ଆଜି ଗିରଫ ହୋଇପାରନ୍ତି କେଜରିୱାଲ !

ଅର୍ଗସ ବ୍ୟୁରୋ : ଆଜି ଗିରଫ ହୋଇପାରନ୍ତି କେଜରିୱାଲ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନବମ ସମନରେ ଆଜି ଇଡିରେ ହାଜର ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ଗିରଫ ଭୟରେ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ ବି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଆବେଦନକୁ କୋର୍ଟ ଖାରଜ କରିଛନ୍ତି ।
ଗିରଫଦାରୀରୁ ବର୍ତ୍ତିବାକୁ ଇଡିରେ ହାଜର ହେବା ପୂର୍ବରୁ ସୁରକ୍ଷା ଲୋଡ଼ିଥିଲେ କେଜରିୱାଲ । ମାର୍ଚ ୪ ତାରିଖରେ ଅଷ୍ଟମ ସମନ ପରେ ଗିରଫ ଭୟରେ କୋର୍ଟର ଦ୍ବାରସ୍ଥ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଗତ ଶୁକ୍ରବାର ରାଉସ୍ ଆଭେନ୍ୟୁ କୋର୍ଟ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ । ଅଦାଲତ ଜାମିନ୍ ପ୍ରଦାନ କରିବା ପରେ ପୁଣିଥରେ କେଜରିୱାଲଙ୍କୁ ସମନ ଜାରି ହୋଇଥିଲା ।
ଅଧିକ ପଢନ୍ତୁ ଭାରତ ଖବର
📱 Get Argus News App
✨କେଜରିୱାଲ ୬ ମାସ ମଧ୍ୟରେ ୧୮ ବାହାନା ଦେଖାଇ କେବଳ ଭିଡିଓ କନଫରେନ୍ସିଂ ମାଧ୍ୟମରେ ହାଜର ହେବାକୁ ଚିଠି ଲେଖି ଜଣାଇଥିଲେବି ତଦନ୍ତକାରୀ ସଂସ୍ଥା ଏହାକୁ ସ୍ପଷ୍ଟ ମନା କରି ଦେଇଥିଲେ । ଜେରା କେବଳ ଶାରୀରିକ ଭାବେ ହେବ ବୋଲି ସ୍ପଷ୍ଟ କରିସାରିଛି ଇଡି ।