Videos
|
Travel & Tourism

Ayodhya Ram Mandir Pass / ରାମ ମନ୍ଦିରରେ ଆରତୀ-ଦର୍ଶନ ପାଇଁ କିପରି-କେବେ ମିଳିବ ପାସ୍? କ'ଣ ରହିଛି ପ୍ରକ୍ରିୟା

Subhramjit Ray
Browse all articles by Subhramjit Ray
·1 hour ago·2 min read
ରାମ ମନ୍ଦିରରେ ଆରତୀ-ଦର୍ଶନ ପାଇଁ କିପରି-କେବେ ମିଳିବ ପାସ୍? କ'ଣ  ରହିଛି ପ୍ରକ୍ରିୟା
Ayodhya Ram Mandir Pass

Key Points

ରାମ ମନ୍ଦିରରେ ଆରତୀ ଦର୍ଶନ ପାଇଁ ତୁରନ୍ତ ପାସ୍ ବ୍ୟବସ୍ଥା ଆରମ୍ଭ ହୋଇଛି। ଭକ୍ତ ଏବେ ମନ୍ଦିର ନିକଟସ୍ଥ କାଉଣ୍ଟର ଠାରୁ ପାସ୍ ପାଇପାରିବେ।
Ayodhya Ram Mandir Pass Timimng and Process: ଏଣିକି ଅଯୋଧ୍ୟା ଆସୁଥିବା ରାମଭକ୍ତଙ୍କ ପାଇଁ ପାସ୍ ପାଇବା ଏବେ ପୂର୍ବ ଅପେକ୍ଷା ସହଜ ହୋଇଗଲାଣି। ଯଦି ଆପଣ ଅଯୋଧ୍ୟା ଯାଇn ପ୍ରଭୁ ଶ୍ରୀରାମଙ୍କ ଆରତୀରେ ଯୋଗ ଦେବାକୁ ଚାହାଁନ୍ତି, ତାହେଲେ ଆପଣ ପାସ୍ ନେଇ ଏଥିରେ ସାମିଲ ହୋଇପାରିବେ। ରାମ ମନ୍ଦିର ଟ୍ରଷ୍ଟ ଆରତୀ ଦର୍ଶନ ପାଇଁ ତୁରନ୍ତ ପାସ୍ ପ୍ରଦାନ କରିବା ଆରମ୍ଭ କରିଛି। ଭକ୍ତ ଏବେ ମନ୍ଦିରର ମୁଖ୍ୟ ପ୍ରବେଶ ଦ୍ୱାର ନିକଟରେ ଥିବା କାଉଣ୍ଟର ଠାରୁ ସିଧାସଳଖ ପାସ୍ ନେଇପାରିବେ। ବର୍ତ୍ତମାନ, ପାସ୍ ସଂଖ୍ୟା ସୀମିତ ରହିଛି, ହେଲେ ଏହାର ପରିମାଣକୁ ବୃଦ୍ଧି କରିବା ପାଇଁ ଯୋଜନା ଚାଲିଛି। ବିର୍ଲା ଧର୍ମଶାଳା ସାମ୍ନାରେ ଯାତ୍ରୀ ସୁବିଧା କେନ୍ଦ୍ରରେ ଆରତୀ ଦର୍ଶନ ପାଇଁ ଏକ ପୃଥକ କାଉଣ୍ଟର ସ୍ଥାପନ କରାଯାଇଛି।

ପାସ୍ ପ୍ରଦାନ କରାଯିବାର ସମୟ
ସକାଳ ନଅଟା'ରୁ (09:00 AM) ପାସ୍ ପ୍ରଦାନ କରିବା ଆରମ୍ଭ କରାଯିବ। ଯେତେବେଳ ପର୍ଯ୍ୟନ୍ତ ପାସ୍ ଉପଲବ୍ଧ ରହିବ ସେତେବେଳ ପର୍ଯ୍ୟନ୍ତ ଏହାକୁ ପ୍ରଦାନ କରିବା ଜାରି ରହିବ।

ପ୍ରତିଦିନ କେତେ ପାସ୍ ଉପଲବ୍ଧ ହେବ?
ଆରତୀ              ପାସ୍ ସଂଖ୍ୟା:

ରାମଲାଲା ଆରତୀ:   ୪୫
ରାମ ପରିବାର ଆରତୀ: ୧୫

କେବେ କେଉଁ ଆରତୀ ପାଇଁ ପାସ୍ ଉପଲବ୍ଧ ହେବ?
ପ୍ରତ୍ୟେକ ଆରତୀ ପାଇଁ ପାସ୍ ପ୍ରଦାନ ସମୟ ସ୍ଥିର କରାଯାଇଛି। ଆରତୀ ସମୟ: କେବେ ପାସ୍ ଉପଲବ୍ଧ ହେବ?
ମଙ୍ଗଳା ଆରତୀ: ଭୋର୍ ଚାରିଟା (04:00 AM), ଗୋଟିଏ ଦିନ ପୂର୍ବରୁ
ମଙ୍ଗଳା ଆରତୀ: ସକାଳ ଛଅଟା (06;00 AM), ଗୋଟିଏ ଦିନ ପୂର୍ବରୁ
ମଙ୍ଗଳା ଆରତୀ: ସକାଳ ନଅଟା (09:00), ସେହି ଦିନ

ଏହା ସହ ପଢନ୍ତୁ: ଶେଷବତାର ମନ୍ଦିରରେ ହେଲା ଧ୍ୱଜାରୋହଣ; ଶେଷ ହେଲା ରାମ ମନ୍ଦିର ନିର୍ମାଣ କାର୍ଯ୍ୟ

ଟ୍ରଷ୍ଟ୍ ପରିଚାଳନା ଦାୟିତ୍ୱରେ ଥିବା ନରେନ୍ଦ୍ରଙ୍କ କହିବା ଅନୁଯାୟୀ, ୧୦୦ ଅନଲାଇନ୍ ଆରତୀ ଦର୍ଶନ ପାସ ପୂର୍ବରୁ ଉପଲବ୍ଧ ରହିଛି। ଏହା ବ୍ୟତୀତ ୭୫ ରେଫରାଲ୍ ପାସ ମଧ୍ୟ ଜାରି କରାଯାଇଛି। ବର୍ତ୍ତମାନ, ଜିଲ୍ଲା ପ୍ରଶାସନ ଏବଂ ସେନାର ସୈନିକ ସଦନ ପାଇଁ ପୃଥକ ପାସ ଜାରି କରାଯାଇ ନାହିଁ। ଯଦି ସେମାନଙ୍କର ଅତିଥି ଆରତୀରେ ଯୋଗ ଦେବାକୁ ଚାହାଁନ୍ତି, ତାହେଲେ ସେମାନଙ୍କୁ ସିଧାସଳଖ ଟ୍ରଷ୍ଟ ସହିତ ଯୋଗାଯୋଗ କରିବାକୁ ହେବ।

ପାସ୍ ପାଇବା ପାଇଁ କିପରି କରିବେ ଆବେଦନ?
ବିର୍ଲା ଗେଟ୍ ନିକଟରେ ଥିବା ତୀର୍ଥ କ୍ଷେତ୍ର କାର୍ଯ୍ୟାଳୟ କାଉଣ୍ଟର୍ କୁ ଯାଆନ୍ତୁ। ସକାଳ ୯ ଘଟିକା ପରେ ପାସ୍ ପାଇଁ ଆବେଦନ କରନ୍ତୁ। ପରିଚୟ ପାଇଁ ଆପଣଙ୍କ ଆଧାର କାର୍ଡ ପାଖରେ ରଖନ୍ତୁ। ଛୋଟ ପିଲାଙ୍କ ସହିତ ଯାଉଥିବା ପିତାମାତାଙ୍କୁ ମଧ୍ୟ ପିଲାର ଫଟୋ ପ୍ରଦାନ କରିବାକୁ ହେବ। ସୁଗମ ଦର୍ଶନ ପାଇଁ ଅଫଲାଇନ୍ ପାସ କେବଳ ବରିଷ୍ଠ ନାଗରିକ ଏବଂ ଶିଶୁଙ୍କ ସହିତ ଯାଉଥିବା ପିତାମାତାଙ୍କୁ ପ୍ରଦାନ କରାଯିବ। ଆଗୁଆ ସୁଗମ ଦର୍ଶନ ପାସ୍ କେବଳ ଅନଲାଇନ୍ ରେ ଉପଲବ୍ଧ ହେବ।

ଦୈନିକ ପାସ୍ ବାବଦରେ ନିଆଯାଇଥିବା ସଦ୍ୟତମ ନିଷ୍ପତ୍ତି
ଏପର୍ଯ୍ୟନ୍ତ, ନିୟମିତ ଭାବରେ ରାମ ମନ୍ଦିର ପରିଦର୍ଶନ କରୁଥିବା ଭକ୍ତଙ୍କୁ ୨୭୪୩ ଦୈନିକ ପାସ୍ ପ୍ରଦାନ କରାଯାଇଛି। ଏହି ସମସ୍ତ ପାସ୍ ର ସମୀକ୍ଷା କରାଯାଉଛି। ଯେଉଁ ପାସ୍‌ ର ୬ ମାସର ବୈଧତା ସମାପ୍ତ ହେଉଛି, ତାହାକୁ ନବୀକରଣ ମଧ୍ୟ କରାଯାଉଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: