Amarnath Yatra Suspended / ବର୍ଷା ଏବଂ ଭୂସ୍ଖଳନ ପାଇଁ ସ୍ଥଗିତ ହେଲା ଅମରନାଥ ଯାତ୍ରା
·2 hours ago·2 min read

Key Points
ଅମରନାଥ ଯାତ୍ରା ସ୍ଥଗିତ
ବର୍ଷା ଏବଂ ଭୂସ୍ଖଳନ ପାଇଁ ସ୍ଥଗିତ
ନିର୍ଦ୍ଧାରିତ ସମୟର ୨୦ ଦିନ ପୂର୍ବରୁ ସ୍ଥଗିତ
ଆଜିଠୁ ନୂଆ ବ୍ୟାଚ୍କୁ ମିଳିବନି ଅନୁମତି
ବର୍ଷା ଏବଂ ଭୂସ୍ଖଳନ ପାଇଁ ସ୍ଥଗିତ
ନିର୍ଦ୍ଧାରିତ ସମୟର ୨୦ ଦିନ ପୂର୍ବରୁ ସ୍ଥଗିତ
ଆଜିଠୁ ନୂଆ ବ୍ୟାଚ୍କୁ ମିଳିବନି ଅନୁମତି
ଜମୁ, ୦୯/୦୮: ଲଗାତାର ବର୍ଷା ଏବଂ ଭୂସ୍ଖଳନ ଯୋଗୁଁ ରାସ୍ତାଘାଟର ବ୍ୟାପକ କ୍ଷତି ଘଟିଥିବାରୁ ଚଳିତବର୍ଷର ବାବା ଅମରନାଥ ଯାତ୍ରାକୁ ନିର୍ଦ୍ଧାରିତ ସମୟର ୨୦ ଦିନ ପୂର୍ବରୁ ସ୍ଥଗିତ ରଖାଯାଇଛି। ଯାତ୍ରୀମାନଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛି। ଆଜିଠାରୁ ଆଉ କୌଣସି ନୂତନ ତୀର୍ଥଯାତ୍ରୀ ବ୍ୟାଚ୍କୁ ଅମରନାଥ ଯାତ୍ରା ପାଇଁ ପଠାଯିବ ନାହିଁ। ତେବେ ପୂର୍ବରୁ ରାସ୍ତାରେ କିମ୍ବା ଶିବିରରେ ଥିବା ବ୍ୟାଚ୍ଗୁଡ଼ିକୁ ସେମାନଙ୍କର ତୀର୍ଥଯାତ୍ରା ସୁରକ୍ଷିତ ଭାବେ ଶେଷ କରିବାକୁ ଅନୁମତି ଦିଆଯାଉଛି।
BRO କରୁଛି ମରାମତି କାମ
ନିରନ୍ତର ବର୍ଷା କାରଣରୁ ଉଧମପୁର ସ୍ଥିତ ‘ଝକାନି’ ଏବଂ ରାମବାନ ସ୍ଥିତ ‘ବାନିହାଲ’ ମଧ୍ୟରେ ଜାମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି। ଫଳରେ ଗତ ଶନିବାର ଠାରୁ ଜାମ୍ମୁରୁ ହେଉଥିବା ତୀର୍ଥଯାତ୍ରାକୁ ସମ୍ପୂର୍ଣ୍ଣ ବନ୍ଦ ରଖାଯାଇଥିଲା। ବର୍ତ୍ତମାନ ଯାତ୍ରାପଥର ପୁନରୁଦ୍ଧାର ଏବଂ ସ୍ଥିରୀକରଣ କାମ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଛି। ‘ବର୍ଡର ରୋଡ୍ ଅର୍ଗାନାଇଜେସନ୍’ (BRO) କ୍ଷତିଗ୍ରସ୍ତ ଅଂଶଗୁଡ଼ିକର ମରାମତି ଏବଂ ଟ୍ରାକ୍କୁ ପୁନଃ ସୁରକ୍ଷିତ କରିବାରେ ଦିନରାତି ନିୟୋଜିତ ରହିଛି। ଅଧିକାରୀମାନଙ୍କ କହିବାନୁସାରେ, ଏବେ ପ୍ରଶାସନର ମୁଖ୍ୟ ଲକ୍ଷ୍ୟ ହେଉଛି ରାସ୍ତାକୁ ସୁରକ୍ଷିତ କରିବା ଏବଂ ପୂର୍ବରୁ ଯାତ୍ରାରେ ଥିବା ସମସ୍ତ ଶ୍ରଦ୍ଧାଳୁଙ୍କୁ କୌଣସି ଅସୁବିଧାରେ ନ ପକାଇ ସୁରକ୍ଷିତ ଭାବେ ଫେରାଇ ଆଣିବା।
ଚଳିତ ବର୍ଷ ଶ୍ରଦ୍ଧାଳୁଙ୍କ ସଂଖ୍ୟା
ଚଳିତ ବର୍ଷ ଅମରନାଥ ଯାତ୍ରା ଗତ ଜୁଲାଇ ୩ ତାରିଖରୁ ଆରମ୍ଭ ହୋଇଥିଲା। ପ୍ରାୟ ୫୭ ଦିନ ଧରି ଚାଲିବାକୁ ଥିବା ଏହି ଯାତ୍ରା ଆସନ୍ତା ୨୮ ତାରିଖରେ ଶେଷ ହେବାର ଥିଲା। କିନ୍ତୁ ପ୍ରାକୃତିକ ଦୁର୍ବିପାକ ଯୋଗୁଁ ଏହାକୁ ପୂର୍ବରୁ ବନ୍ଦ କରାଗଲା। ତଥାପି, ଏହି ଅଳ୍ପ ଦିନ ଭତରେ ପ୍ରାୟ ୪ ଲକ୍ଷ ୮୦ ହଜାରରୁ ଅଧିକ ତୀର୍ଥଯାତ୍ରୀ ଅମରନାଥ ଗୁମ୍ଫା ମନ୍ଦିରରେ ପହଞ୍ଚି ବାବାଙ୍କ ଦର୍ଶନ ସୌଭାଗ୍ୟ ଅର୍ଜନ କରିଛନ୍ତି। ଭକ୍ତଙ୍କ ଏହି ପ୍ରବଳ ଭକ୍ତି ଓ ଉତ୍ସାହ ସତରେ ଅଭୂତପୂର୍ବ ଥିଲା।
ପଢନ୍ତୁ ଏହି ଖବର: ରାମ ମନ୍ଦିରରେ ଆରତୀ-ଦର୍ଶନ ପାଇଁ କିପରି-କେବେ ମିଳିବ ପାସ୍? କ'ଣ ରହିଛି ପ୍ରକ୍ରିୟା
ପ୍ରାକୃତିକ ବରଫ ଶିବଲିଙ୍ଗର ରହସ୍ୟ
ଅମରନାଥର ବାବା ବର୍ଫାନୀ କୌଣସି ମନୁଷ୍ୟକୃତ ବା ବରଫ ଖଣ୍ଡରୁ ଖୋଦିତ ନୁହେଁ, ବରଂ ଏହା ଏକ ସମ୍ପୂର୍ଣ୍ଣ ପ୍ରାକୃତିକ ବରଫ ଷ୍ଟାଲାଗମାଇଟ୍ (Stalagmit)। ଯେପରି ପ୍ରାକୃତିକ ଭାବେ ମାଟିରୁ ଖଣିଜ ପଦାର୍ଥ ଚୂନା ପଥର ଗୁମ୍ଫାରେ ଜମା ହୋଇ ସଂରଚନା ତିଆରି କରେ, ସେହିପରି ଅମରନାଥ ଗୁମ୍ଫାର ଛାତରୁ ଟପୁଥିବା ପାଣି କ୍ରମଶଃ ଜମାଟ ବାନ୍ଧି ବରଫ ଶିବଲିଙ୍ଗର ରୂପ ନେଇଥାଏ।
ବଦଳୁଛି ଶିବଲିଙ୍ଗର ଆକାର
୨୩ ମଇ: ବିଏସଏଫ ସୈନିକଙ୍କ ଦ୍ୱାରା ପ୍ରକାଶିତ ଫଟୋଗ୍ରାଫ୍ ଅନୁଯାୟୀ, ଶିବଲିଙ୍ଗର ଆକାର ପ୍ରାୟ ୭ ଫୁଟ ଥିଲା।
୨୯ ଜୁନ୍ (ପ୍ରଥମ ପୂଜା): ଏହି ଦିନ ମଧ୍ୟ ଲିଙ୍ଗର ଉଚ୍ଚତା ୫ ଫୁଟରୁ ଅଧିକ ଥିଲା।
୬ ଜୁଲାଇ: ଏହି ସମୟରେ ପ୍ରକାଶିତ ଫଟୋରେ ଲିଙ୍ଗର ପ୍ରାୟ ୯୦ ପ୍ରତିଶତ ଅଂଶ ଅଦୃଶ୍ୟ ହୋଇଯାଇଥିବା ଦେଖିବାକୁ ମିଳିଥିଲା।
୭ ଜୁଲାଇ: ଠିକ୍ ପରଦିନ, ଏହା ସମ୍ପୂର୍ଣ୍ଣ ଭାବେ ଅଦୃଶ୍ୟ ହୋଇଯାଇଥିଲା।
ପ୍ରତିବର୍ଷ ଏହାର ଆକୃତି ଏବଂ ଆକାର ସେଠାକାର ପାଣିପାଗ, ତାପମାତ୍ରା ଏବଂ ଜଳର ଉପଲବ୍ଧତା ଅନୁସାରେ ପରିବର୍ତ୍ତନ ହୋଇଥାଏ। ଏହି ପ୍ରାକୃତିକ ପରିବର୍ତ୍ତନ ଓ ଅନନ୍ୟ ବୈଶିଷ୍ଟ୍ୟ ହିଁ ଅମରନାଥ ଯାତ୍ରାର ସବୁଠାରୁ ବଡ଼ ଆକର୍ଷଣ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories