|
logo
Live

Argus News - ଅମରନାଥ ଯାତ୍ରା ପାଇଁ ପଞ୍ଜୀକରଣ ଆରମ୍ଭ, ଜୁଲାଇ ୩ରୁ ଆରମ୍ଭ ହେବ ଯାତ୍ରା

National

Amarnath Yatra 2026 / ଅମରନାଥ ଯାତ୍ରା ପାଇଁ ପଞ୍ଜୀକରଣ ଆରମ୍ଭ, ଜୁଲାଇ ୩ରୁ ଆରମ୍ଭ ହେବ ଯାତ୍ରା

Bikash Mohanty
Browse all articles by Bikash Mohanty
·3 days ago·2 min read
ଅମରନାଥ ଯାତ୍ରା ପାଇଁ ପଞ୍ଜୀକରଣ ଆରମ୍ଭ, ଜୁଲାଇ ୩ରୁ ଆରମ୍ଭ ହେବ ଯାତ୍ରା
Amarnath yatra

Key Points

ଆଜିଠୁ ଅମରନାଥ ଯାତ୍ରା ପାଇଁ ପଞ୍ଜୀକରଣ
13 ବର୍ଷରୁ କମ୍ ଓ 70 ବର୍ଷରୁ ଅଧିକଙ୍କୁ ମିଳିବନି ଅନୁମତି
ପଞ୍ଜୀକରଣ ପାଇଁ ପ୍ରାଧିକୃତ ଡାକ୍ତରଙ୍କ ପାଖରୁ ପ୍ରମାଣପତ୍ର ଆଣିବାକୁ ପଡ଼ିବ
ଯାତ୍ରା 3 ଜୁଲାଇରେ ଆରମ୍ଭ ହେବ ଏବଂ 28 ଅଗଷ୍ଟରେ ଶେଷ ହେବ
ନୁଆଦିଲ୍ଲୀ, ୧୫/୦୪: 2026 ଅମରନାଥ ଯାତ୍ରା ପାଇଁ ଆରମ୍ଭ ହେଲା ପ୍ରକ୍ରିୟା । ଆଜିଠୁ ଅମରନାଥ ଯାତ୍ରା ପାଇଁ ପଞ୍ଜୀକରଣ ଆରମ୍ଭ ହୋଇଛି । ପହଲଗାମ ଏବଂ ବାଲତାଲ ଉଭୟ ରୁଟ୍ ପାଇଁ ଏହି ପଞ୍ଜୀକରଣ ହେଉଛି । 13 ବର୍ଷରୁ କମ୍ ଏବଂ 70 ବର୍ଷରୁ ଅଧିକ ବୟସର କୌଣସି ତୀର୍ଥଯାତ୍ରୀଙ୍କୁ ପଞ୍ଜୀକରଣ ପାଇଁ ଅନୁମତି ମିଳିବ ନାହିଁ । ପଞ୍ଜୀକରଣ ପାଇଁ ଶ୍ରୀଅମରନାଥ ଜୀ ମନ୍ଦିର ବୋର୍ଡ ଦ୍ୱାରା ନିର୍ଦ୍ଦିଷ୍ଟ ଏକ ପ୍ରାଧିକୃତ ଡାକ୍ତର / ସ୍ୱାସ୍ଥ୍ୟ ପ୍ରତିଷ୍ଠାନରୁ ବାଧ୍ୟତାମୂଳକ ସ୍ୱାସ୍ଥ୍ୟ ପ୍ରମାଣପତ୍ର ଆଣିବାକୁ ପଡ଼ିବ । ଯାତ୍ରା 3 ଜୁଲାଇରେ ଆରମ୍ଭ ହେବ ଏବଂ 28 ଅଗଷ୍ଟରେ ରକ୍ଷା ବନ୍ଧନରେ ଶେଷ ହେବ।
ଜମ୍ମୁ-କାଶ୍ମୀରରେ ହିନ୍ଦୁ ଧର୍ମର ସବୁଠାରୁ ପବିତ୍ର ଯାତ୍ରାମାନଙ୍କ ମଧ୍ୟରୁ ଗୋଟିଏ ଅମରନାଥ ଯାତ୍ରାକୁ ନେଇ ବଡ଼ ଅପଡେଟ୍‌ ସାମ୍ନାକୁ ଆସିଛି। ଆଜି ଠାରୁ ଆରମ୍ଭ ହୋଇଛି ଅମରନାଥ ଯାତ୍ରା ୨୦୨୬ ପାଇଁ ପଞ୍ଜୀକରଣ। ତୀର୍ଥଯାତ୍ରୀଙ୍କ ପାଇଁ ବିଶ୍ୱାସ ଏବଂ ଭକ୍ତିର ଏହି ଅଭିଜ୍ଞତା ପୁଣି ଥରେ ଆରମ୍ଭ ହେବାକୁ ଯାଉଛି। ପ୍ରତିବର୍ଷ ହଜାର ହଜାର ତୀର୍ଥଯାତ୍ରୀ ଭଗବାନ ଶିବଙ୍କ ଆଶୀର୍ବାଦ ପାଇବା ପାଇଁ ଅମରନାଥ ଯାତ୍ରା କରନ୍ତି ।

ଆସନ୍ତା ଜୁଲାଇ ୩ରୁ ଆରମ୍ଭ ହେବାକୁ ଯାଉଛି ଅମରନାଥ ଯାତ୍ରା। ଏନେଇ ଜମ୍ମୁ ଏବଂ କାଶ୍ମୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନାଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନାଙ୍କ କାର୍ଯ୍ୟାଳୟରୁ ଏକ ଟ୍ୱିଟ୍ ମାଧ୍ୟମରେ ଏହି ସୂଚନା ପ୍ରଦାନ କରାଯାଇଛି, ଯେଉଁଥିରେ କୁହାଯାଇଛି ଯେ ଅମରନାଥ ଯାତ୍ରା ଚଳିତ ବର୍ଷ ୩ ଜୁଲାଇ ୨୦୨୬ରୁ ଆରମ୍ଭ ହେବ ଏବଂ ୨୮ ଅଗଷ୍ଟ ୨୦୨୬ ରେ ଶେଷ ହେବ । ଏଥର ମୋଟ ୫୭ ଦିନ ଧରି ଅମରନାଥ ଯାତ୍ରା ଚାଲିବ । ତେବେ ଏହି ତୀର୍ଥଯାତ୍ରା ପାଇଁ ୧୫ ଏପ୍ରିଲ ୨୦୨୬ରୁ ଉଭୟ ଅନଲାଇନ୍‌ ଓ ଅଫଲାଇନ୍‌ ମାଧ୍ୟମରେ ପଞ୍ଜୀକରଣ ଆରମ୍ଭ ହେବ। 

       ପଞ୍ଜୀକରଣରେ ଏହି ପରିବର୍ତ୍ତନ

ଏହି ବର୍ଷ ଅମରନାଥ ଯାତ୍ରା ପାଇଁ ପଞ୍ଜୀକରଣ ପ୍ରକ୍ରିୟାରେ ଏକ ବଡ଼ ପରିବର୍ତ୍ତନ ହୋଇଛି । ଯେଉଁମାନେ ପ୍ରଥମେ ପଞ୍ଜୀକରଣ କରିବେ ସେମାନେ ତୀର୍ଥଯାତ୍ରା ପାଇଁ ଯୋଗ୍ୟ ହେବେ । ତୀର୍ଥଯାତ୍ରୀଙ୍କ ପାଇଁ ଏକ ଦୈନିକ ସୀମା ମଧ୍ୟ ସ୍ଥିର କରାଯାଇଛି।

 ପଢନ୍ତୁ ଏହି ଖବର: ଅମରନାଥ ଯାତ୍ରାର ପ୍ରଥମ ଦିନ ୧୦ ହଜାର ଭକ୍ତ ବାବା ବର୍ଫାନୀଙ୍କୁ କଲେ ଦର୍ଶନ

ଏହା ସହିତ, ବାୟୋମେଟ୍ରିକ୍ ସିଷ୍ଟମ୍ ବ୍ୟବହାର କରି ଅନଲାଇନ୍ ପରମିଟ୍ ପ୍ରଦାନ କରାଯିବ। ଅଂଶଗ୍ରହଣ କରିବା ପାଇଁ ଭକ୍ତଙ୍କ ବୟସ ୧୩ ରୁ ୭୦ ବର୍ଷ ମଧ୍ୟରେ ହେବା ଆବଶ୍ୟକ । ଛଅ ସପ୍ତାହରୁ ଅଧିକ ଗର୍ଭବତୀ ଗର୍ଭବତୀ ମହିଳାଙ୍କୁ ଦର୍ଶନ କରିବାକୁ ଅନୁମତି ଦିଆଯିବ ନାହିଁ । ପ୍ରଶାସନ ବର୍ତ୍ତମାନ ତୀର୍ଥଯାତ୍ରୀଙ୍କ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା ଏବଂ ପ୍ରସ୍ତୁତି କରୁଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Amarnath Yatra 2026: ଅମରନାଥ ଯାତ୍ରା ପାଇଁ ପଞ୍ଜୀକରଣ ଆରମ୍ଭ, ଜୁଲାଇ ୩ରୁ ଆରମ୍ଭ ହେବ ଯାତ୍ରା | Argus News