Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆଜିଠାରୁ ଆରମ୍ଭ ହୋଇଛି ଅମରନାଥ ଯାତ୍ରା

National

ଆଜିଠାରୁ ଆରମ୍ଭ ହୋଇଛି ଅମରନାଥ ଯାତ୍ରା

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ଆଜିଠାରୁ ଆରମ୍ଭ ହୋଇଛି ଅମରନାଥ ଯାତ୍ରା

ଅର୍ଗସ ବ୍ୟୁରୋ : ଆଜିଠାରୁ ଆରମ୍ଭ ହୋଇଛି ଅମରନାଥ ଯାତ୍ରା। ଗଣ୍ଡରଓ୍ବାଲ ଜିଲ୍ଲାର ବାଲତାଲ ବେସ କ୍ୟାମ୍ପରୁ ଶ୍ରଦ୍ଧାଳୁମାନେ ଯାତ୍ରା ଆରମ୍ଭ କରିଛନ୍ତି । ବମ୍ ବମ୍ ଭୋଲେ, ଜୟ ବାବା ବରଫାନୀ, ହର ହର ମହାଦେବ ଧ୍ବନିରେ ଗୁଞ୍ଜରିତ ହେଉଛି ରାସ୍ତା । ପ୍ରଥମ ବ୍ୟାଚରେ ୪ହଜାର ୬୦୦ ଶ୍ରଦ୍ଧାଳୁଙ୍କୁ ଦର୍ଶନ ପାଇଁ ଅନୁମତି ଦିଆଯାଇଛି । ଏଥିପାଇଁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଭକ୍ତ ମାନଙ୍କ ସୁବିଧା ପାଇଁ ୧୨୫ଟି ଲଙ୍ଗର ଖୋଲାଯାଇଛି ।

ଅଧିକ ପଢନ୍ତୁ : ସାମ୍ନାକୁ ଆସିଲା ବାବା ଅମରନାଥଙ୍କ ପ୍ରଥମ ଫଟୋ

ଚଳିତବର୍ଷ ୩ ଲକ୍ଷ ୫୦ ହଜାର ଶ୍ରଦ୍ଧାଳୁ ଅମରନାଥ ଯାତ୍ରା ପାଇଁ ପଂଜୀକରଣ କରିଛନ୍ତି। ଏଥିପାଇଁ ୬ହଜାର ସ୍ବେଚ୍ଛାସେବୀଙ୍କୁ ନିୟୋଜିତ କରାଯାଇଛି । ପ୍ରତିବର୍ଷ ଦୁଇଟି ରୁଟରେ ଶ୍ରଦ୍ଧାଳୁମାନେ ଅମରନାଥ ଦର୍ଶନ କରିଥାନ୍ତି । ଅନନ୍ତନାଗ ଜିଲ୍ଲାର ପେହେଲଗାମ୍ ରୁଟ ୪୮ କିଲୋମିଟର ହୋଇଥିବା ବେଳେ ଗଣ୍ଡରବାଲ ଜିଲ୍ଲାର ବାଲତାଲ ରୁଟ୍ ମାତ୍ର ୧୪ କିଲୋମିଟର । କିନ୍ତୁ ଏହି ରାସ୍ତା ଅତ୍ୟନ୍ତ ତୀଖ ହୋଇଥିବାରୁ ଶ୍ରଦ୍ଧାଳୁଙ୍କ ପାଇଁ ଚ୍ୟାଲେଂଜ ସୃଷ୍ଟି କରିଥାଏ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Amarnath Yatra has started from today | Argus News