Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ବିଶ୍ୱସ୍ତରୀୟ ନିବେଶକଙ୍କୁ ଆକୃଷ୍ଟ କରିବାକୁ ଦିଲ୍ଲୀରେ ଆମ୍ବାସଡର୍ସ ମିଟ୍

National

ବିଶ୍ୱସ୍ତରୀୟ ନିବେଶକଙ୍କୁ ଆକୃଷ୍ଟ କରିବାକୁ ଦିଲ୍ଲୀରେ ଆମ୍ବାସଡର୍ସ ମିଟ୍

Banajyotshna Ray
Browse all articles by Banajyotshna Ray
·1 year ago·2 min read
ବିଶ୍ୱସ୍ତରୀୟ ନିବେଶକଙ୍କୁ ଆକୃଷ୍ଟ କରିବାକୁ ଦିଲ୍ଲୀରେ ଆମ୍ବାସଡର୍ସ ମିଟ୍

Key Points

ଓଡିଶାର ଅପାର ସମ୍ଭାବନା ହୋଇଥିଲା ବିଫଳ
ମୋହନଙ୍କ ସ୍ବପ୍ନ ନେବ କି ବାସ୍ତବତାର ରୁପ?
ବିଶ୍ବସ୍ତରୀୟ ନିବେଶକଙ୍କୁ ଆକୃଷ୍ଟ କରିବାକୁ ଦିଲ୍ଲୀରେ ଆମ୍ବାସଡର୍ସ ମିଟ୍
ଅପାର ଖଣିଜ ସଂପଦ, ଜଙ୍ଗଲ ସଂପଦ, ଜଳସଂପଦ, ସୁଦୀର୍ଘ ବେଳାଭୂମି
ଶିଳ୍ପ ସମ୍ଭାବନାରେ ଓଡିଶାକୁ ରଖିଛି ଦେଶରେ ଶୀର୍ଷରେ
24 ବର୍ଷର ଫେଲ ମଡେଲ ଉପରେ ଠିଆ ହେବ କି  ନୂଆ ଶିଳ୍ପାୟନର ସୌଧ ?

ଅର୍ଗସ ବ୍ୟୁରୋ:  ଉତ୍କର୍ଷ ଓଡିଶା: ମେକ୍ ଇନ୍ ଓଡିଶା କନକ୍ଲେଭ୍ ୨୦୨୫ ପାଇଁ ଦିଲ୍ଲୀରେ ଆମ୍ବାସଡର୍ସ ମିଟ୍ ...  ଏଥିରେ ସାମିଲ ହୋଇଥିଲେ 34 ଟି ଦେଶର ଆମ୍ବାସର୍ଡସ, ହାଇ କମିଶନର, କନସୁଲ୍-ଜେନେରାଲ୍, ବାଣିଜ୍ୟ କମିଶନର ଏବଂ ଶୀର୍ଷ ସ୍ତରର କୂଟନିତିଜ୍ଞ .....ନରୱେ, ସିଙ୍ଗାପୁର, ଚୀନ, ଜାପାନ, ବ୍ରାଜିଲ, ଆର୍ଜେଣ୍ଟିନା, ଆମେରିକା, ଥାଇଲ୍ୟାଣ୍ଡ, ଭିଏତନାମ୍ ଏବଂ ୟୁକେ ପରି ଦେଶର ପ୍ରତିନିଧିଙ୍କ ସହ  ସହ ୯ଟି ଅନ୍ତରାଷ୍ଟ୍ରୀୟ ବ୍ୟବସାୟୀ ସଂଘ ମଧ୍ୟ ଏହି ମିଟରେ ଯୋଗଦେଇଥିଲେ ..ଓଡିଶାରେ ଥିବା ସମ୍ଭାବନା,  ସ୍ଥାନୀୟ ସଂସ୍କୃତି ଓ  କୂଶଳୀ ଶ୍ରମିକ ମାନଙ୍କ ଉପରେ ଆଲୋକପାତ କରିବା ସହ ଓଡିଶାରେ ନିବେଶ କରିବାକୁ ଆହ୍ବାନ କରିଥିଲେ ମୁଖ୍ୟମନ୍ତ୍ରୀ..   ମୁଖ୍ୟମନ୍ତ୍ରୀ କହିଛନ୍ତି ଓଡିଶା  ଏକ ଶିଳ୍ପ ହବ ହେବା ନେଇ ଆଜିର ମିଟରେ ମିଳିଛି ସଫଳ ସଂଙ୍କେତ ।

ସେମି କଣ୍ତକ୍ଟର, ଆଇଟି,  ଫୁଡ ପ୍ରୋସେସିଂ, , ପେଟ୍ରୋକେମିକାଲସ,  ଇଲୋକ୍ପ୍ଲାଟୋନିକ୍ସ, ଭଳି କ୍ଷେତ୍ରରେ ବିଦେଶ ପୁଞ୍ଜି  ନିବେଶ ପାଇଁ  ଏହି ମିଟ୍ ରେ ହୋଇଥିଲା ଆଲୋଚନା  .. 2025 କନକ୍ଲେଭ ହେବ  ରାଜ୍ୟର ସବୁଠୁ ବଡ ଶିଳ୍ପ ସମାବେଶ। ପୂର୍ବ ବିଜେଡି ସରକାରରେ ଏମଓୟୁ କରି ଫେରି ଯାଉଥିଲେ ନିବେଶକ... ଜମି ନେଇ ଶିଳ୍ପ କରୁନଥିଲେ... ଆଉ  ଯାହା ବି ହେଉଥିଲା ଖଣି ଆଧାରିତ ଶିଳ୍ପ.. ଖଣି ଖୋଳିବାକୁ ଶିଳ୍ପ ବିକାଶ ବୋଲି କହୁଥିଲେ .. ଦେଉଥିଲେ ଶିଳ୍ପ ବିକାଶର ମିଛ ପରିସଂଖ୍ୟାନ । 24 ବର୍ଷ ଶାସନରେ ସମୟରେ ରାଜ୍ୟରେ ବନ୍ଦ ହୋଇଯାଇଥିଲା ୩୫ଟି ବୃହତ୍ ଶିଳ୍ପ.... 15,315 ମଧ୍ୟମ, କ୍ଷୁଦ୍ର ଓ ଅଣୁ ଶିଳ୍ପରେ ବି ପଡ଼ିଛି ତାଲା...ବିଧାନସଭାରେ ଶିଳ୍ପ ମନ୍ତ୍ରୀଙ୍କ ତଥ୍ୟରୁ ସାମ୍ନାକୁ ଆସିଥିଲା ସତ  ଏବେ ନୂଆ  ୧୦୦ ଦିନରେ ୪୫ ହଜାର କୋଟି ପୁଞ୍ଜିନିବେଶକୁ ମଞ୍ଜୁର କରିଛି ଆଉ 5 ବର୍ଷରେ 5 ଲକ୍ଷ କୋଟିର ନିବେଶ ଆଣିବାକୁ ଲକ୍ଷ୍ୟ ରଖିଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Ambassadors meet in Delhi to attract global investors | Argus News