Ram Mandir CEO / ରାମ ମନ୍ଦିରର ପ୍ରଥମ CEO ହେଲେ ଏୟାର ମାର୍ଶାଲ ଜିତେନ୍ଦ୍ର ମିଶ୍ରା, ଜାଣନ୍ତୁ କ’ଣ ରହିବ ତାଙ୍କ ଦାୟିତ୍ୱ
·16 mins ago·1 min read

Key Points
ଏୟାର ମାର୍ଶାଲ ଜିତେନ୍ଦ୍ର ମିଶ୍ରଙ୍କୁ ନୂଆ ଦାୟିତ୍ୱ
ରାମ ମନ୍ଦିରର ହେଲେ ପ୍ରଥମ CEO
ଜାଣନ୍ତୁ କ’ଣ ରହିବ ତାଙ୍କ ଦାୟିତ୍ୱ
ରାମ ମନ୍ଦିରର ହେଲେ ପ୍ରଥମ CEO
ଜାଣନ୍ତୁ କ’ଣ ରହିବ ତାଙ୍କ ଦାୟିତ୍ୱ
ଅଯୋଧ୍ୟାର ଶ୍ରୀରାମ ମନ୍ଦିର ତୀର୍ଥ କ୍ଷେତ୍ର ଟ୍ରଷ୍ଟକୁ ମିଳିଛି ଏହାର ପ୍ରଥମ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) । ରାମ ମନ୍ଦିରର ପ୍ରଥମ CEO ହେଲେ ଏୟାର ମାର୍ଶାଲ ଜିତେନ୍ଦ୍ର ମିଶ୍ରା । ଏହି ନିଯୁକ୍ତି ଟ୍ରଷ୍ଟର ପ୍ରଶାସନିକ ଓ ପରିଚାଳନା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବ ବୋଲି ଆଶା କରାଯାଉଛି ।
ଏୟାର ମାର୍ଶାଲ ଜିତେନ୍ଦ୍ର ମିଶ୍ରା ଭାରତୀୟ ବାୟୁସେନାରେ ଦୀର୍ଘ ୩୮ ବର୍ଷ ଧରି ସେବା ପ୍ରଦାନ କରିଛନ୍ତି । ତାଙ୍କର ବିଶାଳ ସାମରିକ ଅଭିଜ୍ଞତା ରହିଛି । ଶ୍ରୀରାମ ମନ୍ଦିରର ନିର୍ମାଣ ଓ ଏହା ସହ ଜଡ଼ିତ ବିଭିନ୍ନ ବିକାଶମୂଳକ ଏବଂ ପ୍ରଶାସନିକ କାର୍ଯ୍ୟକୁ ଅଧିକ ସୁଚାରୁ ଭାବେ ପରିଚାଳନା କରିବାରେ ତାଙ୍କର ଅଭିଜ୍ଞତା ଉପଯୋଗୀ ହୋଇପାରେ ।
ଏହି ପଦ ପାଇଁ ଟ୍ରଷ୍ଟ ନିକଟକୁ ୫୫୦୦ରୁ ଅଧିକ ଆବେଦନ ଆସିଥିଲା। ସେଥିମଧ୍ୟରୁ ୧୮ ଜଣଙ୍କୁ ସର୍ଟଲିଷ୍ଟ କରାଯାଇଥିଲା । ସର୍ଟଲିଷ୍ଟ ହୋଇଥିବା ପ୍ରାର୍ଥୀମାନଙ୍କ ମଧ୍ୟରୁ ଏୟାର ମାର୍ଶାଲ ଜିତେନ୍ଦ୍ର ମିଶ୍ରାଙ୍କ ନାମରେ ମୋହର ଲାଗିଥିବା ସୂଚନା ମିଳିଛି ।
କ’ଣ ରହିବ ଏୟାର ମାର୍ଶାଲ ଜିତେନ୍ଦ୍ର ମିଶ୍ରାଙ୍କ ଦାୟିତ୍ୱ ?
ରାମ ମନ୍ଦିର ଟ୍ରଷ୍ଟର CEO ଭାବେ ଜିତେନ୍ଦ୍ର ମିଶ୍ରାଙ୍କ ଉପରେ ଅନେକ ବଡ଼ ଦାୟିତ୍ୱ ରହିବ। ମନ୍ଦିରର ପ୍ରଶାସନିକ, ଆର୍ଥିକ ଓ ଆଇନଗତ ପରିଚାଳନା ତାଙ୍କର ପ୍ରମୁଖ ଦାୟିତ୍ୱ ମଧ୍ୟରେ ରହିବ। ଏହା ସହ ମନ୍ଦିର ସହ ଜଡ଼ିତ ବିଭିନ୍ନ ବ୍ୟବସ୍ଥା ଓ କାର୍ଯ୍ୟର ସମନ୍ୱୟ କରିବାର ଦାୟିତ୍ୱ ମଧ୍ୟ CEOଙ୍କ ଉପରେ ରହିବ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତିନି ସଦସ୍ୟଙ୍କ କମିଟି କରିଥିଲା ଚୟନ ପ୍ରକ୍ରିୟା
CEO ଚୟନ ପାଇଁ ଟ୍ରଷ୍ଟ ପକ୍ଷରୁ ଏକ ତିନି ସଦସ୍ୟ ବିଶିଷ୍ଟ କମିଟି ଗଠନ କରାଯାଇଥିଲା। ଏହି କମିଟିରେ ଅବସରପ୍ରାପ୍ତ ଜଷ୍ଟିସ୍ ପ୍ରମୋଦ କୋହଲି, ବିଷ୍ଣୁକାନ୍ତ ଚତୁର୍ବେଦୀ ଏବଂ ସୁରେଶ ହାୱଡେ ସାମିଲ ଥିଲେ।
CEO ଚୟନ ପାଇଁ ଟ୍ରଷ୍ଟ ପକ୍ଷରୁ ଏକ ତିନି ସଦସ୍ୟ ବିଶିଷ୍ଟ କମିଟି ଗଠନ କରାଯାଇଥିଲା। ଏହି କମିଟିରେ ଅବସରପ୍ରାପ୍ତ ଜଷ୍ଟିସ୍ ପ୍ରମୋଦ କୋହଲି, ବିଷ୍ଣୁକାନ୍ତ ଚତୁର୍ବେଦୀ ଏବଂ ସୁରେଶ ହାୱଡେ ସାମିଲ ଥିଲେ।
Related Topics
Explore more stories