Alliance Air Tyre Burst / ଲ୍ୟାଣ୍ଡିଂ ସମୟରେ ହଠାତ୍ ଫାଟିଲା ବିମାନ ଟାୟାର, କ୍ରୁ ସଦସ୍ୟଙ୍କ ସମେତ ୪୧ ଜଣ ଥିଲେ ଯାତ୍ରୀ
·33 mins ago·2 min read

Key Points
ବିମାନ ଲ୍ୟାଣ୍ଡିଂ ବେଳେ ବଡ଼ ଅଘଟଣ
ଫାଟିଗଲା ବିମାନର ଟାୟାର
କ୍ରୁ ସଦସ୍ୟଙ୍କ ସମେତ ୪୧ ଜଣ ଥିଲେ ଯାତ୍ରୀ
ଫାଟିଗଲା ବିମାନର ଟାୟାର
କ୍ରୁ ସଦସ୍ୟଙ୍କ ସମେତ ୪୧ ଜଣ ଥିଲେ ଯାତ୍ରୀ
ବିମାନ ଲ୍ୟାଣ୍ଡିଂ ବେଳେ ହଠାତ୍ ଫାଟିଗଲା ଟାୟାର । ଛତିଶଗଡ଼ର ବିଲାସପୁର ଏୟାରପୋର୍ଟରେ ଶୁକ୍ରବାର ଦିଲ୍ଲୀରୁ ଆସିଥିବା ଆଲାଏନ୍ସ ଏୟାର ବିମାନର ଲ୍ୟାଣ୍ଡିଂ ସମୟରେ ଘଟିଲା ଏହି ଅଘଟଣା । ବିମାନରେ ୩୭ ଜଣ ଯାତ୍ରୀ ଓ ୪ ଜଣ କ୍ରୁ ସଦସ୍ୟ ଥିଲେ । ତେବେ ବଡ଼ ଦୁର୍ଘଟଣାରୁ ବର୍ତ୍ତିଗଲା ବିମାନ । ଘଟଣାରେ କେହି ଆହତ ହୋଇନଥିବା ବେଳେ, ସମସ୍ତ ଯାତ୍ରୀ ଓ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ବିମାନରୁ ବାହାରକୁ ଅଣାଯାଇଛି ।
ନ୍ୟୁଜ୍ ଏଜେନ୍ସି ANI ରିପୋର୍ଟ ଅନୁସାରେ, ଆଲାଏନ୍ସ ଏୟାରର ଫ୍ଲାଇଟ୍ ନମ୍ବର 9I613 ଶୁକ୍ରବାର ସକାଳ ପ୍ରାୟ ୧୧ଟା ସମୟରେ ବିଲାସପୁର ଏୟାରପୋର୍ଟରେ ଲ୍ୟାଣ୍ଡିଂ କରୁଥିଲା। ଏହି ସମୟରେ ବିମାନର ବାମପଟ ଟାୟାର ପଙ୍କଚର ହୋଇଯାଇଥିଲା । ଘଟଣା ପରେ ଏୟାରପୋର୍ଟ ଏବଂ ଏୟାରଲାଇନ୍ କର୍ମଚାରୀମାନେ ତୁରନ୍ତ ସମସ୍ତ ଯାତ୍ରୀ ଓ କ୍ରୁ ସଦସ୍ୟଙ୍କୁ ବିମାନରୁ ସୁରକ୍ଷିତ ଭାବେ ବାହାର କରିଥିଲେ। ପରେ ସେମାନଙ୍କୁ ରନୱେରୁ ସୁରକ୍ଷିତ ଭାବେ ଟର୍ମିନାଲ୍ ବିଲ୍ଡିଂକୁ ନିଆଯାଇଥିଲା ।
ଟାୟାରରେ ତ୍ରୁଟି ଦେଖାଦେବା ପରେ ବିମାନଟିକୁ ଏୟାରପୋର୍ଟରେ ହିଁ ରଖାଯାଇଛି । ଏହି ଘଟଣା ଯୋଗୁଁ ଆଲାଏନ୍ସ ଏୟାର ବିଲାସପୁରରୁ ନିର୍ଦ୍ଧାରିତ ତା'ର ପରବର୍ତ୍ତୀ ଉଡ଼ାଣକୁ ମଧ୍ୟ ବାତିଲ କରିଛି । ତେବେ ଟାୟାର କେଉଁ କାରଣରୁ ଫାଟିଲା, ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ ।
ଅଧିକ ପଢ଼ନ୍ତୁ: ପତ୍ନୀଙ୍କ ସହ ଅନୈତିକ ସମ୍ପର୍କ ସନ୍ଦେହ କରି ଅଭିଯୁକ୍ତ ପଛରୁ ଆସି ଯୁବକଙ୍କୁ ବାରମ୍ବାର ଛୁରି ଭୁସିଲେ
ବିମାନର ହେବ ଟେକ୍ନିକାଲ୍ ଯାଞ୍ଚ
ଘଟଣା ପରେ ବିମାନର ବିସ୍ତୃତ ଟେକ୍ନିକାଲ୍ ଯାଞ୍ଚ କରାଯିବ। ଏୟାରପୋର୍ଟ ଅଧିକାରୀ ଏବଂ ଏୟାରଲାଇନ୍ର ଟେକ୍ନିକାଲ୍ ଟିମ୍ ବିମାନର ସ୍ଥିତି ଯାଞ୍ଚ କରିବେ । ଯାଞ୍ଚ ଶେଷ ହେବା ଏବଂ ବିମାନଟି ଉଡ଼ାଣ ପାଇଁ ସୁରକ୍ଷିତ ବୋଲି ଘୋଷଣା ହେବା ପରେ ହିଁ ଏହା ପୁଣି ଅପରେସନ୍କୁ ଫେରିବ । ଏୟାରପୋର୍ଟ କର୍ମଚାରୀମାନେ ସୁରକ୍ଷା ପ୍ରୋଟୋକଲ୍ ଅନୁସାରେ ଯାତ୍ରୀ ଓ କ୍ରୁ ସଦସ୍ୟଙ୍କୁ ତୁରନ୍ତ ବିମାନରୁ ବାହାର କରିଥିଲେ। ଅଧିକାରୀଙ୍କ ଅନୁସାରେ, ଘଟଣା ସମୟରେ କୌଣସି ଯାତ୍ରୀ କିମ୍ବା କ୍ରୁ ସଦସ୍ୟଙ୍କର କୌଣସି କ୍ଷତି ହୋଇନାହିଁ ।
Chhattisgarh | A Delhi-Bilaspur Alliance Air flight suffered a tyre burst during landing at Bilaspur airport. There were 37 passengers and 4 crew members onboar; all of them were safely brought out onto the runway and later taken to terminal building.
— ANI (@ANI) August 28, 2026
(Pics: Airport Authority,… pic.twitter.com/I28RygImgA
ନ୍ୟୁଜ୍ ଏଜେନ୍ସି ANI ରିପୋର୍ଟ ଅନୁସାରେ, ଆଲାଏନ୍ସ ଏୟାରର ଫ୍ଲାଇଟ୍ ନମ୍ବର 9I613 ଶୁକ୍ରବାର ସକାଳ ପ୍ରାୟ ୧୧ଟା ସମୟରେ ବିଲାସପୁର ଏୟାରପୋର୍ଟରେ ଲ୍ୟାଣ୍ଡିଂ କରୁଥିଲା। ଏହି ସମୟରେ ବିମାନର ବାମପଟ ଟାୟାର ପଙ୍କଚର ହୋଇଯାଇଥିଲା । ଘଟଣା ପରେ ଏୟାରପୋର୍ଟ ଏବଂ ଏୟାରଲାଇନ୍ କର୍ମଚାରୀମାନେ ତୁରନ୍ତ ସମସ୍ତ ଯାତ୍ରୀ ଓ କ୍ରୁ ସଦସ୍ୟଙ୍କୁ ବିମାନରୁ ସୁରକ୍ଷିତ ଭାବେ ବାହାର କରିଥିଲେ। ପରେ ସେମାନଙ୍କୁ ରନୱେରୁ ସୁରକ୍ଷିତ ଭାବେ ଟର୍ମିନାଲ୍ ବିଲ୍ଡିଂକୁ ନିଆଯାଇଥିଲା ।
ଟାୟାରରେ ତ୍ରୁଟି ଦେଖାଦେବା ପରେ ବିମାନଟିକୁ ଏୟାରପୋର୍ଟରେ ହିଁ ରଖାଯାଇଛି । ଏହି ଘଟଣା ଯୋଗୁଁ ଆଲାଏନ୍ସ ଏୟାର ବିଲାସପୁରରୁ ନିର୍ଦ୍ଧାରିତ ତା'ର ପରବର୍ତ୍ତୀ ଉଡ଼ାଣକୁ ମଧ୍ୟ ବାତିଲ କରିଛି । ତେବେ ଟାୟାର କେଉଁ କାରଣରୁ ଫାଟିଲା, ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ ।
ଅଧିକ ପଢ଼ନ୍ତୁ: ପତ୍ନୀଙ୍କ ସହ ଅନୈତିକ ସମ୍ପର୍କ ସନ୍ଦେହ କରି ଅଭିଯୁକ୍ତ ପଛରୁ ଆସି ଯୁବକଙ୍କୁ ବାରମ୍ବାର ଛୁରି ଭୁସିଲେ
ବିମାନର ହେବ ଟେକ୍ନିକାଲ୍ ଯାଞ୍ଚ
ଘଟଣା ପରେ ବିମାନର ବିସ୍ତୃତ ଟେକ୍ନିକାଲ୍ ଯାଞ୍ଚ କରାଯିବ। ଏୟାରପୋର୍ଟ ଅଧିକାରୀ ଏବଂ ଏୟାରଲାଇନ୍ର ଟେକ୍ନିକାଲ୍ ଟିମ୍ ବିମାନର ସ୍ଥିତି ଯାଞ୍ଚ କରିବେ । ଯାଞ୍ଚ ଶେଷ ହେବା ଏବଂ ବିମାନଟି ଉଡ଼ାଣ ପାଇଁ ସୁରକ୍ଷିତ ବୋଲି ଘୋଷଣା ହେବା ପରେ ହିଁ ଏହା ପୁଣି ଅପରେସନ୍କୁ ଫେରିବ । ଏୟାରପୋର୍ଟ କର୍ମଚାରୀମାନେ ସୁରକ୍ଷା ପ୍ରୋଟୋକଲ୍ ଅନୁସାରେ ଯାତ୍ରୀ ଓ କ୍ରୁ ସଦସ୍ୟଙ୍କୁ ତୁରନ୍ତ ବିମାନରୁ ବାହାର କରିଥିଲେ। ଅଧିକାରୀଙ୍କ ଅନୁସାରେ, ଘଟଣା ସମୟରେ କୌଣସି ଯାତ୍ରୀ କିମ୍ବା କ୍ରୁ ସଦସ୍ୟଙ୍କର କୌଣସି କ୍ଷତି ହୋଇନାହିଁ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories