Videos
|
National

Ajit Pawar / ଅଜିତ୍ ପାଓ୍ୱାରଙ୍କ ଶେଷ କଲ୍ ରେକର୍ଡ, ଭଣଜାକୁ ଏମିତି କହିଥିଲେ କିଛି...

Banajyotshna Ray
Browse all articles by Banajyotshna Ray
·7 months ago·2 min read
ଅଜିତ୍ ପାଓ୍ୱାରଙ୍କ ଶେଷ କଲ୍ ରେକର୍ଡ, ଭଣଜାକୁ ଏମିତି କହିଥିଲେ କିଛି...
Ajit Pawar

Key Points

ସାମ୍ନାକୁ ଆସିଲା ଅଜିତ୍ ପାଓ୍ୱାରଙ୍କ ଶେଷ କଲ୍ ରେକର୍ଡ!
ପ୍ଲେନ୍ କ୍ରାସ୍ ପୂର୍ବରୁ ଭଣଜାଙ୍କୁ କହିଥିଲେ ଏମିତି କିଛି…
ପ୍ରଥମ ଥର ସାମ୍ନାକୁ ଆସିଲା ଅଜିତ୍‌ ପାଓ୍ୱାରଙ୍କ ମୃତ୍ୟୁ ପୂର୍ବରୁ ଶେଷ କଲ୍‌ ରେକର୍ଡ। ପ୍ଲାନ କ୍ରାସ ପୂର୍ବରୁ କାହାକୁ କଲ କରିଥିଲେ ଅଜିତ ପାଓ୍ୱାର ,ବଂ କଣ କହିଥିଲା ତାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ଜାନୁଆରୀ ୨୮ ତାରିଖ ବୁଧବାର ଦିନ ମହାରାଷ୍ଟ୍ରର ବାରାମତିରେ ଏକ ବିମାନ ଦୁର୍ଘଟଣାରେ ଅଜିତ ପାୱାରଙ୍କ ମୃତ୍ୟୁ ହୋଇଥିଲା। ସେହି ସମୟରେ ସେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଏବଂ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନସିପି)ର ମୁଖ୍ୟ ଥିଲେ। ଅଜିତଙ୍କ ମୃତ୍ୟୁ ପରେ ଦେଶରେ ଅନେକ କିଛି ଖବର ସାମ୍ନାକୁ ଆସିଥିଲା। କେମିତି ଏହା ହେଲା, କାହିଁକି ହେଲା ବିମାନର ଯାଞ୍ଚ କରାଯାଇଥିଲା ନା ନାହିଁ ଏମିତି ଅନେକ ପ୍ରଶ୍ନ। ହେଲେ ଅଜିତଙ୍କ ଶେଷ ଫୋନ୍ କଲ୍ ର ଏକ ଅଡିଓ କ୍ଲିପ୍ ଏବେ ଭାଇରାଲ୍ ହେଉଥିବା ଚର୍ଚ୍ଚା ହେଉଛି।

ସମାଜର ପ୍ରତ୍ୟେକ ବର୍ଗକୁ ଏକତ୍ର କରିବା ପାଇଁ ତାଙ୍କର ଦୃଷ୍ଟିକୋଣ ଏବଂ ପ୍ରତିବଦ୍ଧତା ଶେଷ ପର୍ଯ୍ୟନ୍ତ ଅକ୍ଷୁର୍ଣ୍ଣ ରହିଥିଲା। ଏହି କଥାବାର୍ତ୍ତାରେ ଏହା ସ୍ପଷ୍ଟ ଭାବରେ ପ୍ରତିଫଳିତ ହୋଇଛି। ହେଲେ ଆମେ ଏଠାରେ ସେହି ଅଡିଓ ସେୟାର କରିପାରିବୁ ନାହିଁ। କିନ୍ତୁ ଏହି ଅଡିଓରେ ଅଜିତ୍ ପ୍ରତ୍ୟେକ ଜାତିକୁ ସାଙ୍ଗରେ ନେଇ ଚାଲିବା କଥା ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ପ୍ରକୃତରେ, ଏକ ଭାଇରାଲ ଅଡିଓରେ ଦାବି କରାଯାଉଛି ଯେ ବାରାମତୀ ବିମାନ ଦୁର୍ଘଟଣା ପୂର୍ବରୁ ଅଜିତ ପାୱାର ବିମାନରେ ବସିଥିବା ସମୟରେ ତାଙ୍କ ଭଣଜା ଶ୍ରୀଜିତ ପାୱାରଙ୍କ ସହ କଥା ହୋଇଥିଲେ। ଏହି ସମୟରେ ସେ ମହାରାଷ୍ଟ୍ର ଜିଲ୍ଲା ପରିଷଦ ନିର୍ବାଚନର କଥା କହିଥିଲେ ଏବଂ କହିଥିଲେ ଯେ ସେ ପ୍ରତ୍ୟେକ ବର୍ଗ ଏବଂ ସମ୍ପ୍ରଦାୟକୁ ସାଙ୍ଗରେ ନେଇ ଚାଲିବେ ଏବଂ ଏହା ତାଙ୍କ ଦଳ ଭିତରେ ହେବା ଉଚିତ।

ଏଥିସହ ପଢ଼ନ୍ତୁ: ଖାମେନି ସରକାରଙ୍କ ଆଦେଶ: ମହିଳାଙ୍କୁ ଦୁଷ୍କର୍ମ କରି କାଢିଦିଅ ଗର୍ଭାଶୟ...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମହାରାଷ୍ଟ୍ରର ସ୍ୱର୍ଗତ ଉପମୁଖ୍ୟମନ୍ତ୍ରୀ ଅଜିତଦାଦା ପାୱାର ତାଙ୍କ ଶେଷ ମୁହୂର୍ତ୍ତରେ ଶେଷ ଥର ପାଇଁ ତାଙ୍କ ଭଣଜାଙ୍କ ସହ କଥା ହୋଇଥିଲେ। କାଟେୱାଡିର ବାସିନ୍ଦା ଅଜିତ ପାୱାରଙ୍କ ସହ ଏହି ଆଲୋଚନା ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ସେ ଶେଷ ପର୍ଯ୍ୟନ୍ତ ସମସ୍ତ ଜାତି ଏବଂ ସମ୍ପ୍ରଦାୟକୁ ଏକାଠି କରିବା ପାଇଁ ତାଙ୍କର ପ୍ରତିବଦ୍ଧତାରେ ଅଟଳ ରହିଥିଲେ। ଅଜିତ ପାଓ୍ୱାରଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ସମ୍ଭାଳିଛନ୍ତି ମହାରାଷ୍ଟ୍ରର ଦାୟିତ୍ୱ। ବର୍ତ୍ତମାନ ଅଜିତ ପାଓ୍ୱାରଙ୍କ ପତ୍ନୀ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ।

ଅଧିକ ପଢ଼ନ୍ତୁ ଦେଶ ଖବର:


Related Topics

Explore more stories

Ajit Pawar | What Ajit Pawar Said In Last Phone Call Before Death In Plane Crash | Argus News | Argus News