Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ୧୯ରେ ବସ୍ତର ଗସ୍ତରେ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ,କେନ୍ଦ୍ରୀୟ ଜୋନାଲ କାଉନ୍ସିଲ ବୈଠକରେ ଅଧ୍ୟକ୍ଷତା କରିବେ

National

Amit Saha Visit / ୧୯ରେ ବସ୍ତର ଗସ୍ତରେ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ,କେନ୍ଦ୍ରୀୟ ଜୋନାଲ କାଉନ୍ସିଲ ବୈଠକରେ ଅଧ୍ୟକ୍ଷତା କରିବେ

Bikash Mohanty
Browse all articles by Bikash Mohanty
·1 hour ago·2 min read
୧୯ରେ ବସ୍ତର ଗସ୍ତରେ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ,କେନ୍ଦ୍ରୀୟ ଜୋନାଲ କାଉନ୍ସିଲ ବୈଠକରେ ଅଧ୍ୟକ୍ଷତା କରିବେ
Amit saha

Key Points

୧୯ରେ ବସ୍ତର ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ
ବସ୍ତର ମାଓମୁକ୍ତ ଘୋଷଣା ହେବା ପରେ ଶାହଙ୍କ ପ୍ରଥମ ଗସ୍ତ
୨୬ତମ କେନ୍ଦ୍ରୀୟ ଜୋନାଲ କାଉନ୍ସିଲ ବୈଠକରେ ଅଧ୍ୟକ୍ଷତା କରିବେ
ଭୁବନେଶ୍ବର ୧୭/୦୫: ଦିନକ ପରେ ଛତିଶଗଡ଼ର ବସ୍ତର ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଆସନ୍ତା ୧୯ ତାରିଖରେ ଛତିଶଗଡ଼ ବସ୍ତର ଗସ୍ତରେ ଆସୁଛନ୍ତି ଶାହ। ବସ୍ତର ମାଓ ମୁକ୍ତ ଘୋଷଣା ହେବା ପରେ ଏକା କେନ୍ଦ୍ର ଗୃହମନ୍ତ୍ରୀଙ୍କ ପ୍ରଥମ ଗସ୍ତ। ୨୬ତମ କେନ୍ଦ୍ରୀୟ ଜୋନାଲ କାଉନ୍ସିଲ ବୈଠକର ଅଧ୍ୟକ୍ଷତା କରିବେ ଶାହ। ଏହି ବୈଠକରେ ଆଞ୍ଚଳିକ ଓ ଜାତୀୟ ଗୁରୁତ୍ୱର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହେବ। ବସ୍ତରରୁ କେନ୍ଦ୍ରୀୟ ସୁରକ୍ଷା ବଳ ହଟାଇବା ପାଇଁ ପରିସ୍ଥିତି ଉପଯୁକ୍ତ କି ନୁହେଁ ତାର ସମୀକ୍ଷା କରାଯିବ। ଚଳିତ ବର୍ଷ ମାର୍ଚ୍ଚ ୩୧ ତାରିଖରେ ଛତିଶଗଡ଼କୁ ମାଓବାଦ ମୁକ୍ତ ଘୋଷଣା କରାଯାଇଥିଲା। ବର୍ତ୍ତମାନ ବସ୍ତର ଅଞ୍ଚଳରେ ବିଭିନ୍ନ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବଳର ୬୫ ହଜାରରୁ ଅଧିକ ଯବାନ ମୁତୟନ ରହିଛନ୍ତି। କେନ୍ଦ୍ରୀୟ ଜୋନାଲ କାଉନ୍ସିଲରେ ଛତିଶଗଡ଼, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡ ରାଜ୍ୟ ସଦସ୍ୟ ଅଟନ୍ତି।


ଏହି ବୈଠକରେ ରାଜ୍ୟମାନଙ୍କ ମଧ୍ୟରେ ସମନ୍ୱୟ ବୃଦ୍ଧି, ପୋଷଣ, ଶିକ୍ଷା, ସ୍ୱାସ୍ଥ୍ୟ, ବିଦ୍ୟୁତ, ସହର ଉନ୍ନୟନ ଓ ସହକାରୀ କ୍ଷେତ୍ରରେ ସହଯୋଗ ସୁଦୃଢ଼ କରିବା ନେଇ ଆଲୋଚନା ହେବ। ମହିଳା ଓ ଶିଶୁଙ୍କ ବିରୋଧରେ ଅପରାଧର ଶୀଘ୍ର ତଦନ୍ତ ଓ ନିଷ୍ପତ୍ତି, ଗ୍ରାମୀଣ ବ୍ୟାଙ୍କିଂ ସଂଯୋଗ ବୃଦ୍ଧି, ଆପାତକାଳୀନ ସେବା ବ୍ୟବସ୍ଥା ଓ ସରକାରୀ କଳ୍ୟାଣ ଯୋଜନାର ସୁଚାରୁ ରୂପାୟଣ ଉପରେ ମଧ୍ୟ ଆଲୋଚନା ହେବ। ଏହି ବୈଠକରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ Vishnu Deo Sai ସହ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀମାନେ ଯୋଗଦେବେ। ପ୍ରତ୍ୟେକ ରାଜ୍ୟର ଦୁଇଜଣ ବରିଷ୍ଠ ମନ୍ତ୍ରୀ, ମୁଖ୍ୟ ସଚିବ ଓ କେନ୍ଦ୍ର ସରକାରର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିବେ।

ପଢନ୍ତୁ ଏହି ଖବର : ମାଟି ତଳେ କୋଟିଏ ଟଙ୍କା ପୋତିଥିଲେ ମାଓବାଦୀ ,ମାଓ ଡମ୍ପରୁ AK 47, ଇନସାସ ସହ ବିପୁଳ ଗୁଳିଗୋଳା ଜବତ

ସେପଟେ ‘ଅପରେସନ ଅନ୍ତିମ ପ୍ରହାର’ରେ ମାଓବାଦୀଙ୍କୁ ବଡ଼ ଝଟକା ଲାଗିଛି। ମହାରାଷ୍ଟ୍ରର ଗଡଚିରୋଲି ଜିଲ୍ଲାରେ ମାଓବାଦୀଙ୍କ ବିରୋଧରେ ସୁରକ୍ଷା ବଳକୁ ବଡ଼ ସଫଳତା ମିଳିଛି। “ଅପରେସନ ଅନ୍ତିମ ପ୍ରହାର” ଅନ୍ତର୍ଗତ ଗଡଚିରୋଲି ପୋଲିସ ଓ CRPF ମିଳିତ ଅଭିଯାନରେ ୮ ଜଣ ମାଓବାଦୀଙ୍କୁ ଗିରଫ କରାଯାଇଥିବା ବେଳେ ୫ ଜଣ ବରିଷ୍ଠ ମାଓ କ୍ୟାଡର ଆତ୍ମସମର୍ପଣ କରିଛନ୍ତି।

ପୋଲିସ ସୂଚନା ଅନୁସାରେ, ଗିରଫ ମାଓବାଦୀଙ୍କ ମଧ୍ୟରେ ଦୁଇଜଣ ଡିଭିଜନାଲ କମିଟି ସଦସ୍ୟ (DVCM) ଓ ଦୁଇଜଣ ପ୍ଲାଟୁନ ପାର୍ଟି କମିଟି ସଦସ୍ୟ (PPCM) ରହିଛନ୍ତି। ସେମାନଙ୍କ ମଧ୍ୟରୁ କେହି କେହି ଗତ ଫେବୃଆରୀ ୭ ତାରିଖରେ ଫୋଡେୱାଡା ଜଙ୍ଗଲରେ ଘଟିଥିବା ଏନକାଉଣ୍ଟରରେ ଜଡିତ ଥିବା ଅଭିଯୋଗ ରହିଛି। ସେହି ଘଟଣାରେ ଜଣେ C-60 କମାଣ୍ଡୋ ଶହୀଦ ହୋଇଥିଲେ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Amit Saha Visit | Amit Shah to Visit Bastar on May 19, Chair Central Zonal Council Meeting | Argus News