୫ ଲକ୍ଷ ଓବିସି ସାର୍ଟିଫିକେଟକୁ ରଦ୍ଦ କରିଛନ୍ତି କୋଲକାତା ହାଇକୋର୍ଟ

ଅର୍ଗସ ବ୍ୟୁରୋ : ମମତା ସରକାରଙ୍କୁ ବଡ଼ ଝଟକା । ରାଜ୍ୟର ୨୦୧୦ ପରେ ଜାରି ହୋଇଥିବା ୫ ଲକ୍ଷ ଓବିସି ସାର୍ଟିଫିକେଟ ରଦ୍ଦ କରିଛନ୍ତି କୋଲକାତା ହାଇକୋର୍ଟ । ଅଭିଯୋଗ ଅନୁସାରେ ମମତା ସରକାର ମୁସଲିମ ସଂପ୍ରଦାୟର ଲୋକଙ୍କୁ ବେଆଇନ ଭାବେ ଓବିସି ପ୍ରମାଣପତ୍ର ଦେଇଥିଲେ । ମମତା ବାନାର୍ଜୀଙ୍କ ଶାସନ କାଳରେ କେନ୍ଦ୍ରୀୟ ମାନକର ଉଲ୍ଲଂଘନ କରି ଅସାମ୍ବିଧାନିକ ଭାବେ ରାଜ୍ୟରେ ଓବିସି ସାର୍ଟିଫିକେଟ ଜାରି ହୋଇଥିଲା ବୋଲି ହାଇକୋର୍ଟ କହିଛନ୍ତି ।
ଅଧିକ ପଢନ୍ତୁ ଭାରତ ଖବର
ଏହା ସହିତ ପଶ୍ଚିମବଙ୍ଗରେ ୨୦୧୧ରୁ ୨୦୨୪ ଯାଏ ବେଆଇନ ଭାବେ ଜାତିଗତ ପ୍ରମାଣପତ୍ର ଜାରି କରିଥିବା କହିଛନ୍ତି କୋର୍ଟ । ରାଜ୍ୟ ସରକାରଙ୍କ କୋହଳ ଜାତି ପ୍ରମାଣପତ୍ର ନିୟମକୁ ଆଳ କରି ବହୁ ମୁସଲିମ ସଂପ୍ରଦାୟର ଲୋକେ ଓବିସି ପ୍ରମାଣପତ୍ର ହାତେଇବା ସହ ସରକାରୀ ଯୋଜନାର ଲାଭ ଉଠାଇଛନ୍ତି । ଏପରିକି ଚଳିତ ନିର୍ବାଚନ ପ୍ରଚାରରେ ମଧ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓବିସି ପ୍ରମାଣପତ୍ରକୁ ନିର୍ବାଚନୀ ପ୍ରସଙ୍ଗ ଭାବେ ପ୍ରଚାର କରି ଭୋଟବ୍ୟାଙ୍କ ରାଜନୀତି କରିଥିବା ଅଭିଯୋଗ ହୋଇଥିଲା ।