Videos
|
National

Amarnath Yatra Resumed / ଭକ୍ତଙ୍କ ପାଇଁ ବଡ଼ ଖବର, ୬ ଦିନ ପରେ ପୁଣି ଆରମ୍ଭ ହେଲା ଅମରନାଥ ଓ ବୈଷ୍ଣୋ ଦେବୀ ଯାତ୍ରା

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ଭକ୍ତଙ୍କ ପାଇଁ ବଡ଼ ଖବର, ୬ ଦିନ ପରେ ପୁଣି ଆରମ୍ଭ ହେଲା ଅମରନାଥ ଓ ବୈଷ୍ଣୋ ଦେବୀ ଯାତ୍ରା
Amarnath Yatra

Key Points

ଅମରନାଥ ଯାତ୍ରାକୁ ନେଇ ବଡ଼ ଅପଡେଟ୍
୬ ଦିନ ପରେ ମିଳିଲା ଅନୁମତି
ପୁଣି ଆରମ୍ଭ ହେଲା ଅମରନାଥ ଓ ବୈଷ୍ଣୋ ଦେବୀ ଯାତ୍ରା
ଲଗାତାର ବର୍ଷା ଓ ଖରାପ ପାଗ ଯୋଗୁଁ ଗତ ୬ ଦିନ ଧରି ବନ୍ଦ ରହିଥିବା ପବିତ୍ର ଅମରନାଥ ଯାତ୍ରା ଓ ମାତା ବୈଷ୍ଣବଦେବୀ ଶନିବାର ପୁଣିଥରେ ଆରମ୍ଭ ହୋଇଛି । ଅମରନାଥ ଯାତ୍ରା ପୁନର୍ବାର ଚାଲୁ ହେବାର ଖବର ମିଳିବା ମାତ୍ରେ କଟ୍ରା ବେସ୍ କ୍ୟାମ୍ପରେ ଅପେକ୍ଷା କରିଥିବା ହଜାର ହଜାର ଶ୍ରଦ୍ଧାଳୁଙ୍କ ମୁହଁରେ ଖୁସି ଫେରି ଆସିଛି ।
ପ୍ରବଳ ବର୍ଷା ଓ ଭୂସ୍ଖଳନ ଆଶଙ୍କା ଯୋଗୁଁ ଗତ ଜୁଲାଇ ୧୯ ତାରିଖରୁ ସୁରକ୍ଷା ଦୃଷ୍ଟିରୁ ଏହି ଦୁଇ ପ୍ରମୁଖ ଧାମ ଯାତ୍ରାକୁ ପ୍ରଶାସନ ପକ୍ଷରୁ ସ୍ଥଗିତ ରଖାଯାଇଥିଲା । ଯାତ୍ରା ପୁନର୍ବାର ଆରମ୍ଭ ହେବା ପରେ କାଟ୍ରାର ବେସ୍ କ୍ୟାମ୍ପରୁ ନେଇ ଜାମ୍ମୁ ପର୍ଯ୍ୟନ୍ତ ସମଗ୍ର ଅଞ୍ଚଳ 'ହର ହର ମହାଦେବ' ଏବଂ 'ଜୟ ମାତା ଦି' ଧ୍ୱନିରେ ପ୍ରକମ୍ପିତ ହୋଇଉଠିଛି ।
ଜୁଲାଇ ୧୯ ତାରିଖରେ ଭାରତୀୟ ପାଣିପାଗ ବିଭାଗର ପ୍ରବଳ ବର୍ଷା ଚେତାବନୀ ପରେ, ଜାମ୍ମୁ-କାଶ୍ମୀର ପ୍ରଶାସନ ସୁରକ୍ଷା ଦୃଷ୍ଟିରୁ ଉଭୟ ଯାତ୍ରା ଉପରେ ଅସ୍ଥାୟୀ ରୋକ ଲଗାଇଥିଲା । ଅମରନାଥ ଯାତ୍ରାର ବାଲଟାଲ ଓ ପହଲଗାମ ରୁଟ୍‌କୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିବା ବେଳେ ବୈଷ୍ଣବଦେବୀ ଯାତ୍ରାକୁ ମଧ୍ୟ ସ୍ଥଗିତ ରଖାଯାଇଥିଲା ।

ତେବେ ପାଗ ସଫା ହେବା ପରେ ଆଜି ସକାଳୁ ଜାମ୍ମୁର ଭଗବତୀ ନଗର ବେସ୍ କ୍ୟାମ୍ପରୁ ୬ ହଜାରରୁ ଅଧିକ ଅମରନାଥ ଯାତ୍ରୀ ଯାତ୍ରା ଆରମ୍ଭ କରିଛନ୍ତି । ସେହିପରି ମାତା ବୈଷ୍ଣବଦେବୀ ଶ୍ରାଇନ୍ ବୋର୍ଡ ପକ୍ଷରୁ ମଧ୍ୟ କାଟ୍ରାରୁ ଭବନ ଅଭିମୁଖେ ଶ୍ରଦ୍ଧାଳୁଙ୍କୁ ଯିବାକୁ ଅନୁମତି ମିଳିଛି । ଭିଡ଼ ନିୟନ୍ତ୍ରଣ ଓ ସୁରକ୍ଷା ପାଇଁ ବର୍ତ୍ତମାନ ଦୈନିକ କେବଳ ୧୦ ହଜାର ଶ୍ରଦ୍ଧାଳୁଙ୍କୁ ହିଁ ମାତାଙ୍କ ଦର୍ଶନ ପାଇଁ ଅନୁମତି ଦିଆଯାଉଛି । ସମଗ୍ର ଯାତ୍ରା ପଥରେ ସେନା ଓ ସ୍ଥାନୀୟ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ପ୍ରଶାସନ ସ୍ପଷ୍ଟ କରିଛି ଯେ, କେବଳ ନିର୍ଦ୍ଧାରିତ ନିୟମ ମାନୁଥିବା ଶ୍ରଦ୍ଧାଳୁଙ୍କୁ ହିଁ ଯାତ୍ରା କରିବାକୁ ଦିଆଯାଉଛି । ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଥିବା ବେଳେ, ସମସ୍ତଙ୍କୁ ପାଗ ସମ୍ପର୍କିତ ପରାମର୍ଶ ମାନିବା ସହ ଗୁଜବଠାରୁ ଦୂରେଇ ରହିବାକୁ ଅନୁରୋଧ କରାଯାଇଛି ।

ତେବେ ପ୍ରଶାସନ ସତର୍କ କରିଛି ଯେ, ଯଦି ପାଗ ହଠାତ୍ ବଦଳିଯାଏ କିମ୍ବା ଭୂସ୍ଖଳନ ଭଳି ବିପଦର ଆଶଙ୍କା ସୃଷ୍ଟି ହୁଏ, ତେବେ ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ ତୁରନ୍ତ ଆବଶ୍ୟକ ପଦକ୍ଷେପ ନିଆଯିବ । ଯାତ୍ରା ସମୟରେ କେବଳ ନିର୍ଦ୍ଧାରିତ ମାର୍ଗ ବ୍ୟବହାର କରିବା, ସୁରକ୍ଷାକର୍ମୀଙ୍କ ନିର୍ଦ୍ଦେଶ ମାନିବା ଏବଂ କୌଣସି ଜରୁରୀ ପରିସ୍ଥିତିରେ ତୁରନ୍ତ ନିୟନ୍ତ୍ରଣ କକ୍ଷ କିମ୍ବା ଡ୍ୟୁଟିରେ ଥିବା ଅଧିକାରୀଙ୍କ ସହ ଯୋଗାଯୋଗ କରିବାକୁ ମଧ୍ୟ ଅପିଲ୍ କରାଯାଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored