Salman Khan Gets Angry / ଏହି ଅଭିନେତ୍ରୀଙ୍କ ଉପରେ ରାଗିଲେ ଭାଇଜାନ୍, କହିଲେ- ‘ମୋ ସାମ୍ନାରେ...’
·38 mins ago·2 min read

Key Points
ବିଗ୍ ବସ୍ ୨୦ରେ ରାଗିଲେ ସଲମାନ ଖାନ୍
କହିଲେ ମୋ ଆଗରେ ଚିତ୍କାର କରନାହିଁ
କନିକା ମାନ୍ଙ୍କ ସହ ସଲମାନଙ୍କ ହେଲା କଥା କଟାକଟି

ନୂଆଦିଲ୍ଲୀ: ଟେଲିଭିଜନର ଲୋକପ୍ରିୟ ରିଆଲିଟି ଶୋ ‘ବିଗ୍ ବସ୍ ୨୦’ର ୱିକେଣ୍ଡ୍ କା ୱାର୍ ଏପିସୋଡ୍ରେ ଦେଖିବାକୁ ମିଳିଛି ହାଇଭୋଲଟେଜ୍ ଡ୍ରାମା। ଘର ସଦସ୍ୟଙ୍କ ଆଚରଣକୁ ନେଇ ହୋଷ୍ଟ ସଲମାନ ଖାନ୍ ରାଗି ଯାଇଥିଲେ। ବିଶେଷକରି ସ୍କାଉଟ୍ ଓପି ଓ ଲଭ୍ ଗିଲ୍ଙ୍କୁ ସେ କଡ଼ା ଭାଷାରେ ଭର୍ତ୍ସନା କରିଥିବା ବେଳେ କନିକା ମାନ୍ଙ୍କୁ ମଧ୍ୟ ଚେତାବନୀ ଦେଇଥିଲେ।
ଗ୍ଲାମର, ଗସିପ୍ ଆଉ ହାଇଭୋଲଟେଜ୍ ଡ୍ରାମାରେ ଭରପୂର ‘ବିଗ୍ ବସ୍ ୨୦’। ଶୋ’ର ପ୍ରତ୍ୟେକ ଏପିସୋଡ୍ରେ ବଦଳୁଛି ସମୀକରଣ, ବଢ଼ୁଛି ଟେନ୍ସନ୍। ହେଲେ ଏଥର ୱିକେଣ୍ଡ୍ କା ୱାର୍ରେ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଥିଲା ସଲମାନ ଖାନ୍ଙ୍କ ଦବଙ୍ଗ ଅନ୍ଦାଜ୍। ନିଜର ଖାସ୍ ଷ୍ଟାଇଲ୍ରେ ସେ ଘର ସଦସ୍ୟଙ୍କୁ ସେମାନଙ୍କ ଭୁଲ୍ର ଆଇନା ଦେଖାଇଥିଲେ। ସ୍କାଉଟ୍ ଓପି, ଲଭ୍ ଗିଲ୍ଙ୍କଠାରୁ ଆରମ୍ଭ କରି କନିକା ମାନ୍ଙ୍କ ପର୍ଯ୍ୟନ୍ତ କେହି ବି ସଲମାନଙ୍କ କଡ଼ା ପ୍ରଶ୍ନରୁ ବର୍ତ୍ତି ପାରିନଥିଲେ।
ସ୍କାଉଟ୍ ଓପିଙ୍କୁ ନେଇ ସଲମାନଙ୍କ କଡ଼ା ଆଭିମୁଖ୍ୟ
ୱିକେଣ୍ଡ୍ କା ୱାର୍ରେ ସଲମାନ ପ୍ରଥମେ ସ୍କାଉଟ୍ ଓପିଙ୍କ ଆଚରଣକୁ ନେଇ ପ୍ରଶ୍ନ ଉଠାଇଥିଲେ। ୟଙ୍ଗ୍ ଡିଏସ୍ଏଙ୍କ ସହ ଝଗଡ଼ା ଏବଂ ଧମକ ଦେବା ଘଟଣାକୁ ନେଇ ସେ ସ୍କାଉଟ୍ଙ୍କୁ ଭର୍ତ୍ସନା କରିଥିଲେ। ଏପରିକି ସ୍କାଉଟ୍ଙ୍କ ସମସ୍ତ ଧ୍ୟାନ ଖେଳ ଅପେକ୍ଷା ଲଭ୍ ଗିଲ୍ଙ୍କ ଉପରେ ଅଧିକ ରହୁଥିବା ନେଇ ମଧ୍ୟ କଟାକ୍ଷ କରିଥିଲେ। ସଲମାନଙ୍କ ଏହି ମନ୍ତବ୍ୟ ପରେ ଘର ଭିତରେ ମାହୋଲ୍ ଆହୁରି ଗରମ ହୋଇଯାଇଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଥରେ ନୁହେଁ, ତିନି-ଚାରି ଥର ବିବାହ କରିଛନ୍ତି ବଲିଉଡ୍ର ଏହି ତାରକା
ଲଭ୍ ଗିଲ୍ଙ୍କୁ ମଧ୍ୟ ଛାଡ଼ିଲେନି ଭାଇଜାନ୍
କେବଳ ସ୍କାଉଟ୍ ନୁହେଁ, ଲଭ୍ ଗିଲ୍ଙ୍କ ଆଚରଣକୁ ନେଇ ମଧ୍ୟ ସଲମାନ ଅସନ୍ତୋଷ ପ୍ରକାଶ କରିଥିଲେ। ଏହି ସମୟରେ ଆମ୍ରପାଲି ଦୁବେ ଲଭ୍ଙ୍କ ଆଚରଣ ଉପରେ ପ୍ରଶ୍ନ ଉଠାଇଥିଲେ। ତାଙ୍କ କହିବା ଅନୁସାରେ, ଲଭ୍ ପ୍ରଥମେ ବନ୍ଧୁତା କରନ୍ତି, ପରେ ସାମ୍ନାରେ ଥିବା ବ୍ୟକ୍ତିଙ୍କୁ ଦୋଷୀ ଅନୁଭବ କରାଇ ସହାନୁଭୂତି ଦେଖାନ୍ତି। ଏହି ମନ୍ତବ୍ୟକୁ ସଲମାନ ମଧ୍ୟ ସମର୍ଥନ କରୁଥିବା ପରି ଲାଗିଥିଲା।
ମୋ ଆଗରେ ଚିତ୍କାର କରନାହିଁ
ଏପିସୋଡ୍ର ସବୁଠାରୁ ଚର୍ଚ୍ଚିତ ମୁହୂର୍ତ୍ତ ଥିଲା କନିକା ମାନ୍ଙ୍କ ସହ ସଲମାନଙ୍କ କଥା କଟାକଟି। ସ୍କାଉଟ୍ଙ୍କ ଏକ ଆପତ୍ତିଜନକ ମନ୍ତବ୍ୟକୁ ନେଇ କନିକା ଓ କାଜୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହି ଆଲୋଚନା ବେଳେ କନିକା ଉଚ୍ଚ ସ୍ୱରରେ କଥା କହିବାରୁ ସଲମାନ ତାଙ୍କୁ ଅଟକାଇଥିଲେ। ସେ ସ୍ପଷ୍ଟ ଭାବେ କହିଥିଲେ, ତାଙ୍କ ସାମ୍ନାରେ ଚିତ୍କାର ନକରିବାକୁ। କନିକା ନିଜ ସ୍ୱର ଉଚ୍ଚ ଥିବା କଥା କହିଥିଲେ ମଧ୍ୟ ସଲମାନ ନିଜ ଆଭିମୁଖ୍ୟରେ ଅଟଳ ରହିଥିଲେ।
ୟଙ୍ଗ୍ ଓ ଆରିଶଫାଙ୍କୁ ମିଳିଲା ପ୍ରଶଂସା
ଏପଟେ କିଛି ସଦସ୍ୟଙ୍କୁ କଡ଼ା ସମାଲୋଚନା କରିଥିବା ସଲମାନ, ୟଙ୍ଗ୍ ଡିଏସ୍ଏଙ୍କ ଧୈର୍ଯ୍ୟ ଓ ସଂଯମକୁ ପ୍ରଶଂସା କରିଥିଲେ। ସ୍କାଉଟ୍ଙ୍କ ସହ ଝଗଡ଼ା ସମୟରେ ୟଙ୍ଗ୍ ନିଜ କ୍ରୋଧକୁ ନିୟନ୍ତ୍ରଣ କରିଥିବା କଥା ସେ ଉଲ୍ଲେଖ କରିଥିଲେ। ସେହିପରି, ସପ୍ତାହସାରା ଭଲ ଅଧିନାୟକତ୍ୱ ପାଇଁ ଆରିଶଫାଙ୍କୁ ମଧ୍ୟ ପ୍ରଶଂସା କରିଥିଲେ। ମୋଟାମୋଟି ଭାବେ, ଏଥର ୱିକେଣ୍ଡ୍ କା ୱାର୍ରେ ସଲମାନଙ୍କ କଡ଼ା ଅନ୍ଦାଜ୍, ଘର ସଦସ୍ୟଙ୍କ ମଧ୍ୟରେ ତର୍କ ଏବଂ ନୂଆ ବିବାଦ ଦର୍ଶକଙ୍କ ପାଇଁ ଏପିସୋଡ୍କୁ ଆହୁରି ରୋଚକ କରିଥିଲା।

Related Topics
Explore more stories