଳିଥିଲା।

ପ୍ରବଳ ତୁଷାରପାତ ମଧ୍ୟରେ ଗାଡ଼ି ମଟରର ଲମ୍ବା ଧାଡ଼ି ଲାଗି ରହିଥିଲା। ବର୍ତ୍ତମାନ ଆଦି କୈଳାସ ଅଞ୍ଚଳରେ ପ୍ରାୟ ୩-୪ ଫୁଟ ଉଚ୍ଚତାର ବରଫ ଜମା ହୋଇଛି। ସୀମା ସଡ଼କ ସଙ୍ଗଠନ (BRO) ଜେସିବି (JCB) ମେସିନ୍ ସହାୟତାରେ ରାସ୍ତାରୁ ବରଫ ହଟାଇ ଯାତାୟାତ ବ୍ୟବସ୍ଥାକୁ ପୁନର୍ବାର କାର୍ଯ୍ୟକ୍ଷମ କରିଛି। ହେଲେ ରାସ୍ତାର ଉଭୟ ପାର୍ଶ୍ୱରେ ଜମା ହୋଇଥିବା ବରଫ ସମ୍ପୂର୍ଣ୍ଣ ଭାବରେ ହଟାଯାଇ ନଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।

ଏହା ସହ ପଢନ୍ତୁ: ସୁରକ୍ଷିତ ମିଳିଲେ କେଦାରନାଥ-ବାସୁକିତାଲ ଟ୍ରେକ୍ ଠାରେ ନିଖୋଜ ହୋଇଥିବା ୫ ଟ୍ରେକର୍ସ

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସାମ୍ପ୍ରତିକ ବର୍ଷରେ ବୃଦ୍ଧି ପାଇଛି ତୀର୍ଥଯାତ୍ରୀଙ୍କ ସଂଖ୍ୟା
ବିଗତ ୩ ବର୍ଷ ମଧ୍ୟରେ ଆଦି କୈଳାସ ଓମ୍ ପର୍ବତକୁ ଆସୁଥିବା ତୀର୍ଥଯାତ୍ରୀଙ୍କ ସଂଖ୍ୟା ୩ ଗୁଣରୁ ଅଧିକ ବୃଦ୍ଧି ପାଇଛି। ଗତ ୨୦୨୩ ରେ ୧୦,୦୭୯ ପର୍ଯ୍ୟଟକ ଏବଂ ତୀର୍ଥଯାତ୍ରୀ ଆଦି କୈଳାସ ପରିଦର୍ଶନ କରିଥିଲେ। ଗତ ୨୦୨୪ ରେ ଏଠାକୁ ଆସିଥିବା ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇ ୨୯,୪୨୩ ହୋଇଥିଲା। ସେହିପରି ୨୦୨୫ ରେ ୩୧,୫୫୮ ତୀର୍ଥଯାତ୍ରୀ ଏଠାକୁ ଆସିଥିଲେ। ଚଳିତ ବର୍ଷ ଏପର୍ଯ୍ୟନ୍ତ ପ୍ରାୟ ୬୧,୯୫୦ ଜଣ ପର୍ଯ୍ୟଟକ ଆସିଛନ୍ତି।

ଏଲଗାଡ଼, କୁଲାଗାଡ଼, ଏସ-ବ୍ୟାଣ୍ଡ ଏବଂ ମଲଘାଟ ଭଳି ସମ୍ବେଦନଶୀଳ ଅଞ୍ଚଳର ରାସ୍ତା ପୂର୍ବରୁ ସଂକୀର୍ଣ୍ଣ ରହିଛି। ପ୍ରବଳ ତୁଷାରପାତ ପରିସ୍ଥିତିକୁ ଆହୁରି ଚ୍ୟାଲେଞ୍ଜିଂ କରିଦେଇଛି। ଗାଡ଼ି ଅଟକି ରହିବା ଫଳରେ ରାସ୍ତାରେ ଲମ୍ବା ଧାଡ଼ି ଦେଖିବାକୁ ମିଳିଛି। ଉଚ୍ଚ ହିମାଳୟର ପାଗ ପରିସ୍ଥିତିକୁ ଆହୁରି ସମସ୍ୟା ବହୁଳ କରିଦେଇଛି। ଯାତ୍ରୀଙ୍କୁ ସତର୍କତା ଅବଲମ୍ବନ କରିବାକୁ ଏବଂ ପ୍ରଶାସନର ପରାମର୍ଶ ପାଳନ କରିବାକୁ ଅନୁରୋଧ କରାଯାଇଛି