Videos
|
National

ଜମ୍ମୁ-କଶ୍ମୀରରେ କେନ୍ଦ୍ର ସରକାରଙ୍କ ଆକ୍ସନ

Jitendra Dash
Browse all articles by Jitendra Dash
·2 years ago·1 min read
ଜମ୍ମୁ-କଶ୍ମୀରରେ କେନ୍ଦ୍ର ସରକାରଙ୍କ ଆକ୍ସନ

ଅର୍ଗସ ବ୍ୟୁରୋ : ଆକ୍ସନ ମୁଡ୍‌ରେ କେନ୍ଦ୍ର ସରକାର। ଜମ୍ମୁ-କଶ୍ମୀରରେ ନେଇଛନ୍ତି ଆକ୍ସନ। କଶ୍ମୀର ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲ୍ଲିକଙ୍କ ସଙ୍ଗଠନ ଜମ୍ମୁ-କଶ୍ମୀର ଲିବରେସନ ଫ୍ରଣ୍ଟ ଉପରେ ଲାଗିଥିବା ବ୍ୟାନ୍‌ ଅବଧିକୁ ବଢ଼ାଇ ଦେଇଛନ୍ତି ସରକାର । ଆଉ ୫ ବର୍ଷ ପାଇଁ ଏହି ସଙ୍ଗଠନକୁ ବ୍ୟାନ୍‌ କରାଯାଇଛି । 

ଏହାକୁ ବେଆଇନ ସଙ୍ଗଠନ ରୂପେ ଘୋଷଣା କରାଯାଇଛି। ଆତଙ୍କବାଦ ଓ ବିଚ୍ଛିନ୍ନତାବାଦକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗରେ ଏହି ସଙ୍ଗଠନକୁ ବ୍ୟାନ୍ କରାଯାଇଛି । ଏନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସୋଶାଲ ମିଡିଆ ହ୍ୟାଣ୍ଡେଲ ଏକ୍ସରେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଜମ୍ମୁ କଶ୍ମୀରରେ ଆତଙ୍କବାଦ ଏବଂ ବିଚ୍ଛିନ୍ନତାକୁ ପ୍ରୋତ୍ସାହିତ କରୁଥିବା କାର୍ଯ୍ୟରେ ନିଷିଦ୍ଧ ସଂଗଠନ ଜଡିତ ଅଛି । 

ଅଧିକ ପଢନ୍ତୁ ଭାରତ ଖବର

ଜାତିର ସୁରକ୍ଷା, ସାର୍ବଭୌମତ୍ୱ ଏବଂ ଅଖଣ୍ଡତାକୁ ଚ୍ୟାଲେଞ୍ଜ କରୁଥିବା ଯେକୌଣସି ବ୍ୟକ୍ତିଙ୍କୁ କଠୋର ଆଇନଗତ ପରିଣାମର ଭୋଗିବାକୁ ପଡିବ। ଆତଙ୍କବାଦୀ କାର୍ଯ୍ୟକଳାପରେ ଜଡିତ ଲୋକ ଏବଂ ସଂଗଠନକୁ ମୋଦି ସରକାର ଛାଡିବେ ନାହିଁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: