Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Amarnath Yatra 2026 Updates / ଅମରନାଥ ଯାତ୍ରା ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା; ବାବା ବର୍ଫାନୀଙ୍କ ଦର୍ଶନ ଅପେକ୍ଷାରେ ଲକ୍ଷ ଲକ୍ଷ ଭକ୍ତ

Subhramjit Ray
Browse all articles by Subhramjit Ray
·2 weeks ago·3 min read
ଅମରନାଥ ଯାତ୍ରା ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା; ବାବା ବର୍ଫାନୀଙ୍କ ଦର୍ଶନ ଅପେକ୍ଷାରେ ଲକ୍ଷ ଲକ୍ଷ ଭକ୍ତ
Amarnath Yatra 2026 Updates

Key Points

୨୦୨୬ ଅମରନାଥ ଯାତ୍ରା ଜୁଲାଇ ୩ ତାରିଖରୁ ଆରମ୍ଭ ହେଉଛି। ଜମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ପବିତ୍ର ଗୁମ୍ଫାରେ ପ୍ରଥମ ପୂଜାର୍ଚ୍ଚନା କରିଥିଲେ। ଶ୍ରଦ୍ଧାଳୁଙ୍କ ପ୍ରଥମ ଦଳ ଜାମୁ ସ୍ଥିତ ବେସ୍ କ୍ୟାମ୍ପ ଠାରେ ପହଞ୍ଚି ସାରିଛି।
Three-layer security system for Amarnath Yatra: ବାବା ବର୍ଫାନୀଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଅପେକ୍ଷା ଏବେ ଅନ୍ତ ହେବାକୁ ଯାଉଛି। ଜାମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଗତ ସୋମବାର (ଜୁନ୍ ୩୦) ପବିତ୍ର ଗୁମ୍ଫାରେ ପ୍ରଥମ ପୂଜା କରି ଆନୁଷ୍ଠାନିକ ଭାବରେ ଅମରନାଥ ଯାତ୍ରାର ଶୁଭାରମ୍ଭ କରିଛନ୍ତି। ଏହି ଯାତ୍ରା ଚଳିତ ବର୍ଷ ଜୁଲାଇ ୩ ତାରିଖରୁ ଆରମ୍ଭ ହୋଇ ୨୮ ଅଗଷ୍ଟ ପର୍ଯ୍ୟନ୍ତ ଜାରି ରହିବ। ଚଳିତ ବର୍ଷ ଯାତ୍ରା ପ୍ରାୟ ୫୭ ଦିନ ପର୍ଯ୍ୟନ୍ତ ଚାଲିବ। ଶ୍ରଦ୍ଧାଳୁଙ୍କ ପ୍ରଥମ ଦଳ ଜାମୁ ବେସ୍ କ୍ୟାମ୍ପ ଠାରେ ପହଞ୍ଚି ସାରିଛି। ଏଥର ଅମରନାଥ ଯାତ୍ରା ସମୟରେ ଭକ୍ତଙ୍କୁ ବିଶେଷ ସୁବିଧା ମିଳିବ। ତୀର୍ଥଯାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ପ୍ରଶାସନ ମଧ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି। ଏଥର ସମ୍ପୂର୍ଣ୍ଣ ଯାତ୍ରା ଉପରେ ଡ୍ରୋନ୍ ଦ୍ୱାରା ସତର୍କ ନଜର ରଖାଯିବ। ସୁରକ୍ଷା ପାଇଁ କୃତ୍ରିମ ବୁଦ୍ଧିମତା (AI) ମଧ୍ୟ ବ୍ୟବହାର କରାଯିବ। ଏପର୍ଯ୍ୟନ୍ତ ପ୍ରାୟ ୪ ଲକ୍ଷରୁ ଅଧିକ ଭକ୍ତ ଯାତ୍ରାରେ ସାମିଲ ହେବା ପାଇଁ ପଞ୍ଜୀକରଣ କରି ସାରିଛନ୍ତି।

ଅମରନାଥ ଯାତ୍ରାର ହେବ ଡ୍ରୋନ୍ ମନିଟରିଂ
ଏଥର ଅମରନାଥ ଯାତ୍ରାରେ ଡ୍ରୋନ୍ ମନିଟରିଂ (Amarnath Yatra Drone Monitoring) ବ୍ୟବହାର କରାଯିବ। ସୁରକ୍ଷା ପାଇଁ AI ମଧ୍ୟ ବ୍ୟବହାର କରାଯାଉଛି। ସମଗ୍ର ଯାତ୍ରା ମାର୍ଗରେ ୩୪ ମୁହଁକୁ ଚିହ୍ନଟ କରୁଥିବା କ୍ୟାମେରା (Facial Recognition Cameras) ଲଗାଯାଇଛି। ଜାତୀୟ ରାଜପଥ ଏବଂ ବେସ୍ କ୍ୟାମ୍ପ ଠାରେ ପ୍ରତ୍ୟେକ କୋଣ ଅନୁକୋଣରେ ସୁରକ୍ଷା ବଳ ନିୟୋଜିତ ରହିବ। ଯାତ୍ରାରେ ସାମିଲ ହେଉଥିବା ଶ୍ରଦ୍ଧାଳୁ ସୈନିକ, ସନ୍ଧାନୀ କୁକୁର, ବୋମା ନିଷ୍କ୍ରିୟକାରୀ ଦଳ ସମେତ ତ୍ରିସ୍ତରୀୟ ସୁରକ୍ଷା ଅଧିନରେ ରହିବେ। ଲକ୍ଷ ଲକ୍ଷ ତୀର୍ଥଯାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଚଳିତ ବର୍ଷ ଅମରନାଥ ଯାତ୍ରା ସମୟରେ ସେନା, ଜାମୁ କାଶ୍ମୀର ପୋଲିସ ଏବଂ ସିଆରପିଏଫ ପକ୍ଷରୁ ଏଥର ଏକ "ରୋଡ୍ ଓପନିଂ ପାର୍ଟି" ମିଶନ୍ ପରିଚାଳନା କରିବେ। ଏପରିକି ଡିଆଇଜି ଏବଂ ଆଇଜି ସ୍ତରୀୟ ଅଧିକାରୀ ମଧ୍ୟ ଯାତ୍ରା ମାର୍ଗରେ ଉପସ୍ଥିତ ରହିବେ।

ଏହା ସହ ପଢନ୍ତୁ: ଅମରନାଥ ଯାତ୍ରା ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା; ବାବା ବର୍ଫାନୀଙ୍କ ଦର୍ଶନ ଅପେକ୍ଷାରେ ଲକ୍ଷ ଲକ୍ଷ ଭକ୍ତ

୪ ଲକ୍ଷରୁ ଅଧିକ ଭକ୍ତ କରି ସାରିଛନ୍ତି ପଞ୍ଜୀକରଣ
ଗତ ଅପ୍ରେଲ ୧୫ ତାରିଖରୁ ୪ ଲକ୍ଷରୁ ଅଧିକ ଭକ୍ତ ଅମରନାଥ ଯାତ୍ରା ପାଇଁ ପଞ୍ଜୀକରଣ କରି ସାରିଛନ୍ତି। ଶ୍ରଦ୍ଧାଳୁଙ୍କ ପ୍ରଥମ ଦଳ ଜୁଲାଇ ୨ ତାରିଖରେ ଜାମୁ ସ୍ଥିତ ଭଗବତୀ ନଗର ବେସ୍ କ୍ୟାମ୍ପ ଠାରେ ପହଞ୍ଚିବେ ଏବଂ ସେମାନଙ୍କର ଯାତ୍ରା ଜୁଲାଇ ୩ ତାରିଖରୁ ଆରମ୍ଭ ହେବ। ଯାତ୍ରା ପୂର୍ବରୁ ଜାମୁ-ଶ୍ରୀନଗର ଜାତୀୟ ରାଜପଥରେ ସେନା ପକ୍ଷରୁ ଏକ ପରୀକ୍ଷା ମୂଳକ ଭାବରେ କନଭୟ ଡ୍ରାଏ ରନ୍ (Trial Dry Run of Convoy) ମଧ୍ୟ ସମାପ୍ତ ହୋଇଛି। ଜାମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ମଧ୍ୟ ଯାତ୍ରା ପାଇଁ ହୋଇଥିବା ବ୍ୟବସ୍ଥା ସମୀକ୍ଷା କରିଛନ୍ତି। ବାଲତାଲ ଏବଂ ଚନ୍ଦନୱାଡି ଠାରେ ମଧ୍ୟ ବେସ୍ ହସ୍ପିଟାଲ୍ କାର୍ଯ୍ୟକ୍ଷମ କରାଯାଇଛି। ତୀର୍ଥଯାତ୍ରା ପାଇଁ ପ୍ରସ୍ତୁତି ସମ୍ପୂର୍ଣ୍ଣ ହୋଇଛି।

୪୮ କିମି ଲମ୍ବା ଯାତ୍ରା ମାର୍ଗ
ଅମରନାଥ ଯାତ୍ରା ମାର୍ଗ ୪୮ କିଲୋମିଟର ଲମ୍ବା ଏବଂ ଏଥିରେ ଦୁଇଟି ରାସ୍ତା ଅନ୍ତର୍ଭୂକ୍ତ ରହିଛି। ପ୍ରଥମ ରାସ୍ତା ପହଲଗାମ ଠାରେ ରହିଛି, ଯାହାକୁ ପାରମ୍ପରିକ ରାସ୍ତା ଭାବରେ ବିବେଚନା କରାଯାଏ। ଏହା ୪୧ କିଲୋମିଟର ଲମ୍ବା। ଏଠାରୁ ପବିତ୍ର ଗୁମ୍ଫାରେ ପହଞ୍ଚିବାକୁ ପ୍ରାୟ ୩-୪ ଦିନ ସମୟ ଲାଗିଥାଏ। କାରଣ ପାହାଡ଼ ଚଢ଼ିବା ଧିର ହୋଇଯାଏ। ଏହି ରାସ୍ତାରେ ଶେଷନାଗ ଏବଂ ପଞ୍ଚତରଣୀ ମନ୍ଦିର ପଡ଼ିଥାଏ।

ଦ୍ୱିତୀୟ ରାସ୍ତା ହେଉଛି ବାଲତାଲ ମାର୍ଗ। ଏହା ୭ କିଲୋମିଟର ଲମ୍ବା ଏବଂ ଏକ ଅପେକ୍ଷାକୃତ ଛୋଟ ରାସ୍ତା। ଯାହା ଏକ ଛୋଟ ଯାତ୍ରା ମାର୍ଗର ଅନୁଭୂତି ଦେଇଥାଏ। ଏଠାରେ ସିଧାସଳଖ ପାହାଡ଼ ଚଢିବାକୁ ହୋଇଥାଏ। ଯାହା ବହୁତ କଷ୍ଟକର। ଏଥିପାଇଁ ଏହି ଯାତ୍ରା ମାର୍ଗ ଅଧିକ ଚ୍ୟାଲେଞ୍ଜିଂ ହୋଇଯାଏ। ଏଥିପାଇଁ ବିଶେଷ ସତର୍କତା ଅବଲମ୍ବନ କରାଯାଏ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Amarnath Yatra: AI Eye & 3-Tier Security for 4 Lakh Registered Devotees | Argus News